କେବେ ଉଠିବ ଲକଡାଉନ ?

ଦେଶର ବହୁ ରାଜ୍ୟ ଏବେ ଲକଡାଉନ ଭିତରେ ଅଛନ୍ତି । କେତେକ ରାଜ୍ୟରେ କରୋନା ପଜିଟିଭ ସଂକ୍ରମଣ ହାର ଉଦ୍ଧ୍ୱର୍ମୁଖା ହୋଇଥିଲା ବେଳେ ଆଉ କେତେକ ରାଜ୍ୟରେ ଏହା ଧିରେ ଧିରେ କମିବାରେ ଲାଗିଛି । ଏପରିକି ଦିଲ୍ଲୀରେ ସଂକ୍ରମଣ ହାର ୩୭ ପ୍ରତିଶତରୁ କମି ସମ୍ପ୍ରତି ଏହା ୧୭ ପ୍ରତିଶତରେ ପହଂଚିଥିବା କୁହାଯାଇଛି । ତେବେ ଆଇସିଏମଆର ମହାନିର୍ଦେଶକ ପ୍ରଫେସର ବଳରାମ ଭାର୍ଗବଙ୍କ ସୂଚନା ଅନୁଯାୟୀ ଦିଲ୍ଲୀରେ ସଂକ୍ରମଣ ହାର କମିବା ଯଥେଷ୍ଟ ବୋଲି କୁହାଯାଇପାରିବ ନାହିଁ । ଯଦି ମାତ୍ର ଦିନକ ପରେ ଏଠାରୁ ଲକଡାଉନ ଉଠାଇ ନିଆଯିବ, ତେବେ ମଧ୍ୟ ପରିସ୍ଥିତି ଅସମ୍ଭାଳ ହୋଇଉଠିବ । ତାଙ୍କ କହିବା ଅନୁଯାୟୀ, ଲକଡାଉନ ତତ୍କ୍ଷଣାତ ଉଠିବା ପୂର୍ବରୁ ଏ ସମ୍ପର୍କରେ ପ୍ରଥମେ ସମୀକ୍ଷା କରାଯିବା ଦରକାର । ସମସ୍ଥେ ଜାଣନ୍ତି ଓ ଏହା କହିବା ଅନାବଶ୍ୟକ ଯେ, ଭାରତର ରାଜଧାନୀ ଦିଲ୍ଲୀ ଓ ଅର୍ଥନୀତିର ରାଜଧାନୀ ମୁମ୍ବାଇ ଏବଂ ଟେକିନିକାଲ ହବ୍ ଭାବେ ଜଣାଶୁଣା ବେଙ୍ଗାଲୁରୁ ଭଲି ସହରରେ ସଂକ୍ରମଣର ଦ୍ୱିତୀୟ ଲହର ସଜୋର ହୋଇଥିବାରୁ ଏହି ସବୁ ସହର ଏବଂ ଦେଶର ବହୁ ଜିଲ୍ଲାରୁ ଲକଡାଉନ କେବେ ଉଠିବ, ତାହା ଠିକ୍ ଭାବରେ କହିହେଉନାହିଁ । ଦେଶର ୭ ଶହରରୁ ଉର୍ଧ ଜିଲ୍ଲାରେ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ଆଦୌ ସମିଚୀନ ନୁହେଁ । ତେଣୁ ଏହି ଚେନ୍ ଭାଙ୍ଗିବାକୁ ହେଲେ ସର୍ବପ୍ରଥମେ ଲକଡାଉନ ଓ ସଟ୍ଡାଉନ୍ର ସାହାର୍ଯ୍ୟ ନେବା ସହିତ ସାମାଜିକ ଦୁରତ୍ୱ ରକ୍ଷାକରିବା ଏବଂ ମାସ୍କ ପିନ୍ଧିବା ଏକାନ୍ତ ବାଂଛନୀୟ । ତେବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ସମ୍ବାବ୍ୟ ଅର୍ଥନୈତିକ ଅସୁବିଧାକୁ ଆକ୍ଷି ଆଗରେ ରଖି ସବୁ ରାଜ୍ୟସରକାର ପଜିଟିଭ ସ୍ତର ବୃଦ୍ଧିନେଇ ଲକଡାଉନ ସଟ୍ଡାଉନ୍ କରିବାକୁ ନିଷ୍ପତି ନେବା ପରେ ବହୁ ରାଜ୍ୟରେ ଏବେ ଲକଡାଉନ ଜାରି କରାଯାଇଛି । କେବଳ ଓଡ଼ିଶା କଥା ଯଦି ବିଚାର କରାଯାଏ, ଏଠାରେ ମଧ୍ୟ ଏହି ଲକଡାଉନ ମେ’ ୧୯ ପର୍ଯ୍ୟନ୍ତ ପାଳନ ପାଇଁ ରାଜ୍ୟସରକାର ବିଦିବଦ୍ଧ ଘୋଷଣା କରିବା ସହିତ ଏହା ମଧ୍ୟ କଡ଼ାକଡି ଭାବେ ଲାଗୁ ହୋଇଛି । ତେବେ ପ୍ରଶ୍ନ ଉଠେ, ଆଉ ମାତ୍ର ସପ୍ତାହକ ପରେ କ’ଣ ବର୍ଦ୍ଧିତ ସଂକ୍ରମଣର ରୂପରେଖ ବଦଳିବା ସହ ଏହା ୧୦ ପ୍ରତିଶତରୁ ତଳକୁ ଖସିଥିବ? ଯଦି ନଖସିଥାଏ, ତେବେ ଲକଡାଉନ ପୁନର୍ବାର ସପ୍ତାହକ ପରେ ଆଉ ମାସକ ପାଇଁ ଲାଗୁ ହେଲା ବିଚିତ୍ର ବା ଅସମ୍ଭବ ନହେବା ପରି ମନେହୁଏ । ତେବେ ଗ୍ରାମାଂଚଳ ଗୁଡିକରେ ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ଲକଡାଉନ ଭିତରେ ଯେପରି ଉପବାସ ନ ରୁହନ୍ତି, ସେଥିପାଇଁ ସରକାରୀ ସ୍ତରରେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଦୃଷ୍ଟି ଦେବା ସହିତ ଗ୍ରାମର ପ୍ରତି ଘରକୁ ମୁଣ୍ଡ ପିଛା ଖାଦ୍ୟ ମାଗଣାରେ ଯୋଗାଇ ଦେବା ନିତ୍ୟାନ୍ତ ଆବଶ୍ୟକ । ତାହା ନହେଲେ, ଲୋକ କରୋନା ଚେନ୍ ଭାଙ୍ଗିପାରନ୍ତି; କିନ୍ତୁ ଦୁଇ ଓଳା ଚୁଲିଜଳିବା ଅସମ୍ଭବ ହୋଇପଡିବା ଆଦୌ ଅସମ୍ଭବ ନୁହେଁ ।

Leave A Reply

Your email address will not be published.

12 − 10 =