ପ୍ରତ୍ୟେକ ପର୍ବ ଭଳି ଧନତେରସ ପାଳନ କରିବା ପଛରେ ଏକ ପୌରାଣିକ କଥା ପ୍ରଚଳିତ ରହିଛି। ହିନ୍ଦୁ ଧର୍ମଗ୍ରନ୍ଥ ଅନୁଯାୟୀ, ଯେଉଁ ସମୟରେ ସାଗରମନ୍ଥନ ହେଉଥିଲା, ସେହି ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଏହି କାରଣରୁ ଧନତେରସକୁ ସୁଖ ଓ ସମୃଦ୍ଧିର ପର୍ବ ରୂପେ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ତ୍ରୟୋଦଶୀ ଦିନ ଭଗବାନ ଧନ୍ୱନ୍ତରୀ ପ୍ରକଟ ହୋଇଥିବାରୁ ଏହି କାରଣରୁ ଏହିଦିନକୁ ଧନ ତ୍ରୟୋଦଶୀ କୁହାଯାଇଥାଏ।
ଏହିଦିନ ସୁନା, ଚାନ୍ଦି ଓ ନୂଆ ବାସନ କିଣିବା ଶୁଭ ବୋଲି କୁହାଯାଏ। ମାତ୍ର ଏହିଦିନ ଲୁହାରେ ପ୍ରସ୍ତୁତ ଜିନିଷ କିଣନ୍ତୁ ନାହିଁ।
ଏହିଦିନ ଷ୍ଟିଲର ବାସନ ମଧ୍ୟ କିଣନ୍ତୁ ନାହିଁ।
କାଚର ଜିନିଷ ମଧ୍ୟ କିଣନ୍ତୁ ନାହିଁ।
ଧନତେରସ ଦିନ ସମୃଦ୍ଧିର ପ୍ରତୀକ ସ୍ୱରୂପ ଜିନିଷ ହିଁ କିଣିବା ଉଚିତ। ଯେପରି ସୁନା, ଚାନ୍ଦି, ପିତ୍ତଳ, ଧାତୁରେ ନିର୍ମିତ ମା’ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି, ନୂଆ ବାସନ।
ଭଗବାନ ଧନ୍ୱନ୍ତରୀଙ୍କୁ ନାରାୟଣ ଭଗବାନ ବିଷ୍ଣୁଙ୍କର ରୂପ ବୋଲି କୁହାଯାଏ। ପ୍ରଭୁଙ୍କ ଏହି ରୂପରେ ୪ ଭୁଜ ରହିଛି। ୨ ହସ୍ତରେ ଔଷଧ ସହ ଅମୃତ ପିତ୍ତଳରେ କଳସ ଧରିଥାଆନ୍ତି। କାରଣ ପିତ୍ତଳ ଭଗବାନ ଧନ୍ୱନ୍ତରୀଙ୍କର ପ୍ରିୟ ଧାତୁ। ତେଣୁ ଏହିଦିନ ପିତ୍ତଳର ଜିନିଷ କିଣିବା ଖୁବ ଶୁଭଙ୍କର।
ଖାଲି ବାସନ କିଣନ୍ତୁ ନାହିଁ –
ଧନତେରସ ଦିନ ଚାନ୍ଦି , ପିତ୍ତଳ ବାସନ କରିବା ଶୁଭଙ୍କର। ମାତ୍ର ବାସନକୁସନ କିଣିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ସହ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।
ଘରକୁ ବାସନ ଆଣି କଦାପି ଖାଲି ରଖନ୍ତୁ ନାହିଁ। ଘରକୁ ଆଣିବା ମାତ୍ରେ ଏଥିରେ ପାଣି ଭର୍ତ୍ତି କରନ୍ତୁ। ପାଣି ଭାଗ୍ୟ ସହ ଜଡ଼ିତ। ଏହା ଘରକୁ ସମୃଦ୍ଧି ଓ ସମ୍ପନ୍ନତା ଆଣିଥାଏ।
ବାସନ କିଣିବା ପରେ ସେଥିରେ ଚିନି ଭର୍ତ୍ତି କରି ରଖିପାରିବେ।
ଚାଉଳ ଭର୍ତ୍ତି କରି ରଖିପାରିବେ। ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଏହି ବାସରେ ଖିର ଭର୍ତ୍ତି କରି ରଖିପାରିବେ।
ଗୁଡ଼ , ଗହମ ଭର୍ତ୍ତି କରି ରଖିପାରିବେ।
ରେଜା ଟଙ୍କା ମଧ୍ୟ ରଖିପାରିବେ।
ମହୁ ମଧ୍ୟ ରଖିପାରିବେ।