କିଛି ଶିକ୍ଷିଲେ ନାହିଁ

ଦେଶରେ ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ଟପିସାରିଲାଣି । ସଂକ୍ରମଣରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ଥିବା ବେଳେ ମୃତକ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ମନ୍ଥର ଗତିରେ ଥିବା ସମୟରେ ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ମହାମାରୀର ତୃତୀୟ ଲହର ଭୟଙ୍କର ରୂପ ନେଇ ଆସିବ ବୋଲି ସ୍ୱାସ୍ଥ୍ୟ ବିଶାରଜମାନେ ଚେତାବନୀ ଦେଇ ସାରିଲେଣି । ଗତ ଦେଢ଼ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ମହାମାରୀ ବିରୁଦ୍ଧରେ ସାରା ବିଶ୍ୱ ଲଢେ଼ଇ ଜାରି ରଖିଥିଲେ ମଧ୍ୟ ଏଥିରୁ ବର୍ତମାନ ସୁଦ୍ଧା ଆମେ କଛି ଶିକ୍ଷା କରିପାରି ନାହୁଁ ବୋଲି କହିଲେ ହୁଏତ ଭୁଲ ହେବ ନାହିଁ । ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ଗତବର୍ଷ ହରିଦ୍ୱାରାରେ ଅନୁଷ୍ଠିତ ମହାକୁମ୍ଭ ମେଳା ଦେଶରେ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣର ସୁପରସ୍ପେ୍ରଡର ହୋଇଥିବା କୁହାଯାଇଥିବା ବେଳେ ଏବେ ଉତର ପ୍ରଦେଶ ସରକାର ଆସନ୍ତା ଶ୍ରାବଣମାସରେ ହେବାକୁ ଯାଉଥିବା କାଉଡିଆ ଯାତ୍ରାକୁ ଅନୁମତି ଦେଇଛନ୍ତି । ଅବଶ୍ୟ ଏ ନେଇ ମାମଲା ଏବେ ସୁପ୍ରିମକୋର୍ଟ ବିଚାରାଧୀନ ଥିବା ନେଇ ସତ୍ୟ ପାଠ ଦାଖଲ କରିଛନ୍ତି । କହିବା ବାହୁଲ୍ୟ ଯେ, ଉତର ପ୍ରଦେଶରେ ଶ୍ରାବଣ ମାସରେ ପ୍ରତି ସୋମବାର ଦିନ ଲକ୍ଷଲକ୍ଷ କାଉଡିଆ ଗଙ୍ଗାନଦୀରୁ ଜଳ ନେଇ ଶିବ ମନ୍ଦିରରେ ଅଭିଷେକ କରିଥାନ୍ତି, ଏହି ପର୍ବ ନୂଆ ନୁହେଁ । ଶହଶହ ବର୍ଷର ପୁରୁଣା ପର୍ବ,ପରମ୍ପରା । ଏହି ପର୍ବ ଏବେ କେବଳ ଉତର ଭାରତରେ ସିମୀତ ହୋଇ ରହି ନାହିଁ । ସାରା ଦେଶରେ ଏକ ଗଣପର୍ବରେ ପରିଣତ ହୋଇଗଲାଣି । ଅବଶ୍ୟ ମହାମାରୀର ସଂକ୍ରମଣ ଓ ଭୟାବହତାକୁ ଦୃଷ୍ଟିରେ ଗତବର୍ଷ ପରି ଏ ବର୍ଷ ମଧ୍ୟ ଓଡ଼ିଶା, ଉତରାଖଣ୍ଡ, ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର ସରକାର କାଉଡିଆ ଯାତ୍ରାକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଉତର ପ୍ରଦେଶ ସରକାରଙ୍କ ନିଷ୍ପତି ଉପରେ ସର୍ବୋଚ୍ଚ ଅଦାଲତ ନିଜ ଆଡୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାର କାଉଡିଆ ଯାତ୍ରାକୁ ବିରୋଧ କରୁଥିବା ଯୋଗୁଁ ଉତର ପ୍ରଦେଶର ସରକାରଙ୍କୁ ଯାତ୍ରା ବନ୍ଦ ଲାଗି ନିଦେ୍ର୍ଧଶ ଦେବେ ବୋଲି ଆଶା କରାଯାଏ, ଏହା ନିଶ୍ଚିତ ଯେ, କାଉଡିଆ ଯାତ୍ରା କରୋନା ଗାଇଡ ଲାଇନକୁ ବିରୋଧ କରୁଥିବା ଯୋଗୁଁ ସୁପ୍ରିମକୋର୍ଟ ଯଥାର୍ଥ ନିଷ୍ପତି ନେବେ ବୋଲି ଦେଶବାସୀ ଆଶାବଦୀ । ଅନ୍ୟପକ୍ଷରେ ଦେଶରେ ମହାମାରୀର ନିୟନ୍ତ୍ରଣ ଲାଗି ଗତ ଜାନୁୟାରୀ ମାସ ୧୬ ତାରିଖରୁ ଆରମ୍ଭ କରିଥିବା ଟିକାକରଣ ଅଭିଯାନ ଏବେ ୬ ମାସ ପୁରଣ କରିଥିବା ବେଳେ ଟିକାକରଣର ଲକ୍ଷ୍ୟ ପୁରଣ ହୋଇପାରି ନାହିଁ ବୋଲି ନିସଂଦେହରେ କୁହାଯାଇପାରିବ । ଉଲେଖ କରାଯାଇପାରେ ଯେ, କେନ୍ଦ୍ର ସରକାର ଟିକାକରଣ ଦାୟିତ୍ୱ ନିଜ ହାତକୁ ନେବା ପରେ ଆଶା କରାଯାଉଥିଲା ଯେ, ଟିକାଦାନ ଅଭିଯାନ ଶୃଙ୍ଗଳିତ ହେବା ସହ ସଫଳ ହେବ । ମାତ୍ର ଟିକାଦାନ ଅଭିଯାନ ଦେଶରେ ମନ୍ଥର ଗତିରେ ଚାଲିଛି । ଆସନ୍ତା ଡିସେମ୍ବର ସୁଦ୍ଧା ଦେଶର ୯୫ କୋଟି ନାଗରୀକଙ୍କୁ ଟିକାଦାନ ପ୍ରକ୍ରୀୟା ସଂପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ତାହା ପୁରଣ ହେବା ଆଶଙ୍କା ଜଳ ଜଳ ହୋଇ ଦେଖାଯାଉଛି ବୋଲି କୁହାଯାଉଛି ବୋଲି ଆଦିବାସୀ ଏହାର କାରଣ ଟିକାର ଅଭାବ ଏବଂ ଗ୍ରାମଅଂଚଳ ତଥା ଆଦିବାସୀ ବହୁଳ ଦୁର୍ଗମ ଅଂଚଳରେ ଟିକା ନେବା ପାଇଁ ଲେକଙ୍କ କୁଣ୍ଠାବୋଧ । ଉଲେଖ ଯୋଗ୍ୟ ଯେ, ଗତ ମାସ ୨୧ ତାରିଖରେ ଦେଶରେ ନୂତନ ଟିକାନୀତି କାର୍ଯ୍ୟକାରୀ ହେବା ଦିନ ଟିକା କରଣରେ ରେକର୍ଡ ସୃଷ୍ଟି ହୋଇଥିଲା । ଗୋଟିଏ ଦିନରେ ଦେଶରେ ୮୨ ଲକ୍ଷ ଲୋକ ଟିକା ନେଇଥିବା ଓଡ଼ିଶାରେ ୩ ଲକ୍ଷରୁ ଅଧିକ ଲୋକ ଟିକା ନେଇଥିଲେ । ମାତ୍ର ଗୋଟିଏ ସପ୍ତାହ ଟିକାକରଣ ଶୃଙ୍ଖଳିତ ଭାବେ ଚାଲିବା ପରେ ଟିକାର ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହୋଇଛି । ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଆବଶ୍ୟକ ପରିମାଣର ଟିକାଯୋଗାଇ ପାରୁ ଥିବା ଅଭିଯୋଗ ହୁଏ । ଓଡ଼ିଶା, ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, ପଶ୍ଚିମବଙ୍ଗ, ଅନ୍ଧ୍ର, କେରଳ ସମେତ ଦେଶର ବହୁ ରାଷ୍ଟ୍ର ଟିିକା ଅଭାବ ଅଭିଯୋଗ କରିଛନ୍ତି । ଆମ ରାଜ୍ୟରେ ଟିକା ଅଭାବ ଯୋଗୁଁ ୧୬ଟି ଜିଲ୍ଲାରେ ଟିକାକରଣ ଅଭିଯାନ ବନ୍ଦ ରହିଛି । ଦେଶରେ ମହାମାରୀ ଦୈନିକ ସଂକ୍ରମଣ ଏବେ ୨୦ ହଜାର ଉପରେ ରହିଥିବା ବେଳେ ଗତ ୬ ମାସରେ ବର୍ତମାନ ସୁଦ୍ଧା ୩୩ ପ୍ରତିଶତ ନାଗରୀକ ଗୋଟିଏ ଡୋଜ ଟିକା ନେଇଥିବା ବେଳେ ମାତ୍ର ୮ ପ୍ରତିଶତ ଦୁଇଟି ଡୋଜ ଟିକା ଦେଇଛନ୍ତି । ଟିକା ଅଭାବ ଯୋଗୁଁ ଏବେ ଯେଉଁ ବେଗରେ ଟିକାକରଣ ଚାଲିଛି, ହୁଏତ ୯୪ କୋଟି ନାଗରୀକଙ୍କୁ ଟିକାଦାନ ବହୁ ବର୍ଷ ଲାଗିଯିବ ଆଶଙ୍କକୁ ଏଡାଇ ଦିଆଯାଇ ନ ପାରେ । ଏହା ନିଶ୍ଚିତ ଯେ, ପ୍ରଧାନମନ୍ତ୍ରୀ ବାରମ୍ବର ଟିକାକରଣ, ଟ୍ରିଟ , ଟେଷ୍ଟ ଓ ଟ୍ରାକ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । କେନ୍ଦ୍ର ସରକାର ଟିକା ଯୋଗାଣକୁ ତ୍ୱରାନ୍ୱିତ କରିବା ସହ ପାରମ୍ପରିକ ଯାନି ଯାତ୍ରା ତଥା ଉତର ପ୍ରଦେଶ ସରକାରଙ୍କ ନିଷ୍ପତି ଉପରେ ରୋକ ଲଗାଇବା ଜରୁରୀ । ଅନ୍ୟଥା ଟିକାକରଣ ଅଭିଯାନ ବିଫଳ ହେବା ସହ ସଂକ୍ରମଣ ବଢ଼ିବା ନିଶ୍ଚିତ ।

Leave A Reply

Your email address will not be published.

twenty − 8 =