ତୁଣ୍ଡି ହିଁ ଭରସା

କରୋନା ମହାମାରୀ ଯୋଗୁଁ ଏବେ ଦଶଟି ରାଜ୍ୟ ଲାଲ ବଳୟ ମଧ୍ୟରେ ରହିଛି । ଏଗୁଡିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଗୁଜୁରାଟ, ଛତିଶଗଡ, ପଶ୍ଚିମବଙ୍ଗ ଓ ଉତରପ୍ରଦେଶ ପ୍ରମୁଖ । ସଂକ୍ରମଣ ବଢିବା ସହିତ ମୃତୁ୍ୟ ହାର ମଧ୍ୟ ବଢିଛି । ଭାଇରସ ଷ୍ଟେ୍ରନର ପ୍ରକାର ଭେଦରେ ଏକାଧିକ ପରିବର୍ତନ ଯୋଗୁଁ ଏଗୁଡିକ ଭୟଙ୍କର ରୁପ ଧାରଣ କରିବା ସହ ରୋଗୀ ଖୁବ ଶୀଘ୍ର ଶଯ୍ୟାଶାୟୀ ହେଉଛି । ୨୪ ଘଂଟା ପୁର୍ବର ୨୪ ଘଂଟା ମଧ୍ୟରେ ରହିଥିବା କରୋନା ସ୍ଥିତି ସମ୍ପର୍କେରେ ଅନୁଧ୍ୟାନ କଲେ ଜଣାଯାଏ, ସର୍ବାଧିକ ୪୮,୭୦୦ ବ୍ୟକ୍ତି ମହାରାଷ୍ଟ୍ରରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୨୪ ଜଣଙ୍କ ମୃତୁ୍ୟ ଘଟିଛି । ଅନ୍ୟ ପକ୍ଷରେ ଦିଲ୍ଲୀରେ ୩୮୦ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୨୦,୨୧୦ ଜଣ ପଜିଟିଭ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଉତରପ୍ରଦେଶରେ ୩୩ ହଜାରରୁ ଅଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ବେଳେ କେରଳରେ ୨୨ହଜାର ପଜିଟଭ ସଂକ୍ରମିତ ହୋଇଥିବା ପ୍ରକାଶ । ଏପରିକି ଆମ ରାଜ୍ୟ ଓଡିଶାରେ ମଧ୍ୟ ସଂକ୍ରମଣର ହାର ବଢିଛି । ୨୪ଘଂଟା ପୁର୍ବରୁ ସଂକ୍ରମଣ ସଂଖ୍ୟା ୬୫୯୯ ହୋଇଥିବା ବେଳେ ବିଗତ ୬ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ଉପରେ ରହିଛି । ବିଶେଷଜ୍ଞମାନେ କହିବା ଅନୁଯାୟୀ ଭାରତବର୍ଷରେ ଆଗକୁ ଆକ୍ରନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବା ସହିତ ଏପି୍ରଲ ୧୫ ରୁ ମେ’ ୧୫ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ଶୀର୍ଷରେ ପହଞ୍ଚିବା ଅସମ୍ଭବ ନୁହେଁ । ଏପରିକି ଏହା ୩୮ ରୁ ୪୮ ଲକ୍ଷକୁ ଛଇଁପାରେ ଏବଂ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷକୁ ବଢିବା ବିଚିତ୍ର ନୁହେଁ । ଓଡିଶାରେ ମଧ୍ୟ କୋଭିଡ ସଂକ୍ରମଣର ଦୈିନିକ ହାର ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ୧୨ହଜାରକୁ ବଢିବା ସହିତ ତା’ପରେ ଏଥିରେ ପରିବର୍ତନ ଘଟିବା ଓ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଆଶା କରାଯାଇପାରେ ବୋଲି କେତେକ ଚିକିତ୍ସା ବିଶେଷଜ୍ଞ କହୁଥିଲାବେଳେ ବୈଜ୍ଞାନିକ ଗୌତମ ମେନନ ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି । ତେବେ ସେ ଯାହା ହେଉନା କାହିଁକି, କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁଣ୍ଡି ବାନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏପରିକି ଘରେ ରହିବା ଓ ବାହାରକୁ ନ ଆସିବା ଲାଗି କୁହାଯାଇଛି । ତା’ ସହିତ ସାମାଜଜିକ ଦୁରତ୍ୱ ରକ୍ଷା କରିବା ଏବଂ ଟିକା ନେବା ପାଇଁ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ସଂକ୍ରମଣକୁ “ଳହରୀ ନୁହେଁ, ସୁନାମୀ” ବୋଲି କହିଥିଲାବେଳେ ଦେଶରେ ଦୃତ କରୋନା ସଂକ୍ରମଣ ପାଇଁ ଭାରତର ନିର୍ବାଚନ କମିସନଙ୍କ ଦାୟିତତ୍ୱହୀନ ଆଚରଣକୁ ମାଡ୍ରାସ ହାଇକୋର୍ଟ ଦାୟୀ କରିବା ସହିତ ଭର୍ତ୍ସନା କରିଛନ୍ତି । ମୋଟାମୋଟି ଭାବେ କରୋନା ଲହର ଆଗକୁ ମାଡିଚାଲିଥିବା ବେଳେ ଏହି ସମ୍ପର୍କରେ ନିର୍ବାଚନ କମିସନ ଭୋଟଗଣତିଲାଗି ମେ’୨ପୁର୍ବରୁ ପ୍ରସ୍ତୁତି ପର୍ବ ଆରମ୍ଭ କରିବା ସହ ଏହି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବା ପାଇଁ ମାଡ୍ରାସ ହାଇକୋର୍ଟ କରିବା ସହ ଏହା ନହେଲେ ଗଣତିକୁ ବନ୍ଦକରାଯିବ ବୋଲି ଶକ୍ତ ଚେତାବନୀ ଦେଇଛନ୍ତି ।
ତେବେ ଏଠାରେ ଆମର କହିବାର କଥା ହେଲାଯେ, କୋଭିଡ ମହାମାରୀ ସଂକ୍ରମଣରୁ ବର୍ତିବାକୁ ହେଲେ ସର୍ବପ୍ରଥମେ ପ୍ରତ୍ୟେକ ନାଗରିକ ନିଜ ଘରେ କିପରି ସଂକ୍ରମଣକୁ ଦୁରେଇ ରଖିପାରିବ ସେଥିଲାଗି ଯେତିକି ଉଦ୍ୟମ କରିବା ଆବଶ୍ୟକ, ଦେଶବ୍ୟାପି ସଂକ୍ରମଣକୁ କମାଇବାକୁ କେନ୍ଦ୍ରସରକାର ଓ ରାଜ୍ୟସ୍ତରରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ସାରା ଦେଶରେ ଏହା ବ୍ୟାପୁଥିବାରୁ ମହାମାରୀକୁ ଅଟକାଇବାକୁ ହେଲେ ଏହାର ସିଧାସଳଖ ପରିଚାଳନା ସମସ୍ତ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କ୍ରମେ କରିବା ସହିତ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ରଭାବେ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ଥିତିର ସମିକ୍ଷା ପୁର୍ବକ ଏହାକୁ ନିୟନ୍ତ୍ରଣାହୀନ କରିବା ଲାଗି ଜରୁରୀ କାଳୀନ ଭିତିରେ ନିଷ୍ପତି ନେବା ସହିତ ସେଗୁଡିକ କାର୍ଯ୍ୟକାରୀ ହେବା ନିତ୍ୟାନ୍ତ ଆବଶ୍ୟକ ।

Leave A Reply

Your email address will not be published.

12 − 5 =