ଟ୍ରାଜେଡି କିଙ୍ଗ ପରପାରିରେ

ହିନ୍ଦି ଚଳଚ୍ଚିିତ୍ର ଜଗତ ଓ ଭରତୀୟ ସିନେମା କ୍ଷେତ୍ରରେ ଦଶନ୍ଧି ଦଶନ୍ଧି ଧରି ‘ଟ୍ରାଜେଡି କିଙ୍ଗ୍’ ରୂପେ ସୁପରିଚିତ ମହମ୍ମଦ ୟୁସୁଫ ଖାଁ ଓରଫ ଦିଲୀପ କୁମାର ଜୁଲାଇ ୭ ବୁଧବାର ଦିନ ହିନ୍ଦୁଜା ହସ୍ପିଟାଲରେ ୯୮ ବର୍ଷ ବୟସରେ ଇହଧାମ ତ୍ୟଗ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ବଲିଉଡ ଜଗତରେ ଏକ ଯୁଗର ଅବସାନ ଘଟିଛି କହିବା ଅଧିକ ଠିକ୍ । ଏକଦା ବର୍ତମାନର ବୃଦ୍ଧବୃଦ୍ଧାମାନଙ୍କ ପିତା ମାତାମାନଙ୍କ ପାଇଁ ଅବସାନ ଘଟିଥିବା ବଲିଉଡ ଜଗତର ବହୁ ପୁରୁଖା କଳାକାର ଦେବାନନ୍ଦ, ରାଜକାପୁର ଓ ଦିଲୀପ କୁମାର ଥିଲେ ଆଗଧାଡିର ହିରୋ । ବଲିଉଡ ଚଳଚ୍ଚିତ୍ର ଜଗତ କହିଲେ ଏହା ମୁଖ୍ୟତଃ ଉପରୋକ୍ତ ୩ କଳାକାରଙ୍କ ଆଡକୁ ହାତ ଠାରୁଥିଲା । ପ୍ରାୟତଃ ଅଳ୍ପ ସମୟ ବ୍ୟବଧାନରେ ନିଜର ପାଦକୁ ପ୍ରଥମେ ରାଜକାପୁର ଓ ଦେବାନନ୍ଦ ପରପାରିକୁ ଖସାଇ ଥିଲା ବେଳେ ସର୍ବଶେଷରେ ଦିଲୀପ କୁମାର ୨୦୨୧ ବୁଧବାର ୭ ତାରିଖ ସକାଳ ୭ଟା ବେଳେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ସେ ଥିଲେ ୫୦ ଓ ୬୦ ଦଶକର ହିନ୍ଦି ସିନେମାର ନାମୀ ଦାମୀ ଟ୍ରାଜେଡି କିଙ୍ଗ, ହିରୋ ଓ ଅଦ୍ୱିତୀୟ କଳାକାର ଏବଂ ସେ’ ହିଁ ୪୦ ଓ ୫୦ ଦଶକରେ ପ୍ରଥମେ ପାରିଶ୍ରମିକ ରୂପେ ଏକ ଲକ୍ଷ ଟଙ୍କା ପାଉଥିଲେ ବୋଲି କୁହାଯାଏ । ତାଙ୍କ ଘର ବର୍ତମାନର ପାକିସ୍ତାନ ଅନ୍ତର୍ଗତ ପେଶାୱରରେ ଏବଂ ତାଙ୍କ ପରିବାର ପରେ ମୁମ୍ବାଇକୁ ଚାଲିଆସିଥିଲେ । ସର୍ବପ୍ରଥମେ ଫିଲ୍ମଫେୟାର ପୁରସ୍କାର ପାଇବା ସହ ଏହାକୁ ୯ ଥର ପାଇଥିବା ଜଣେ ପଦ୍ମବିଭୂଷଣ, ପଦ୍ମଭୂଷଣ, ଦାଦା ସହେଦ ହାଲକେ ସମ୍ମାନ ଓ ପାକିସ୍ତାନର ସର୍ବୋଚ ନିଶାନ-ଇ-ଇମ୍ତିଆଜ ସମ୍ମାନ ପାଇଥିଲା ବେଳେ ସର୍ବାଧିକ ପୁରସ୍କାର ପାଇଥିବାରୁ ଭାରତୀୟ ଅଭିନେତା ରୂପେ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ୧୨ ଭାଇଭଉଣିଙ୍କ ମଧ୍ୟରୁ ସେ ପୁନେ ଆସି ବମ୍ବେ ଟକିଜ ମାଲିକ୍ଙ୍କ ପତ୍ନୀ ଦେବିକା ରାଣିଙ୍କ ସହ ପରିଚିତ ହେବା ପରେ ତାଙ୍କର ଜୀବନର ଗତିପଥ ବଦଳିଥିଲା । ତାଙ୍କୁ ୧୯୪୪ରେ ‘ଜୁଆରଭଟ୍ଟା’ ସିନେମାରେ ଅଭିନୟ ସୁଯୋଗ ମିଳିବା ସହିତ ତା’ ପରଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ଏବେବି ତାଙ୍କ ଅଭିନିତ ଓ ଗାଇଥିବା ଗୀତ ‘ଆଜ ପୁରାନୀ ରାହୋଁସେ, କୋଇମୁଝେ ଆୱାଜ ନାଦେ’ ଶ୍ରୋତା ମନରେ ଶିହରଣ ସୃଷ୍ଟି କରେ । ସେ ଥବଲେ ବହୁ ସଫଳ ଚଳଚ୍ଚିତ୍ରର ସଫଳ ହିରୋ । ଜିବନର ଶେଷ ପହାଚରେ ‘ସୌଦାଗର’ ଥିଲା ତାଙ୍କର ଅନ୍ୟତମ ହିଟ୍ ଫିଲ୍ମ । ସେହିପରି ‘ଅନ୍ଦାଜ’ରେ ରାଜକାପୁର ଓ ନଗିସିଙ୍କ ସହ ସେ ଅଭିନୟ କରିଥିଲା ବେଳେ ମଧୁମତୀ, ପୈଗାମ୍ ମୁଗେଲେ-ଆଜମ୍, ରାମ ଓ୍ୟ÷ର ଶ୍ୟାମ ଓ ଦେବଦାସ ଥିଲା ତାଙ୍କର ଯୁଗାନ୍ତକାରି ଚଳଚ୍ଚିତ୍ର । ଏହା ବ୍ୟତିତ ତାଙ୍କର ନିଦେର୍ଶନାରେ ନିମିତ ହୋଇଥିବା ଶେଷ ଚଳଚ୍ଚିତ୍ର ‘କଳିଙ୍ଗ’ ଅଦ୍ୟାବଧି ମୁକ୍ତି ଲାଭ କରିପାରିନାହିଁ ।

Leave A Reply

Your email address will not be published.

5 × 1 =