ଅନିୟମିତ ମୌସୁମୀ ବର୍ଷା ତଥା ମରୁଡିରେ ବ୍ୟାପକ ଫସଲ ହାନି ଯୋଗୁଁ ଦେଶରେ ଚାଷୀ ଆତ୍ମହତ୍ୟା ଘଟଣା କାହାକୁ ଅଛପା ନାହିଁ । ଫସଲ ହାନି ଯୋଗୁଁ ପ୍ରତି ବର୍ଷ ଦେଶରେ ୧୦,୦୦୦ରୁ ଉଦ୍ଧ୍ୱର୍ ଚାଷୀ ଆତ୍ମହତ୍ୟ କରିବା ଅଭିଯୋଗ ହୁଏ । ମାତ୍ର କଲମ୍ବିଆ ବିଶ୍ୱ ବିଦ୍ୟାଳୟ, ମ୍ୟାକଗିଲ ବିଶ୍ୱ ବିଦ୍ୟାଳୟ ଏବଂ ଗାନ୍ଧୀନଗର ଆଇଟି ପକ୍ଷରୁ ଚାଷୀ ଆତ୍ମହତ୍ୟା ନେଇ ଯୋଉଁ ଗବେଷଣା ମୁଳକ ରିପୋର୍ଟ ପ୍ରକାଶ ପାଇଛି, ତାହା ଏବେ ଗୁରୁତ୍ୱ ବହନ କରେ । ରିପୋର୍ଟରେ କୁହାଯାଇଛିଯେ, ମରୁଡି ତୁଳନାରେ ବନ୍ୟା ଓ ପ୍ରବଳ ବର୍ଷାରେ ଗ୍ରାମାଞ୍ଚଳରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ଅଧିକ ରହିଛି । ମୌସୁମୀ ଋତୁରେ ପ୍ରବଳ ବନ୍ୟା ଓ ବର୍ଷାରେ ଗ୍ରାମାଞ୍ଚରେ ଚାଷୀ ଆତ୍ମହତ୍ୟା ହାର ୧୮.୭% ବୃଦ୍ଧି ପାଇଥାଏ । ରିପୋର୍ଟରେ ଆହୁରି କୁହାଯାଇଛିଯେ, ଗ୍ରାମାଞ୍ଚଳରେ ମୃତକଙ୍କ ବୟସ ୧୫ବର୍ଷ ଉପରେ । ଗତ ୨୦୦୧ ମସିହା ଠାରୁ ୨୦୧୩ ମସିହା ମଧ୍ୟରେ କେତେକ ବଛା ବଛା ଗ୍ରାମରେ ଘଟିଥିବା ୯୪୫୬ଟି ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ସର୍ଭେ କରାଯାଇଥିଲା । କେବଳ ମରୁଡି ନୁହେଁ ବନ୍ୟା ଓ ବର୍ଷାଯୋଗୁଁ ଗ୍ରାମାଞ୍ଚଳରେ ଚାଷୀ ମୃତ୍ୟୁ ହାର ଅଧିକ ରହିଛି । ତେବେ ଏହି ଚାଷୀଙ୍କ ମଧ୍ୟରୁ ୪୦% କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବାବେଳେ ୩୭% ବେକରେ ଦଉଡି ଦେଇ ଏବଂ ୧୦% ନିଜେ ପୋଡି ହୋଇ ପ୍ରାଣ ତ୍ୟାଗ କରିଛନ୍ତି । ମରୁଡି ତୁଳନାରେ ବନ୍ୟା ଓ ପ୍ରବଳ ବର୍ଷା ଅଧିକ ଚାଷୀଙ୍କ ଜୀବନ ହାନିର କାରଣ ହୋଇଥାଏ ବୋଧହୁଏ ପ୍ରଥମ ଥର ପାଇଁ ଗବେଷଣା ମୁଳକ ରିପୋର୍ଟରେ କୁହାଯାଇଛି । ମରୁଡି ଯୋଗୁଁ ଅମଳ ସମୟରେ ଉପôାଦିତ ଶସ୍ୟକୁ ଦେଖି ଚାଷୀ ହତୋତ୍ସାହିତ ହୋଇପଡିବା ସହ ଚରମ ନିଷ୍ପତି ନେବାକୁ ବାଧ୍ୟ ହୋଇଥାଏ । କିନ୍ତୁ ବନ୍ୟ ଓ ବର୍ଷାରେ ଦୀର୍ଘ ଦିନ ଧରି ଫସଲ ପାଣିରେ କୁଢ ରହିବା ଯୋଗୁଁ ପଚି ଶଢି ନଷ୍ଟ ହୋଇଯାଇଥାଏ । ନିଜ ଆଖି ଆଗରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ବଢାଇଥିବା ଶସ୍ୟ ନଷ୍ଟ ଦେଖି ନିଜକୁ ସମ୍ଭାଳି ପାରି ନଥାଏ । ଯାହାକି ଆତ୍ମହତ୍ୟାର କାରଣ ବୋଲି କୁହାଯାଇଛି । ଏହା ସତ୍ୟଯେ, ଆମ ଦେଶରେ ବନ୍ୟା, ବାତ୍ୟା, ମରୁଡି ହେଉଛି ଚାଷୀଙ୍କର ଚୀର ସହଚର । ଏହି ପ୍ରାକୃତିକ ବିର୍ପ୍ୟୟରୁ ଚାଷୀ ନିଜକୁ ସୁରକ୍ଷିତ ରଖିପାରି ନାହିଁ କି ରଖିପାରିବ ନାହିଁ । କେବଳ ଏତିକି ନୁହେଁ ରୋଗ ପୋକ ଆକ୍ରମଣ ଚାଷୀ ପାଇଁ ଆଉ ଏକ ବିପଦ ଭାବେ ଉଭାହୋଇଛି । ଦୁଇ ବର୍ଷ ତଳେ ପଶ୍ଚିମ ଓଡିଶାରେ ଲେଦା ପୋକ ଆକ୍ରମଣ ମନରୁ ଏଯାଏଁ ଲିଭିନାହିଁ । ନିକଟରେ ପଙ୍ଗପାଳ ଆକ୍ରମଣରେ ରାଜସ୍ଥାନ, ମଧ୍ୟପ୍ରଦେଶରେ ବ୍ୟାପକ ଫସଲ ହାନୀ ଘଟିଛି । ଏହା ବ୍ୟତିତ ଉପôାଦିତ ସାମଗ୍ରୀର ଅଭାବି ବିକ୍ରି ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦିଏ । ଯାହାକି ଚାଷୀ ଆତ୍ମହତ୍ୟାର କାରଣ ବୋଲି କୁହାଯାଇପାରିବ । ପ୍ରାକୃତିକ ବିପର୍ଯ୍ୟୟ, ପୋକ ଆକ୍ରମଣ, ଅଭାବି ବିକି୍ର, ଋୁଣ ବୋଝ ବୃଦ୍ଧିରେ ଚାଷୀ ମାନସିକ ଭାରସ୍ୟାମ ହରାଇବା ସ୍ୱାଭାବିକ । ଯେଉର୍ଥି ପାଇଁ ଦେଶରେ ଚାଷୀ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି । ରିପୋର୍ଟରେ ପ୍ରକାଶ ପାଇଛି ଯେ, ଗତ ଦୁଇ ଦସନ୍ଧି ମଧ୍ୟରେ ଦେଶରେ ଦେଢ ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ଚାଷୀ ଆତ୍ମହତ୍ୟା ଘଟଣା ମହାରାଷ୍ଟ୍ରରେ ଅଧିକ ଘଟୁଥିବା ରିପୋର୍ଟ ପ୍ରକାଶ ପାଇଛି । କେବଳ ମହାରାଷ୍ଟ୍ର ନୁହେଁ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁରେ ଚାଷୀ ଆତ୍ମହତ୍ୟା ପ୍ରତି ବର୍ଷ ବଢିବାରେ ଲାଗିଛି । କହିବା ବାହୁଲ୍ୟ ଯେ, ଚାଷୀ ଓ ଚାଷର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧି କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଛନ୍ତି । ମାତ୍ର ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚୁଥିବା ମନେହୁଏ ନାହିଁ । ଯେଉଁ କେକତେକକ ଯୋଜନା ଚାଷୀଙ୍କ ନିକଟରେ ପହଞ୍ଚୁଛି ତାହା କେବଳ ନିଜସ୍ୱ ଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ଉଦ୍ଧିଷ୍ଟ ବୋଲି କହିଲେ ହୁଏତ ଅତୁ୍ୟକ୍ତି ହେବନାହିଁ । ଅନ୍ୟ ପକ୍ଷରେ ବନ୍ୟା, ବାତ୍ୟା ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କର ଚୀର ସହଚର ହୋଇଥିବା ବେଳେ ଏବଂ ଦେଶର ଚାଷୀକୁଳ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ଥିବାବେଳେ ଆଗୁଆ ଚାଷୀକୁ ପରିବର୍ତିତ ପାଣିପାଗ ସଂପର୍କରେ ସୁଚନା ଦେବାରେ ବିଫଳତା ଫସଲ ହାନିର କାରଣ ବୋଲି କୁହାଯାଇପାରେ । ଅନ୍ୟ ପକ୍ଷରେ ଚାଷରେ ଅନ୍ୟ ବ୍ୟବସାୟ ତୁଳନାରେ ଳାଭ ହାର ସବୁଠାରୁ କମ୍ ଥାଏ । ଏହି କମ୍ ଲାଭ ସତ୍ୱେ ଚାଷୀ ତାର କୌଳିକ ବୃତିରୁ କେବେହେଲେ ଦୁରେଇ ଯାଇନାହିଁ । ଚାଷୀ ହେଉଛି ଦେଶର ବଳ, ଚାଷୀ ଓ ଚାଷର ସୁରକ୍ଷା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିବା ସହ ସେମାନଙ୍କ ନିକଟରେ ପହଞ୍ଚାଇବା ଜରୁରୀ, ଯାହାକି ଆତ୍ମହତ୍ୟାରୁ ସେମାନଙ୍କୁ ରକ୍ଷା କରିପାରିବ ।