କଳା ଦିବସ

ମାତ୍ର ୪୮ ଘଂଟା ପୂର୍ବରୁ ଗତ ମଙ୍ଗଳବାର ଜାତିସଂଘର ମାନବଅଧିକାର ପରିସରର ୧୫ ସଦସ୍ୟ-ରାଷ୍ଟ୍ର ନିର୍ବାଚନରେ ଚୀନ୍ ଜିତିବା ଅତ୍ୟନ୍ତ କ୍ଷୋବଦାୟକ ଘଟଣା ଏଇ ପରିଷଦରେ ୪୭ ଜଣ ସଦସ୍ୟ ରହିଥାନ୍ତି । ପୂର୍ବରୁ ଚୀନ୍ ଏହି ପରିଷଦରେ ୪ ଥର ୨୦୦୬, ୨୦୦୯, ୨୦୧୩ ଓ ୨୦୧୬ରେ ସଦସ୍ୟ ରହିଥିଲା । ଜାତିସଂଘର ସାଧାରଣ ପରିଷଦର ଏହି ୭୫ ତମ ଅଧିବେଶନରେ ହୋଇଥିବା ନିର୍ବାଚନରେ ଚୀନ୍ ବିଜୟ ଯୋଗୁ ସେ ଏବେ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ପୁନର୍ବାର ସଦସ୍ୟ ହୋଇପାରିଛି ତା ସହିତ ପାକିସ୍ତାନ, କ୍ୟୁବା, ଉଜବେକିସ୍ତାନ, ୟୁକ୍ରେନ୍, ନେପାଳ୍, ଫାନ୍ସ ଓ ଋଷୁ ନିର୍ବାଚିତ ହୋଇଥିଲା ବେଳେ ଚୀନ୍ ଫଳାଫଳ ନେଇ ସ୍ୱପ୍ରଶଂସା କରିବା ସହିତ ନିଜ କାର୍ଯ୍ୟାବଳି ଠିକ୍ ବୋଲି ପ୍ରକାଶ କରିଛି । ଏପରିକି ଏହି ଦେଶର ବୈଦେଶିକ ବିଭାଗ ମୁଖ୍ୟପାତ୍ର ହୁଆ ଚୁନିଂ ଉଲେଖ କରିଛନ୍ତି ଯେ, ଚୀନ୍ର ବିଜୟ ଓ ପରିଷଦକୁ ନିର୍ବାଚତ ହେବା ପ୍ରମାଣ କରିଛି ଯେ, ଏଇ ଦେଶ ମାନବାଧିକାର ସୁରକ୍ଷା ଲାଗି ସଦାସର୍ବଦା ଗଠନମୂଳ କାର୍ଯ୍ୟକରି ଆସିଛି । ଅନ୍ୟପକ୍ଷରେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗି ଗୁଆଙ୍ଗ ସେନା ଘାଟି ପରିର୍ଦଶନ ବେଲେ ଯୁଦ୍ଧ ପ୍ରସ୍ତୁ୍ତି ତ୍ୱରାନିତ କରିବାକୁ ଓ ଆଧୁନିକ ଯୁଦ୍ଧଶୈଳି ଅଭ୍ୟାସ କରିବାଲାଗି ପରାମର୍ଶ ଦେଇଛନ୍ତି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଚୀନ୍ ନିର୍ବାଚିତ ହେବା ପ୍ରସଙ୍ଗକୁ ଆମେରିକା କଠୋର ସମାଲୋଚନା କରିଥିଲା ବେଳେ ଋୁଷ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଏହି ବିଜୟ ଯୋଗୁ ଆନନ୍ଦପ୍ରକାଶ କରିଥିବା ରାଷ୍ଟ୍ରପତି ଜିନ ପିଙ୍ଗ ଯେପରି ନିଜ ଦେଶର ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଲାଗି ଆହ୍ୱାନ ଦେଇଛନ୍ତି ତାହା ସମୀକ୍ଷା କରାଯିବା ଉଚିତ୍ ବସ୍ତବରେ ସେ ଏହି ଆହ୍ୱାନ ଆମେରିକାକୁ ଦେଇଛନ୍ତି ନା’ ଭାରତ ପାଇଁ ଏହା ଉଦ୍ଧିଷ୍ଟ, ତାହା ଠିକ୍ ଭାବେ ଜଣା ପଡିନାହିଁ । ତେବେ ଭାରତ ସୀମାନ୍ତରେ ହଜାର ହଜାର ଏକର ଜାଗା ଚୀନ୍ ଦଖଲ କରି ଏବେ ତାହା ଛାଡୁନଥିବା ସହିତ କେତେକ ଭାରତୀୟ ଘାଟିରୁ ଭାରତୀୟ ସେନାଙ୍କୁ ହଟାଇବା ନିମିତ ଆଲୋଚନା ଜାରି ରଖିବା ସହ ଉଭୟ ପଟର ମିଳିତ ବୈଠକ ନିଷ୍ପତିକୁ ମଧ୍ୟ ଗ୍ରହଣ ନକରିବା ଦୁଃଖଦାୟକ । ପ୍ରତିକ୍ରିୟାରେ ଭାରତ ପକ୍ଷରୁ ୧୯୫୯ ସୀମାରେଖା ଠିକ୍ ନୁହେଁ ବୋଲି ଚୀନ୍ ଦେଇଥିବା ଚେତାବନୀର ବିରୋଧରେ ପୁଣି ୨୦୨୦ରେ ଏହି ଦେଶ ଇତିହାସର ପୁନରାବୃତି କରିବ କି?

Leave A Reply

Your email address will not be published.

20 + fourteen =