ଏକବିଂଶ ଶତାବ୍ଦୀର ବିଶ୍ୱରେ ଯଦିଓ ବିଜ୍ଞାନ ଆମକୁ ଅତି ନିକଟତର କରିବାରେ ବହୁ ସାହାଯ୍ୟ କରିଛି, କିନ୍ତୁ ପ୍ରତ୍ୟେକ ରାଷ୍ଟ୍ର ଏହାର ଭିନ୍ନତା ଏବଂ ମୂଳ ସଭ୍ୟତା ରକ୍ଷା କରିବାଲାଗି ନିଜ ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରୁଛନ୍ତି । ସେଥିଲାଗି ଭିନ୍ନ ଜାତୀୟ ପତାକା, ଅଲଗା ସମ୍ବିଧାନ ସମେତ ନାଗରିକତ୍ୱ ପ୍ରଦାନର ଭିନ୍ନ ନିୟମ ଓ ଅଲଗା ଅଲଗା ଶାସନ ବ୍ୟବସ୍ଥା ଏବେ ପ୍ରତି ଦେଶରେ ଦେଖିବାକୁ ମିଳୁଛି । ଇତିହାସର ଭୂମିକା ମଧ୍ୟ ଗୁରୁତ୍ୱପୁର୍ଣ୍ଣ ହୋଇଥିଲା ବେଳେ ଆଧୁନିକ ଯୁଗର କାର୍ଯ୍ୟକଳାପ ଏହାକୁ ଅଳ୍ପେବହୁତେ ନିୟନ୍ତ୍ରଣ କରୁଛି କହିବା ଅଧିକ ଠିକ୍ ହେବ । ଭାରତବର୍ଷର ଇତିହାସ ଅତ୍ୟନ୍ତ ସଂଘର୍ଷମୟ ହୋଇଥିଲା ବେଳେ ଦେଶ ୧୯୪୭ରେ ସ୍ୱାଧିନତା ଲାଭ କରିଥିଲେ ହେଁ କାହିଁକି କେଜାଣି ଐତିହାସିକମାନେ ଏଥିପ୍ରତି ସମୁଚିତ ଧ୍ୟାନ ଦେଇନଥିବା ଭଳି ମନେହୁଏ । ଏହି ଦେଶ ମାତ୍ର ଦୁଇଶହ ବର୍ଷ ଇଂରେଜ ମାନଙ୍କ ଅଧିନରେ ଥିଲା ବେଳେ ସହସ୍ରାଧିକ ବର୍ଷ ମୋଗଲ ଶାସନ କବଳିତ ଥିଲା । ଅଥଚ ସ୍ୱାଧିନତା ମିଳିବା ସହିତ ଏହି ତଥାକଥିତ ମୋଗଲ ସମ୍ପ୍ରଦାୟର ତତ୍କାଳିନ ନେତା ବୋଲାଉଥିବା ମହମ୍ମଦ ଅଲ୍ଲି ଜିନ୍ନା ଏମାନଙ୍କ ଲାଗି ସ୍ୱତନ୍ତ୍ର ଦେଶ ଦାବି କରିବାରୁ ଅଖଣ୍ଡ ଭାରତ ପ୍ରଥମ ଥର ଲାଗି ବିଭାଜିତ ହେବା ସହିତ ପାକିସ୍ତାନ ଜନ୍ମନିଏ । ସବୁଠାରୁ ବିଡମ୍ବନାର ବିଷୟ ହେଲା ଯେ ଜିନ୍ନାଙ୍କ ଘର ମୁମ୍ବାଇରେ ହୋଇଥିଲା ବେଳେ ସେ ମଧ୍ୟ ପାକିସ୍ତାନ ଯାଇ ବସବାସ କରିଥିଲେ । ଏହି ବିଭାଜନ ବହୁ ଦଙ୍ଗା ଦେଖିଛି । କିନ୍ତୁ ଆମେ ଏଠାରେ ଲେଖିବାକୁ ବାଧ୍ୟ ହେଉଛୁ ଯେ ସ୍ୱାଧିନତାର ୭୦ ବର୍ଷ ପରେ ମଧ୍ୟ ସ୍ୱତନ୍ତ୍ର ଦେଶ ଗଠନକାରୀ ଏହି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କେତେକ ସୁବିଧାବାଦି ତଥାକଥିତ ରାଜନେତା ଜାତିର ପିତାଙ୍କ ସରଳତାର ସୁଯୋଗ ନେଇ ‘ଆମେ ଏଠାରେ ରହିବୁ’ ନାରା ଦେବା ସହିତ ତାଙ୍କର ସମର୍ଥନ ମାନବିକତା ଦୃଷ୍ଟିକୋଣରୁ ଲାଭ କରିବା ସହିତ ଏଠାରେ ପୂର୍ବବତ୍ ବସବାସ କରିଥିଲେ । କିନ୍ତୁ ଇତିହାସ ବଦଳିନଥିଲା । ତେବେ କେତେକ ସୁବିଧାବାଦି ଐତିହାସିକ ଓ ରାଜନେତା ଏହାକୁ ବଦଳାଇ ଏକ ଧାରଣା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ଓ ତାହା ହେଲା, ଏହି ନିର୍ଦ୍ଧିଷ୍ଟ ବ୍ୟକ୍ତିମାନେ ଧର୍ମ ନିରପେକ୍ଷତାରେ ବିଶ୍ୱାସ କରନ୍ତି । ଅଥଚ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏବେ ବି ଏହି ସମ୍ପ୍ରଦାୟର ଲୋକେ ଯେ କୌଣସି ବିଷୟର ପ୍ରତିବାଦ କରିବାକୁ ହେଲେ ଯେ କୌଣିସ ଶୁକ୍ରବାର ନିଜ ଧର୍ମ ପିଠରେ ପ୍ରାର୍ଥନା ପରେ ରାଜରାସ୍ତାକୁ ଓହ୍ଲାଇ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବାର ଭୁରିଭୁରି ଉଦାହରଣ ଦେଖିବାକୁ ମିଳେ । ତେବେ ଆମର ପ୍ରଶ୍ନ ହେଲା, ଏମାନେ କଣ ଦେଶର ନାଗରିକ ବୋଲି ସବୁ ନିୟମ ଏବଂ ଆଇନକୁ ଜଳାଞ୍ଜଳି ଦେଇପାରିବେ? ଏହା କଣ ନାଗରିକର ଆଚରଣ? ଦେଶ ଯେଉଁ ସମସ୍ୟା ଦେଇ ଗତି କରୁଛି ସେଥି ପ୍ରତି ଏମାନଙ୍କର ପ୍ରତିକି୍ରୟା ଓ ଭୁମିକା କିଛି ଅଛି କି? ଏମାନେ ଆଜି ମଧ୍ୟ ଏ ସମ୍ପର୍କରେ ଗମ୍ଭିରତାର ସହ ମାନସ ମନ୍ଥନ କରିବା ଦରକାର ।