କୋରୋନା ମାଡ

ଚଳିତ ଆର୍ଥୀକ ବର୍ଷର ପ୍ରଥମ ତିନି ମାସ (ଏପି୍ରଲ-ଜୁନ)ର ବିକାଶ ହାର ନେଇ କେନ୍ଦ୍ର ସରକାରଙ୍କ ପ୍ରଦତ ତଥ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ଘୋଷିତ ଲକଡାଉନ ଦେଶର ଅତନୀତିକୁ ଏକ ପ୍ରକାର ପଙ୍ଗୁ କରିଦେଇଛି ବୋଲି ନିସଂନେ୍ଦହରେ ସ୍ୱିକାର କରିବାକୁ ହେବ । ଜାରି ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ, ଏହି ତିନି ମାସରେ ଅଭିବୃଦ୍ଧି ୨୩.୯% ହ୍ରାସ ପାଇଛି । ଯାହାକି ଆର୍ଥୀକ ମାନ୍ଦାବସ୍ଥାର ପୁର୍ବାଭାଷ ବୋଲି କକୁହାଯାଇଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ, କେବଳ କୃଷି କ୍ଷେତ୍ର ଏବଂ ଏହାର ସହଯୋଗୀ କ୍ଷେତ୍ର ବ୍ୟତିତ ଅନ୍ୟ ସବୁ କ୍ଷେତ୍ରରେ ଅଭିବୃଦ୍ଧି ପ୍ରାୟ ୨୭ ପ୍ରତିଶତ ହା୍ରସ ପାଇଛି । ୧୯୯୬-୯୭ରେ କେନ୍ଦ୍ର ସରକାର ଦେଶରେ ତ୍ରୟ ମାସିକ ଆର୍ଥୀକ ଅଭିବୃଦ୍ଧି ନେଇ ଜାରି କରିବା ଆରମ୍ଭ କରିଥିବା ବେଳେ ପ୍ରଥମ ଥର ପାଇଁ ବିକାଶ ହ୍ରାସ ପାଇଥିବା କୁହାଯାଇଛି । ୧୯୯୬ ସମିହା ପରଠାରୁ ଚଳିତ ବର୍ଷ ଦେଶରେ ଅର୍ଥନୀତି ସବୁଠୁ ଖରାପ ସ୍ଥିତିର ସମ୍ମୁଖିନ ହୋଇଛି । ପ୍ରଥମ ତ୍ରୟମାସିକରେ କୃଷି ଏବଂ ଏହାର ସହଯୋଗୀ କ୍ଷେତ୍ର, ଯାହାକି ଲକଡ଼ାଉନ କଟକଣା ଠାରୁ ମୁୁକ୍ତ ରହିଥିଲା । ଅଧିକ ଅମଳ ଯୋଗୁଁ କୃଷି କ୍ଷେତ୍ରରେ ଅଭିବୃଦ୍ଧି ୩.୪୨% ରହିଛି । ଆହୁରି ମଧ୍ୟ କୃଷି କ୍ଷେତ୍ର ଆଗକୁ ଅଭିବୃଦ୍ଧି ଜାରି ରଖିବା ନେଇ ସରକାର ଦୃଢ ଆଶାବାଦୀ । ଚଳିତ ବର୍ଷ ସ୍ୱଭାବିକ ମୌସୁମୀ, ଉତମ ପାଣିପାଗ ମଧ୍ୟରେ ଖରିଫ ଚାଷ ଆରମ୍ଭ ବିକାଶ ହାରକୁ ବଜାୟ ରଖିବା ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ୩୯.୪୩% ହ୍ରାସ ପାଇଥିବା ବେଳେ ନିର୍ମାଣ କ୍ଷେତ୍ରରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ୫୦.୩୨% ହ୍ରାସ ପାଇଥିବା ବେଳେ ସେବା କ୍ଷେତ୍ର ବିଶେଷ କରି ବିମାନ ଚଳାଚଳ, ପର୍ଯ୍ୟଟନ, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧି ୪୭% ହ୍ରାସ ପାଇଛି । ଘରୋଇ ଚାହିଦା ଏହି ସମୟ ମଧ୍ୟରେ ଏକ ଚତୁର୍ଥାଂଶରୁ ସାମାନ୍ୟ ଅଧିକ ଥିବା ବେଳେ ଘରକରଣା ଚାହିଦା ଆଶାତିତ ଭାବେ କମି ଜାଇଥିବା କୁହାଯାଇଛି ।
ସେହିପରି ନିବେଶ କ୍ଷେତ୍ରରେ ଅଭିବୃଦ୍ଧି ୪୭.୧% ହ୍ରାସ ପାଇଥିବା ବେଳେ ସରକାରୀ ଚାହିଦା ଯୋଗୁଁ ଅଭିବୃଦ୍ଧି ୧୬.୪% ଏହା ସତ୍ୟଯେ, ଦୀର୍ଘ ୧୦୮ ଦିନରେ ଲକଡାଉନ ଯୋଗୁଁ କୃଷି ବ୍ୟତିତ ସମସ୍ତ କ୍ଷେତ୍ର ଠପ ହୋଇଯାଇଥିଲା । ସମସ୍ତେ ଘରେ ନଜକୁ ଆବଦ୍ଧ କରିଥିବା ବେଳେ ଉଭୟ ସରକାରୀ ଓ ବେସରାକାରୀ କ୍ଷେତ୍ର ସମ୍ପୁର୍ଣ୍ଣ ଠପ ହୋଇଯାଇଥିଲା । ଲକଡାଉନ ଯୋଗୁଁ କୋଟି କୋଟି ଶ୍ରମିକ ଜୀବିକା ହରାଇଥିବା ସମୟରେ ୧.୮୧ କୋଟି ବେରୋଜଗାର ହୋଇଯାଇଛନ୍ତି । ଏବେ ଅନଲକ ୦.୪ ଚାଲିଥିବା ବେଳେ ବହୁ କ୍ଷେତ୍ର କଟକଣା ମୁକ୍ତ ହୋଇପାରିନାହିଁ କି ସ୍ୱଭାବିକ ଅବସ୍ଥା ଫେରିନାହିଁ । ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବେବି ଅଚଳ ଅବସ୍ଥାରେ ରହିଛି । ଦୀର୍ଘ ୬ମାସ ପରେବି ବିମାନ, ରେଳ, ବସ ଚଳାଚଳ ସ୍ୱଭାବିକ ହୋଇପାରିନି । ସ୍କୁଲ କଲେଜ କେବେ ଖୋଲିବ, ସେନେଇ କେହି କହିପାରିବେ ନାହିଁ । ଏବେ ଦେଶରେ କରୋନା ଭୁତାଣୁ ଯୋଗୁଁ ସଂକ୍ରମଣ ଓ ମୃତକ ଯେପରି ବଢିଚାଲିଛି ଏହାର ମୁକାବିଲା ପାଇଁ ରାଜକୋଷରୁ ପାଣି ପରି ଅର୍ଥ ବ୍ୟୟ ଚାଲିଛି । ଦେଶରେ କ୍ଷୁଦ୍ରଶିଳ୍ପ ଗୁଡିକୁ ଚଳନକ୍ଷମ କରିବା ପାଇଁ ସରକାର ୨୦ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ଏହାର ପ୍ରଭବ ଅନୁଭୁତ ହୋଇନାହିଁ । ଏହା ସତ୍ୟଯେ, ବିକାଶ ହାର ଯଦି କ୍ରମାଗତ ହା୍ରସ ହୁଏ ତେବେ ଦେଶ ଆର୍ଥୀକ ମାନ୍ଦାବସ୍ଥା କବଜାରେ ପଡିବା ସୁନିଶ୍ଚିତ । କରୋନାର ପ୍ରହାରରେ ଅର୍ଥନୀତି ଆଦି ଧରାଶାୟୀ କହ÷ିଲେ ଆତ୍ୟୁକ୍ତି ହେବ ନାହିଁ ।

Leave A Reply

Your email address will not be published.

three × 5 =