ଦୀପାବଳି ଅମାବାସ୍ୟାରେ ପଡିଥାଏ । ଆକାଶରେ ଚନ୍ଦ୍ର ନଥିଲାବେଳେ ଘନ ଅନ୍ଧକାର ମଧ୍ୟରେ ସେହିଦିନ ସନାତନୀ ଧର୍ମ ଅନୁଯାୟୀ ପିତୃପୁରୁଷଙ୍କୁ ଶାସ୍ତ୍ରାନୁଯାୟୀ ବିଧିବିଧାନ ମାନି ଡକାଯାଇଥାଏ । ଏଥିରେ ଉତରପୁରୁଷ ଭଲରେ ରହିବା ଲାଗି ପୂର୍ବପୁରୁଷଙ୍କ ସ୍ମରଣ କରାଯାଇଥାଏ । ଦିପାଲୋକରେ ନିଜ ନିଜ ଘର ସଜାଯାଇ ପିତୃପୁରୁଷଙ୍କୁ ଆବାହନ ପୂର୍ବକ ସେମାନଙ୍କୁ ଶ୍ରାଦ୍ଧ ଦାନ ପୂର୍ବକ ବିଦାୟ ‘ବଡ଼ବଡୁଆ’ଡାକି କାର୍ତିକ ଅମାବାସ୍ୟାରେ ଦିଆଯାଇଥାଏ । ଏହା ପୂର୍ବରୁ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ପାଳନ କରାଯାଇଥାଏ । ପିତୃପୁରୁଷମାନେ ସନ୍ତାନଙ୍କଠାରୁ ପିଣ୍ଡଦାନ ଗ୍ରହଣ କରିବାକୁ ମର୍ତ୍ୟଲୋକ ଆସିଥାନ୍ତି । ଯେଉଁମାନେ ପିତୃପକ୍ଷରେ ପିଣ୍ଡଦାନ କରିବାକୁ କୌଣସି କାରଣରୁ ଅକ୍ଷମ ହୋଇନାହାନ୍ତି । ସେମାନେ ପିଣ୍ଡବର୍ଜିତ ମହାଶ୍ରାଦ୍ଧର ଦିନ କାର୍ତିକ ଅମାବାସ୍ୟାରେ ପିତୃଲୋକଙ୍କୁ ମର୍ତ୍ୟକୁ ନିମନ୍ତ୍ରଣ ପୂର୍ବକ ତିର୍ଥ ଦର୍ଶନ କରାଇ ପୁରୀର ଶ୍ରୀମନ୍ଦିର ବାଇସି ପାହାଚରେ ମହାପ୍ରସାଦ ସେବନ କରି ବିଦାୟ ଦିଆଯାଇଥାଏ । ଏହା ହେଉଛି ଆମ ଆର୍ଯ୍ୟ ଜାତିର ଏକ ପର୍ବ ଯାହା କେବଳ ପିତୃପୁରୁଷଙ୍କ ପ୍ରତି ସମ୍ମାନବୋଧ ପ୍ରଦର୍ଶନ ଲାଗି ଉତିଷ୍ଟ । ଉକ୍ତ ଦିନ ଶ୍ୟାମାକାଳୀଙ୍କ ପୂଜା ମଧ୍ୟ କରାଯାଇଥାଏ । ସେଥିଲାଗି ଶାସ୍ତ୍ରରେ କୁହାଯାଇଛି, ‘ଅମାବାସ୍ୟା ଅର୍ଦ୍ଧରାତ୍ରେ ମହୋଗ୍ରା ଘୋରରୂପିଣୀ, ପ୍ରାଦୁର୍ଭୂତା ମହାକାଳୀ ଯୋଗିନୀ କୋଟିଭିଃ ସହଃ’ । ଏହି ଶ୍ରାଦ୍ଧକୁ ପୟା ଶ୍ରାଦ୍ଧ କୁହାଯାଇଥାଏ । ଓଡ଼ିଆରେ ବଡ଼ବଡ଼ୁଆ ଡାକ ବୋଲି କୁହାଯିବା ସହିତ ପିତୃପୁରୁଷ ଉଦେ୍ଧଶ୍ୟରେ କୁହାଯାଇଥାଏ, ‘ବଡ଼ବଡ଼ୁଆ ହେ, ଅନ୍ଧାରରେ ଆସି ଆଲୁଅରେ ଯଅ, ଗଙ୍ଗା ଯାଅ, ଗୟା ଯାଅ, ବାଇସି ପହାଚରେ ଗଡ଼ଗଡଉ ଥାଅ’ । ପିଣ୍ଡଦାନ ବେଳେ ସନାତନି ଧର୍ମରେ ଥିବା ଆଚରଣ ଅନୁଯାୟୀ ଯେଉଁ ମନ୍ତ୍ର ପାଠ କରାଯାଏ, ତାହା ହେଲା, ‘ଅଗ୍ନି ଦଗ୍ଧାଶ୍ଚ ଯେ ଜୀବା ଯେପ୍ୟ ଜଗ୍ୱାଃ କୂଳେ ମମ, ଉଜ୍ଜଳଂ ଜ୍ୟୋତିଶଷାଂ ଦଗ୍ଧା ସ୍ତେ ଯାନ୍ତୁ ପରମାଂ ଗତିମ୍, କ୍ରତାଦି ଦେବତା ସର୍ବେର୍ ପିତରନ୍ତି ପିତରଶ୍ଚ, ସର୍ବତେ ବ୍ୟୋପ ଗଛନ୍ତୁ ଅନୟା ଜ୍ଜ୍ୱଳନଂସହ’ । ଏହା ସହିତ ବିସର୍ଜନ ମନ୍ତ୍ର ପାଠକରି ପୂର୍ବପୁରୁଷମାନଙ୍କ ଆତ୍ମା ପ୍ରତି ସେମାନେ ସଂବେଦନଶୀଳ ମନୋଭାବ ପ୍ରଦର୍ଶନ କରିଥାନ୍ତି । ଏଥିରେ ଯାହା କହନ୍ତି, ତାହା ହେଲା, ‘ପିତୃଲୋକ ପରିତେର୍ଜ୍ୟ ଆଗତୟେ ମହାଳୟା, ଉଜ୍ଜଳଂ ଜ୍ୟୋତିଷାଂ ମାର୍ଗଂ ପ୍ରପଶ୍ୟନ୍ତୋ ବ୍ରଜନ୍ତୁ ତେ, ତତୋଗୃହେ ଦେବତାଭ୍ୟୋଃ ପିତୃଭ୍ୟୋଃ’ ବନ୍ଧୁଭ୍ୟୋଃଶ୍ଚ ଦିପଂ ଦଦାତ୍ ଏହା ହେଉଛି ତାଳକ୍ରମେ ସନାତନୀ ଧର୍ମ ଆର୍ଯ୍ୟଧର୍ମରେ ରୂପାନ୍ତରିତ ହୋଇ ଯେଉଁମାନେ ଭାରତକୁ ଆସିବେ ସେମାନେ ଗଠନ କଲେ ଆର୍ଯ୍ୟାବର୍ତ । ଏହି ଭାରତ ବର୍ଷରେ, ବିଶେଷତଃ ଉତର ଭାରତରେ ଦୀପାବଳି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ସେହି ଦିନ ବ୍ୟବସାୟୀ ମାନେ ପୂର୍ବପୁରୁଷଙ୍କୁ ମନେପକାଇଥାନ୍ତି । ତତ୍ ସହିତ ମହାକାଳିଙ୍କର ଆରାଧନା କରାଯାଇଥାଏ । ବିଶ୍ୱକୁ ଏଥିରୁ ଯେଉଁ ମହାନ ବାର୍ତା ଯାଇଥାଏ, ତାହା ହେଲା, ଅନ୍ଧାରକୁ ଦୁର କର ଓ ଅଲୋକକୁ ଉଦ୍ଭାସିତ କରିବା ପାଇଁ ଆଶୁ ପଦକ୍ଷେପ ନିଅ ।