ନେପାଳରେ ସଂକଟ

ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଏଲି ଅଚାନକ ଦେଶର ପାର୍ଲିଆମେଂଟକୁ ଭଙ୍ଗ କରିବା ସୁପାରିଶକୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତତକ୍ଷଣାତ ଅନୁମୋଦନ କରିବା ଦେଶକୁ ରାଜନୈତିକ ସଂକଟ ମଧ୍ୟମକୁ ଠେଲି ଦେବା ସହ ଅପ୍ରତ୍ୟାଶିତ ସାଂବିଧାନିକ ସଂକଟ ସୃଷ୍ଟି କରିଛି ବୋଲି କୁହାଯାଇ ପାରିବ । କହିବା ବାହୁଲ୍ୟ ଯେ, ନେପାଳର ଗଣତନ୍ତ୍ର ଏବେ ଯୁବାବସ୍ଥାରେ । ନୁହେଁ ପ୍ରଧାନମନ୍ତ୍ରୀ ଏଲି ନିଜ ଦଳ ନେପାଳ କମ୍ୟୁନିଷ୍ଟି ପାର୍ଟିରେ ବିଦ୍ରୋହ ଯୋଗୁଁ ପାର୍ଲିଆମେଂଟର କାର୍ଯ୍ୟକାଳ ପୁରିବାର ଦୁଇବର୍ଷ ପୂର୍ବରୁ ଭାଙ୍ଗିଦେବା ପାଇଁ ସୁପାରିଶ କରିଛନ୍ତି । ପାର୍ଲିଆମେଂଟରେ ନେପାଳ କମ୍ୟୁନିଷ୍ଟି ପାର୍ଟିର ଦୁଇ ତୃତୀୟାଂଶ ସଂଖ୍ୟା ବରିଷ୍ଠତା ଥିବା ସତ୍ୱେ ଅତ୍ୟନ୍ତ ତରବରିଆ ଭାବେ ଏଲି ପାର୍ଲିଆମେଂଟକୁ ଭାଙ୍ଗି ଦେବା ସୁପାରିଶ ଉଭୟ ଶାସକ ବିରୋଧି ଦଳ ଏବଂ ସଂବିଧାନ ବିଶାରଦ୍ମାନଙ୍କୁ ବିସ୍ମିତ କରିଛି । ଉଲେଖ ଯୋଗ୍ୟ ଯେ, ଗତ ସପ୍ତାହରେ ଏଲି ସରକାର ଜାରି କରିଥିବା ଏକ ଅଧ୍ୟଦେଶକୁ ଉଭୟ ଶାସକ ଦଳର ଏକ ଗୋଷ୍ଠୀ ଓ ବିରୋଧି ଦଳ ବିରୋଧ କରିଥିଲା । ଯେଉଁ ଅଧ୍ୟାଦେଶ କ୍ଷେତ୍ରରେ ଦଳରେ ସଂବିଧାନିକ କାଉନସିଲ ଆକ୍ଟକୁ ସଂଶୋଧନ କରାଯିବା ପ୍ରସ୍ତାବ ରହିଛି । ଏହି ଅଧ୍ୟଦେଶ ଦ୍ୱାରା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯିବା ପ୍ରସ୍ତାବ ରହିଛି । ଦଳର ବୈଠକରେ ଏଲି ଅଧ୍ୟଦେଶକୁ ପ୍ରତ୍ୟାହାର କରିନେବା ପାଇଁ ସମୂତି ପ୍ରକାଶ କରିଥିଲେ ମଧ୍ୟ ଗତ ରବିବାର ଦିନ ତାଙ୍କ କ୍ୟାବିନେଟ ଅତ୍ୟନ୍ତ ତରବରିଆ ଭାବେ ପାର୍ଲିଆମେଂଟକୁ ଭାଙ୍ଗି ସୁପାରିଶକୁ ମଂଜୁରୀ ପ୍ରଦାନ କରିଥିବା ଅଭିଯୋଗ ହୁଏ । ଆସନ୍ତା ଏପିଲ-ମେ” ମଧ୍ୟରେ ନିର୍ବାଚନ ହେ । ତେବେ ପାର୍ଲିମେଂଟ ଭଙ୍ଗ ନିଷ୍ପତିକୁ ସଂବିଧାନ ବିଶାରଦମାନେ ସୁପି୍ରମୋକୋର୍ଟରେ ଚ୍ୟାଲେଜ କରିଛନ୍ତି । ଉଲେଖ କରାଯାଇ ପାରେ ଯେ, ନେପାଳର ସଂବିଧାନର ଝୁଲା ପାର୍ଲିଆମେଂଟ ଏବଂ କୌଣସି ଦଳ ସରକାର ଗଠନ କରିବାକୁ ସକ୍ଷମ ନ ହେଲେ, ୫ ବର୍ଷିଆ କାର୍ଯ୍ୟକାଳ ପୁରିବା ପୂର୍ବରୁ ପାର୍ଲିଆମେଂଟ ଭଙ୍ଗ ପାଇଁ ନିୟମ ରହିଛି । ଏବେ ରାଷ୍ଟ୍ରପତି ପାର୍ଲିଆମେଂଟ ଭଙ୍ଗ ସୁପାରିଶକୁ ଅନୁମୋଦନ କରିଥିବାରୁ ସୁପ୍ରିମକୋର୍ଟଙ୍କ ବିଷ୍ୱରି ହିଁ ଚୂଡାନ୍ତ ହେବ । ଉଲେଖଯୋଗ୍ୟ ଯେ, ୨୦୧୭ ପାର୍ଲିଆମେଂଟ ନିର୍ବାଚନର ପରେ ଏଲିଙ୍କ ନେତୃତ୍ୱାଧୀନ କମୁ୍ୟନିଷ୍ଟି ପାର୍ଟି ଅଫ ନେପାଳ ୟୁନାଇଟେଡ ମାକିଷ୍ଟ୍ର ପୁଷ୍ପ କୁମାର ଦହଲଙ୍କ ନେତୃତ୍ୱାଧୀନ କମ୍ପୁନିଷ୍ଟି ପାର୍ଟି ଅଫ ନେପାଳ-ମାଷ୍ଟେି ସେଂଟର ମଧ୍ୟରେ ୨୦୧୮ରେ ମିଶ୍ରଣ ହୋଇଥିଲା । ଯାହା ଫଳରେ ନବଗଠିତ ନେପାଳ କମୁ୍ୟନିଷ୍ଟି ପାର୍ଟି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଟ ହୋଇଥିଲା । ମିଶ୍ରଣ ସମୟରେ ଉଭୟ ଗୋଷ୍ଠୀ କ୍ଷମତାରେ ଅଂଶୀଦାର ହେବା ନେଇ ସର୍ଭ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏଲି ସର୍ଭକୁ ଗ୍ରହଣ କରି ନ ଥିଲେ । ଫଳରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହେବା ସହ ନିଜ ନିଜ ଆଦର୍ଶକୁ ତ୍ୟାଗ କରି ନ ଥିଲେ । ମାଏଷ୍ଟି ସେଂଟର ଗୋଷ୍ଠୀ ଯୁଦ୍ଧ ଅପରାଧ ଦର୍ଶାଇ ଏଲି ମନ୍ତ୍ରିମଣ୍ଡଳରେ ସାମିଲ କରି ନଥିଲେ । ସମର୍ଥନ ପ୍ରତ୍ୟାହାର ପାଇଁ ଦହଲ ଓରଫ ପ୍ରଚଣ୍ଡଙ୍କ ଗୋଷ୍ଠୀ ମଧ୍ୟ ଧମନି ଦେଇଥିଲା । ନିକଟ ଅତୀତରେ ଇସ୍ତଫା ଦେବା ପାଇଁ ଏଲିଙ୍କ ଉପରେ ମଧ୍ୟ ପ୍ରବଳ ଚାପ ପଡିଥିଲା । ଏହା ନିଶ୍ଚିତ ଯେ, ସମସ୍ତ କ୍ଷମତା ନିଜ ହାତକୁ ନେବା ପାଇଁ ଏଲି ଅଧ୍ୟାଦେଶ ଜାରି କରିଥିଲେ, ଯେଉଁ ଥରେ ସଂବିଧାନ ସଂଶୋଧନ ପ୍ରସ୍ତାବ ରହିଥିଲା । ଏଲିଙ୍କ ପାର୍ଲିଆମେଂଟ ଭଙ୍ଗ ସୁପାରିଶକୁ ଦେଶର ସଂବିଧାନ ବିଶାରଦମାନେ ‘ସଂବିଧାନ ବିହୋହ’ ବୋଲି ମଧ୍ୟ ଦର୍ଶାଇଛନ୍ତି । ଉଲେଖ କରାଯାଇ ପାରେ ଯେ, ଆଦର୍ଶଗତ କାରଣରୁ ୧୯୯୦ ମସିହାରେ ନେପାଳ କମୁ୍ୟଷ୍ଟି ପାର୍ଯି (ଏନସିପି)ର ବିଭାଜନ ଘଟିଥିଲା । ଦହଲଙ୍କ ନେତୃତ୍ୱରେ ଗଠିତ ମାଏଷ୍ଟି ସେଂଟରେ କାଠମାଣ୍ଡୁ ବିରୁଦ୍ଧରେ ଗରିଲା ଯୁଦ୍ଧ କରିଥିଲେ । ସିପିଏନ-ୟୁଏମଏଲ କର୍ମୀଙ୍କ ସମେତ ରାଜତନ୍ତ୍ର ସମର୍ଥନକାରୀଙ୍କ ହତ୍ୟା ପାଇଁ ଦହଲଙ୍କୁ ଯୁଦ୍ଧ ହତ୍ୟାକାରୀ ଭାବେ ଦଣ୍ଡିତ କରିବା ପାଇଁ ଏଲି ଦାୟୀ କରି ଆସୁଥିଲେ । ଏହା ସତ୍ୟ ଯେ, ଏଲିଙ୍କ ଏକଛତ୍ରବାଦୀ ନୀତି ଯୋଗୁଁ ଦୁଇ କମୁ୍ୟନିଷ୍ଟ ପାର୍ଟି ପୁଣିଭାଗ ଭାଗହୋଇ ଯାଇଛି । ଏପରିକି ଭାରତ ସହ ମିଶି ତାଙ୍କ ବିରୋଧି ତାଙ୍କୁ ଗାଦିଚ୍ୟୁତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଏଲି ଅଭିଯୋଗ କରି ଆସୁଥିଲେ । ନେପାଳର ସଂପ୍ରତିକ ସାଂବିଧାନିକ ଓ ରାଜନୈତିକ ସଂକଟରେ ଭାରତର କିଛି କରିବାର ନାହିଁ । କେବଳ ପଡୋଶୀ ରାଷ୍ଟ୍ର ଭାବେ ନେପାଳର ଆଭ୍ୟନ୍ତରୀଣ ପରିସ୍ଥିତି ପ୍ରତି ସତର୍କ ରଷ୍ଟ୍ରି ରଖିବାର ଆବଶ୍ୟକତା ରହିଛି । ଯେତେବେଳେ ସୀମାନ୍ତରେ ଭାରତ ଚୀନ୍ ମଧ୍ୟରେ ଉତେଜନା ଲାଗି ରହିଥିଲା । ସେତେବେଳେ ଏଲି ଚୀନ ସପକ୍ଷରେ ଓ ଭାରତ ବିରୁଦ୍ଧରେ ବିଭିନ୍ନ ମନ୍ତବ୍ୟ ଦେଇଥିଲେ । ଏପରି କି ଭାରତୀୟ ସୀମାନ୍ତ ଅଂଚଳକୁ ନେପାଳର ବୋଲି କରିଥିଲେ । ଯହାକୁ ନେପାଳବାସୀ ଓ ବହୁ ନେପାଳୀ ସାଂସଦ ଗ୍ରହଣ କରିନଥିଲେ । ଏଲି ଯେ, ଭାରତ ବିରୋଧି ଏହା ଯେ କେହି ସ୍ୱୀକାର କରିବେ । ଏହା ସତ୍ୟଯେ, ମହାମାରୀ କରୋନା ସଂକ୍ରମଣ ଓ ଆର୍ଥୀକ ମାନ୍ଦାବସ୍ଥା ନେପାଳକୁ ଗ୍ରାସ କରିଥିବା ବେଳେ ନିଜର ବ୍ୟକ୍ତିଗତ ଅହଂକାର ଯୋଗୁଁ ଏଲି ନେପାଳବାସୀଙ୍କୁ ସଂକଟ ମଧ୍ୟକୁ ଠେଲି ଦେଇଛନ୍ତି । ଇତିହାସ ତାକୁ କ୍ଷମା ଦେଇ ନ ପାରେ ।

Leave A Reply

Your email address will not be published.

twelve − eight =