ଚୀନ’ର ଷଡଯନ୍ତ୍ର

ପ୍ରାଣଘାତୀ ଏବେ ଭାରତ ସୀମାରେ ଉତେଜନା ସୃଷ୍ଟି କରିବା ହିନ୍ଦୁସ୍ଥାନ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି ନିସଂନହରେ କୁହାଯାଇପାରିବ । କହିବା ବାହୁଲ୍ୟ ଯେ, ଭାରତ-ଚୀନ ସୀମା ବିବାଦ କିଛି ନୂଆ ନୁହେଁ । ୧୯୬୨ ଭାରତ-ଚୀନ ଯୁଦ୍ଧ ପରଠାରୁ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି । ଇତି ମଧ୍ୟରେ ସୀମା ବିବାଦର ସାମାଧାନ ଲାଗି ଦୁଇ ଦେଶ ମଧ୍ୟରେ ଚାରିଟି ସୀମା ପରିଚାଳନା ରାଜିନାମା ସ୍ୱାକ୍ଷରିତ ହୋଇଥିବା ପାଂଚମ ରାଜିନାମା ପାଇଁ ପ୍ରସ୍ତୁତ ଚାଲିଛି । କେବଳ ଏତିକି ନୁହେଁ, ଦୁଇ ଦେଶ ମଧ୍ୟରେ ଶିଖର ସ୍ତରରେ ଏବଂ ଉଚ୍ଚ ଅଫିସର ସ୍ତରୀୟ ବହୁବାର ଆଲୋଚନା ହୋଇଛି ଗତ ତିନିବର୍ଷ ତଳେ ଦୁଇଦେଶ ମଧ୍ୟରେ ଦେଖା ଦେଇ ଥିବା ପୋକଲମା ସୀମା ବିବାଦ ଏବେ ଲୋକଙ୍କ ମନରୁ ଲିଭି ନ ଥିବ ବୋଧହୁଏ । ନିକଟରେ ହଠାତ ସୀମାନ୍ତର ୩ଟି ପଂଟେ ତଥା ଗାଲୱାନା ଭଲି, ଫିଗର ୪ ଏବଂ ନାକୁଲା ଠାରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଉତେଜନା କେବଳ ଠେଲପେଲା ଧସ୍ତାଧସ୍ତି ଏବଂ ମୁଥମରାମରିରେ ସୀମିତ ହୋଇଛି । ଉଲେଖ ଯୋଗ୍ୟ ଯେ, କରୋନା ଭୂତାଣୁକୁ ନେଇ ଚୀନ ଏବେ ବିଶ୍ୱଚାପର ସମୁଖୀନ । କରୋନା ଭୂତାଣୁ ଉତପ୍ତି ନେଇ ନିରପୋକ୍ଷ ତଦନ୍ତ ଦାବି ଉଠିଲାଣି । କେବଳ ଏତିକି ନୁହେଁ, କରୋନା ଭୂତାଣୁ ଦ୍ୱାରା ସର୍ବାଧିକ କ୍ଷତଗ୍ରସ୍ତ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ର ସମୁହ ଚୀନ ଉପରେ ଖପା । ଆମେରିକା ମଧ୍ୟ ଖୋଲାଖୋଲି ଭାବେ ଚୀନକୁ ଧମକ ଦେଇ ସାରିଲାଣି । ଚୀନ ବିରୁଦ୍ଧରେ ବିଶ୍ୱ ସମୁଦାୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସ୍ୱର ଉଠିଲାଣି । ଭାରତ ମଧ୍ୟ କରୋନା ଭୂତାଣୁ ନେଇ ଚୀନ ବିରୁଦ୍ଧରେ କଠୋର ଅଭିମୁଖ୍ୟ ଗ୍ରହଣ କରିଥିବା ସୂଚନା ମିଳିଲାଣି । ଆନ୍ତନିର୍ଭର ଭାରତ ଗଠନ ଅଭିଯନ ଏହାର ଜ୍ଜଳନ୍ତ ଉଦାହରଣ ବୋଲି କୁହାଯାଇପାରେ । ଏହା ଦ୍ୱାରା ଭାରତ ନିଜ ସାମଗ୍ରୀରେ ନିଜ ଦେଶର ସ୍ୱତନ୍ତ୍ର ବଜାର ସୃଷ୍ଟି ହେଉଛି ମୁଖ୍ୟ ଲକ୍ଷ୍ୟ । ଚୀନ ପାଇଁ ଭାରତ ହେଉଛି ଏକ ବଡ଼ ବଜାର । ଭାରତ ଭଳି ବେତେନ ଦେଶ ପାଇଁ ଚୀନର ଅର୍ଥନୀତି ସୁଦୃଢ, ଏହା ନିସଂଦେହ । ହଠାତ ସୀମାନ୍ତରେ ଚୀନ ସୈନକମାନଙ୍କ ଦ୍ୱାରା ଉତେଜନା ସୃଷ୍ଟି କରି ଭାରତକୁ ଏକ ସଂଦେଶ ଦେଇଛି ଯେ, ଚୀନ ବିରୋଧି କୌଣସି ଉଦ୍ୟମରେ ସାମିଲ ହୁଅନାହିଁ । କେବଳ ଏତିକି ନୁହେଁ । ଲିପୁଲେଖ ପାସ, କଳାପାଣି ଏଲିମୁଆଧାରାର ୩୩୫କି.ମି ଅଂଚଳକୁ ନେପାଳ ନିଜର ବୋଲି ଦର୍ଶାଇ ଅଧିକାର ଦାବି କରିବା । ପଛରେ ଚୀନର ହାତ ରହିଛି ବୋଲି ଦଳଦଳ ହୋଇ ଦେଖାଯାଉଛି । ତେବେ ଚୀନର ଏହି ଭୀନ ଅଭିସନ୍ଧିର ମୁଖ୍ୟ ଲକ୍ଷ୍ୟ ହେଉଛି, ଭାରତକୁ ଦୁଇ ଅପ୍ରିୟ ପଡୋଶୀଙ୍କ ମଧ୍ୟରେ ରଖି ଏକ ଅଶାନ୍ତ ପରିବେଶ ସୃଷ୍ଟି କରିବା ଏହା ସତ୍ୟ ଯେ, ଚୀନ ସମର୍ଥନରେ ନେପାଳରେ ଏବେ କେ.ପି.ଶର୍ମା ଏଲିଙ୍କ ସରକାର କ୍ଷମତାରେ ରହିଛି । ଉଲେଖଯୋଗ୍ୟ ଯେ, ନେପାଲର ରାଜନୈତିକ, ସାଂସ୍କୃତିକ ଏ ବ୍ୟବସାୟିକ ଯାହା ଘଟେ ତା’ଉପରେ ଭାରତର ନିଶ୍ୱିତ ପ୍ରଭାବ ରହିପାଏ । ଭାରତର ଏହି ପ୍ରଭାବକୁ ହଟାଇବା ପାଇଁ ଚୀନ ସର୍ବଦା ପ୍ରୟାଷ କରିଥାଏ । ଏବେ ଏହି ପ୍ରୟାସର ଗୋଟି ହୋଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ଏଲି ବୋଲି କୁହାଯାଇପାରେ । ନେପାଳ ସହ ଭାରତର ସଂପର୍କ ଏପରି ଯେ, ଦୁଇ ଦେଶର ଜନସାଧାରଣ ବିନା ଭିସାରେ ଅବାଧରେ ଚଳପ୍ରଚଳ ହୋଇଥାନ୍ତି । ନେପାଳରେ ରାଜତନ୍ତ୍ର ଶାସନ ଅମଳରୁ ଲିପୁଲେଖ ପାସ, କଳାପାଣି, ଲିମ୍ପୁଆଧାରା ଅଂଚଳକୁ ଭାରତ ନିଜ ଅକ୍ତିଆରରେ ରଖିଥିା ବେଳେ କେବେ ନେପାଳ ପ୍ରତିବାଦ କରିନଥିବା କି ପ୍ରଶ୍ନ ବି ଉଠାଇ ନଥିଲା । ହଠାତ ନେପାଲ ଏହି ଆଭିମୁଖ୍ୟ ପଛରେ ଚୀନ ହାତ ସୁସ୍ୱଷ୍ଟ, ଏହା ନିସଂଦେହ । କରୋନା ଭୂତାଣୁ ନେଇ ଚୀନର ଏକଛତ୍ରବାଦୀ ଶାସକ ସିଜିନି ପିଙ୍ଗଙ୍କ ବିରୁଦ୍ଧରେ ଅସନ୍ତୋଷ ବତିବାରେ ଲାଗିଥିବା କୁହାଯାଉଛି । ଗୋଟିଏ ପଟେ ନିଜ ଦେଶରେ ଜଳ ଅସନ୍ତୋଷ ଅନ୍ୟ ପଟେ ଚୀନ ବିରୁଦ୍ଧରେ ବିଶ୍ୱଜନମତି ବୃଦ୍ଧି ପାଉଥିବାରୁ, ଏପରି ସ୍ଥଳେ ନଜକୁ ସୁରକ୍ଷିତ ରଖିବା ପାଇଁ ସୀମାବିବାଦ ଭଳି କେତେକ ଉତେଜନକ ପ୍ରସଙ୍ଗ ଉଠାଇ ଦେଶରେ ଜାତୀୟତାବାଦୀ ଲହର ସୃଷ୍ଟି କରିବାକୁ ଜିନପିଙ୍ଗ ପ୍ରୟାସ କରିବା ସ୍ୱାଭାବିକ ।
ଅନ୍ୟ ପକ୍ଷରେ ଭାରତର ଚୀରଶତ୍ରୁ ଭାବେ ପରିଚିତ ପାକିସ୍ଥାନ ଏବେ ଚୀନର ଏକ ଆଜ୍ଞାବହ ଦେଶ ଭାବେ ରହିଛି । ଭାରତର ତିନି ପଡୋଶୀଙ୍କୁ ଧରି ଚୀନ ଭାରତ ଆଶାନ୍ତ ପରିବେଶରେ ରଖିବାକୁ ଚାହୁଁଛି, ଏଇଥି ପାଇଁ ଯେ, ଭାରତ ବିଶ୍ୱ ସମୁଦାୟ ସହ ସାମିଲ ନହୋ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ, କରୋନା’ ନେଇ ଆମେରିକାର ଆଭିମୁଖ୍ୟକୁ ଅଷ୍ଟେ୍ରଲିଆ ସମର୍ଥନ କରିବା ପାରେ ଚୀନ ଏବେ ଅଷ୍ଟେ୍ରଲିଆକୁ ଲୁହାପଥର ରପ୍ତାନି ବନ୍ଦ କରିଦେଇଛି । ଯାହା ଫଳରେ ଅଷ୍ଟେ୍ରଲିଆର ଇସ୍ୱାତ ଶିଳ୍ପ ଏବେ ଗୁରୁତ ସଂକଟର ସମୁଖୀନ ହୋଇଛି । ସେହିପରି ନିକଟରେ ତାଇୱାନ ଉପରେ ଚୀନ ନିଜର ସାର୍ବଭୈମତ୍ୱ ଜାହିରକରିଛି । ହଂଙ୍କ ମଧ୍ୟ ଚୀନର ଏଭଳି ଆଭିମୁଖ୍ୟରୁ ବାଦପଡିନାହିଁ । ଏହା ସତ୍ୟ ଯେ, କରୋନା ଭୂତାଣୁ ନେଇ ବିଶ୍ୱଜନମତ ନେଇ ଚୀନ ଯେ ଆତଙ୍କିତ, ଏହା ସ୍ପଷ୍ଟ ବାରିହୋଇ ପଡୁଛି । ଏହା ନିଶ୍ଚିତ ଯେ, ଏସୀଆ ମହାଦେଶରେ ଭାରତ ଏକ ବୃହତ ଶକ୍ତି । ଭାରତକୁ ଦବାଇ ରଖିବା ପାଇଁ ଅଶାନ୍ତି, ଉତେଜନା ସୃଷ୍ଟି ଏବେ ଚୀନର ମୂଳ ଲକ୍ଷ୍ୟ ହୋଇଛି । ଭାରତ ଏକ ଆଣବିକ ଶକ୍ତି ସଂପନ୍ନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏକ ଦୃତ ଶକ୍ତି ହୋଇଥିବାରୁ ଚୀନ ଯେ, ଭାରତ ବିରୁଦ୍ଧରେ ପ୍ରତ୍ୟକ୍ଷ ଲଢେଇରେ ଅବତୀର୍ଣ୍ଣ ହେବ, ଏହି ଆଶାକ୍ଷୀଣ । ତେଣୁ ଏତିକି କୁହାଯାଇପାରେ ଯେ, ସୀମାକୁ ଆଳ କରି ଉତେଜନା ସୃଷ୍ଟି କରିବା ଚୀନର ଏକ ଷଡଯନ୍ତ୍ର ବ୍ୟତୀତ ଅନ୍ୟ କିଛି ନୁହେଁ ।

Leave A Reply

Your email address will not be published.

eleven − 3 =