ଦେଶରେ ପ୍ରାଣଘାତୀ କରୋନା ଭୁତାଣୁ ସଂକ୍ରମଣ ଗତ ମାର୍ଚ୍ଚ ମାସରୁ ବ୍ୟାପିବା ପରଠାରୁ ପ୍ରଥମ ଥର ପାଇଁ ଚଳିତ ଅକ୍ଟୋବର ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ସେପ୍ଟେଔମ୍ବର ମାସରେ ସଂକ୍ରମଣ ୧ଳକ୍ଷ ମୁହାଁ ହୋଇଥିବା ବେଳେ ଏବେ ଦୈନ୍ଖଳ ସଂକ୍ରମଣ ୭୦ହଜାର ତଳକୁ ଖସି ଆସିଛି । ନଚତନ ସଂକ୍ରମଣ ଏବେ ସର୍ବୋଚ୍ଚ ବା ଶିଖର ସଂଖ୍ୟା ଠାରୁ ୨୦% ହ୍ରାସ ପାଇଥିବା ବେଳେ ସେହିପରି ଦୈନିକ ମୃତୁ୍ୟ ସଂଖ୍ୟା ସର୍ବୋଚ୍ଚ ବା ଶିଖର ସଂଖ୍ୟା ଠାରୁ ୧୬% ହ୍ରାସ ପ୍ଧବଥିବା କୁହାଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ, କରୋନା ଭୁତାଣୁ ସଂକ୍ରମଣରେ ହ୍ରାସ ବୃଦ୍ଧି ଏବଂ ସଂକ୍ରମଣର ଲହରି ଏବେ ବିଶ୍ୱର କେତେକ ରାଷ୍ଟ୍ରରେ ଦେଖିବାକୁ ମିଳୁଛି । ବିଶେଷ କରି ଯୁକ୍ତରାଷ୍ଟ୍ର ଆମେରିକାରେ ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗି ରହିଥିବା ବେଳେ ଭାରତ ଏବେ ଦୈନିକ ସଂକ୍ରମଣ ଖସିବା ପଥରେ ଆଗେଇ ଚାଲିଛି, ଯାହାକି ଉଭୟ ସରକାର ଓ ଗନସାଧାରଣଙ୍କ ପାଇଁ ବଡ ଆଶ୍ୱସ୍ତିକର ବିଷୟ । ଦେଶରେ ଯେତେବେଳେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ତାହା ନିଶ୍ଚିତ ଭାବରେ ସରକାର ଓ ଜନସାଧାରଣ ପାଇଁ ଆଶ୍ୱସ୍ତି ଆଣି ଦେଇଛି ଓଚ୍ଛ ମାତ୍ର ବିପଦ ଏବେବି ଟଳିନାହିଁ । ଆଗକୁ ଦେଶରେ ପାର୍ବଣ ଋୁତୁ ଆସୁଛି । ଭିଡ, ସମାବେସ, ସମାରୋହ କରୋନା ଭୁତାଣୁ ସଂକ୍ରମଣର ମାଧ୍ୟମ ହୋଇଥିବା ବେଳେ ଆମେ ସଚେତନ ନହେଲେ ସଂକ୍ରମଣ ପୁଣି ଉପର ମୁହାଁ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ସବର୍ଦ୍ଧନ ଯିଏକି ପେସାରେ ଜଣେ ଡାକ୍ତର ଯେଉଁ ଚେତାବନୀ ଦେଇଛନ୍ତି, ତାହା ନଶ୍ଚିତ ଭାବରେ ଗୁରୁତ୍ୱ ବହନ କରେ । ଚଳିତ ମାସୋ ନବରାତ୍ର, ଦଶହରା, ନଭେମ୍ବର ମାସରେ ଦୀପାବଳୀ, ଦୁର୍ଗାପୁଜା ମଳି ପର୍ବ ରହିଛି । ଯେଉଁ ପର୍ବରେ ପ୍ରବଳ ଜନସମାଗମ ହୋଇଥାଏ । ଜନସମାଗମ ହେଲେ ସଂକ୍ରମଣ ବଡିବା ଆଶଙ୍କା ରହିଛି । ଅବଶ୍ୟ ପାର୍ବଣ ପାଇଁ ସରକାର କଟକଣା ଯାରି କରିଛନ୍ତି । ମାତ୍ର କଟକଣାକୁ ପାଳନ କରିବା ଜନସାଧାରଣଙ୍କର ସାମ୍ପ୍ରତିକ ସମୟରେ ପ୍ରଥମ ଓ ପରମ କର୍ତବ୍ୟ । ଏହା ନିଶ୍ଚିତ ଯେ,ଗଣେଶ ପୁଜା ଓ ଓନମ ପର୍ବ ପରେ ମହାରାଷ୍ଟ୍ର ଓ କେରଳରେ ଦୈନିକ ସଂକ୍ରମଣ ୫୦ ରୁ ୬୦% ବୃଦ୍ଧିପାଇଛି । କରୋନା ଦ୍ୱାରା ଦେଶରେ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ର ତୁଳନାରେ ଓନମ ପର୍ବ ପରେ କେରଳରେ ଦୈିନିକ ସଂକ୍ରମଣ ବୃଦ୍ଧି କରିଥିବା କୁହାଯାଇଛି । ଦେଶର ଉତରାଞ୍ଚଳରେ ଦଶହରା, କାଳିପୁଜା, ଛଟପୁଜା ବଡ ପର୍ବଭାବେ ମାନ୍ୟତା ପାଇଥିବା ବେଳେ ସଂକ୍ରମଣ ବୃଦ୍ଧି ପାଇଥିବା ଆଶଙ୍କା ରହିଛି ।
କେବଳ ଏତିକି ନୂହେଁ ପାର୍ବଣ ଋୁତୁ ପରେ ଶୀତ ଆସୁଥିବାରୁ ଏହା କରୋନା ସଂକ୍ରମଣକୁଚ ଆହୁରି ବୃଦ୍ଧି କରିବାର ସମ୍ଭାବନା ରହିଛି । ଶୀତ ଋତୁରେ ତଥା ଥଣ୍ଡା ଜଳବାୟୁରେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି । ଆହୁରି ମଧ୍ୟ ଶୀତ ଋତୁରେ ଥଣ୍ଡା ଯୋଗୁଁ ସର୍ଦ୍ଧି, କାଶ, ଜ୍ୱର ଆଦି ବୃଦ୍ଧି ପାଇବା ସହ ଶ୍ୱାଶ ଜନିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଥାଏ । ତେବେ ଥଣ୍ଡା, ଜ୍ୱର, ଶ୍ୱାଶ, କାଶ, ସର୍ଦ୍ଧି ପ୍ରକି୍ରୟାରେ ଜଟିଳତା ଆଦି କରୋନା ଭୁତାଣୁ ସଂକ୍ରମଣର ଲକ୍ଷଣ ହୋଇଥିବାରୁ ପରିସ୍ଥିତିକୁ ଏହା ଆହୁରି ଜଟିଳ କରିଦେବ, ଏଥିରେ ସନେ୍ଦହ ନାହିଁ ।
କହିବା ବାହୁଲ୍ୟଯେ, କରୋନାେ ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ଦୀର୍ଘ ୬୮ ଦିନର କଠୋର ଲକଡାଉନ ଓ ପରବର୍ତୀ ୪ମାସର କଟକଣା ଭିତରେ ଅନଲକ ସତ୍ୱେ ସଂକ୍ରମଣ ଯେପରି କାୟା ବିସ୍ତାର କରିଥିଲା ତାହା ନିଦ ହଜାଇ ଦେଇଥିଲା । କେବଳ ଏତିକି ନୁହେଁ ସମସ୍ତ ପ୍ରକାରର ସତର୍କତା ମୁଳକ ପଦକ୍ଷେପ ସତ୍ୱେ ସଂକ୍ରମଣରେ ଦେଶ ଏବେ ବିଶ୍ୱ ତାଲିକାରେ ଦ୍ୱିତିୟ ସ୍ଥାନରେ । ଏବେ ଅନଲକ-୫ରେ ଜନଜୀବନ କ୍ରମାଃ ସ୍ୱଭାବିକ ହୋଇଛି । ତେବେ ଗହଳି ଚହଳି ବଢିଲାଣି । ଆଗକୁ ପର୍ବପର୍ବାଣୀ ଯୋଗୁଁ ଆହୁରି ବଢିବ । ଦୀର୍ଘ ୭ମାସର ଲଢେଇ ପରେ ଏବେ ସଂକ୍ରମଣ କମୁଥିବା ବେଳେ ଅତିତର ଅନୁଭୁତିରୁ ସରକାର, କରୋନା ଯୋଦ୍ଧ. ଡାକ୍ତର ଓ ଜନସାଧାରଣ ଯଥେଷ୍ଟ ଶିକ୍ଷା ଲାଭ କରିଛନ୍ତି । ପର୍ବପର୍ବାଣୀ ଯୋଗୁଁ ଆଗକୁ ଜଟିଳ ସମୟ ଆସୁଛି । ଏହାକୁ ମୁକାବିଲା ପାଇଁ ସମସ୍ତେ ସଚେତନ ହେବା ଜରୁରୀ । କରୋନା ଟିକା ନବାହାରିବା ପର୍ଯ୍ୟନ୍ତ ଆମେ ଢିଲା ହେବା ଉଚିତ ନୁହେଁ । ଭିଡ ଏଡାଇବା, ମାସ୍କ ପରିଧାନ କରିବା, ସମାଜିକ ଦୁରତା ବଜାୟ ରଖିବା, ବାରମ୍ବାର ହାତ ଧୋଇବା କଡାକଡି ପାଳନ କରିବା ପାଇଁ ସଂକଳ୍ପ ନେବା ଜରୁରୀ । ଢିଲା କଲେ ଭେଳା ବୁଡିବ ଏହା ମନେରଖିବା ଉଚିତ ।