ଜବରଦଖଲ ଦ୍ୱାରା ରାଜଧାନୀ ସଂକୁଚିତ!

ରାଜଧାନୀ ଭୁବନେଶ୍ୱର କ୍ରମଶଃ ଜନଗହଳି ପରିପୁର୍ଣ୍ଣ ଅଂଚଳରେ ପରିଣତ ହେବାକୁ ଯାଉଛି । ଅର୍ଦ୍ଧଶତାଧିକ ୱାର୍ଡକୁ ନେଇ ଗଠିତ ଭୁବନେଶ୍ୱର ମହାନଗର ନିଗମରେ ବସ୍ତି ସଂଖ୍ୟା କିଛି କମ୍ ନୁହେଁ । ମହାବାତ୍ୟା ପୂର୍ବରୁ ବସ୍ତି ସଂଖ୍ୟା ପ୍ରାୟ ୧୦୦ରୁ କମ୍ ରହିଥିଲା ବେଳେ ଏକବିଂଶତାବ୍ଦି ଆରମ୍ଭରୁ ଏହି ସଂଖ୍ୟା ଚର୍ତୁଗୁଣ ବଢିଛି । ଏପରିକି ଯେତେଗୁଡିଏ ଜାଗାରେ ସରକାରୀ ଜମି ରହିଛି, ସେଗୁଡିକ ମଧ୍ୟରୁ ଅଧିକାଂଶ ଏବେ ବସ୍ତି ବାସିନ୍ଦାଙ୍କ କବ୍ଜାରେ । ପରିସ୍ଥିତି ଏବେ ଏପରି ହେବାକୁ ବସିଲାଣି ଯେ, କୌଣସି ସରକାରୀ ଅଫିସ୍ ବା କ୍ୱାର୍ଟର ଆଦି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ସହଜରେ ସରକାରୀ ଜାଗା ମିଳୁନାହିଁ । ଏପରିକି ଏଥିଲାଗି ବିନାକାରଣରେ ମହାନଗର ନିଗମ ପକ୍ଷରୁ ପୋଲିସ ଆଣିବା ଏବଂ ଜବରଦଖଲ ଭାଙ୍ଗିବା ଆଦି ଲାଗି ବିପୁଳ ଅର୍ଥ ବ୍ୟୟକରିବାକୁ ପଡୁଛି । ତଥାପି ଦୀର୍ଘ ୨୦ବର୍ଷ ଧରି ଏହି ଅସରନ୍ତି ସମସ୍ୟା ସରୁନାହିଁ । ସମସ୍ୟା ଉପରେ ସମସ୍ୟା ଯୋଡି ହେଉଛି ସିନା, କିନ୍ତୁ ସମସ୍ୟାର ଭାର ଲାଘବ ହୋଇପାରୁନାହିଁ । ବାସ୍ତବରେ ଏଥିଲାଗି କିଏ ଦାୟୀ ତାହା ଠିକ୍ ଭାବେ ଏବେ ବି ଜାଣିବା ମୁସ୍କିଲ ହୋଇପଡିଛି । ସବୁଠାରୁ ବଡ କଥା ହେଲା ଯେ ଶହ ଶହ ବର୍ଷ ଧରି ଯେଉଁ ପ୍ରାକୃତିକ ଜଳଉସô ରାଜଧାନୀ ଭୁବନେଶ୍ୱର ମଧ୍ୟ ଦେଇ ଯାଇଛି, ତାହା ଏବେ ଜବରଦଖଲ ଏବଂ ବିଏମସିର ତାଡନା ଯୋଗୁ କ୍ରମଶଃ ସଂକୁଚିତ ହେବାରେ ଲାଗିଛି । ସର୍ବତ୍ର ଏହି ତଥାକଥିତ ଜଳଉସô ଦୁଇ ପାଶ୍ୱର୍ ପୋତି ଦୋକାନ ବଜାର, ଘର ଓ ବସ୍ତି ଆଦି ସ୍ଥାପନ କରାଯାଉଥିଲା ବେଳେ ବିଏମସି କାହିଁକି ନିରବତା ଅବଲମ୍ବନ କରୁଛି, ତାହା ଜଣାପଡୁନାହିଁ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ରାଜଧାନୀକୁ ଜବରଦଖଲ ମୁକ୍ତ କରିବାକୁ ହେଲେ ଓ ଭବିଷ୍ୟତରେ କୌଣସି ପ୍ରକଳ୍ପ ଲାଗି ଜାଗା ରଖିବାକୁ ହେଲେ ମହାନଗର ନିଗମ ସର୍ବପ୍ରଥମେ ଏକ କଡା ଆଭିମୁଖ୍ୟ ପ୍ରକାଶ କରିବା ସହିତ କୌଣସି ପରିପ୍ରେକ୍ଷୀରେ ମଧ୍ୟ ଜବରଦଖଲକୁ ଗ୍ରହଣ କରିବା ବା ଅନୁମତି ଦେବା ଅନୁଚିତ । ତ୍ଦ୍ୱାରା ଭବିଷ୍ୟତର ସମ୍ପ୍ରସାରଣକୁ ଆମେ ତଂଟିଚିପି ଅଟକାଇ ଦେଉଛେ କହିଲେ ଏହା ଠିକ୍ ନ ହୋଇପାରେ, କିନ୍ତୁ କେବେହେଲେ ଭୁଲ୍ ହେବନାହିଁ ।

Leave A Reply

Your email address will not be published.

seventeen − 16 =