ପାଣିପାଗ ବଦଳୁଛି!

ରାଜ୍ୟ ପାଣିପାଗରେ କେତେକ ପରିବର୍ତନ ଘଟିଥିବା ଲକ୍ଷ୍ୟ କରାଗଲା ପରେ ଏହା ବଦଳୁଥିବା ଅନୁମାନ କରାଯାଉଛି ।ଜୁନ-ସେପ୍ଟେମ୍ବର ମଧ୍ୟରେ ୯ଟି ଲଘୁଚାପ ସୃଷ୍ଟି ହୋଇଥିଲା ବେଳେ ଅକ୍ଟୋବର ପହିଲାରୁ ଅଦ୍ୟାବଧି ବିଗତ ୧୫ ଦିନ ମଧ୍ୟରେ ୩ଟି ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହା ଜଳବାୟୁ ପରିବର୍ତନ ସହ ପାଣିପାଗରେ ପରିବର୍ତନ ହୋଇପାରେ । ତେବେ ଆମ ରାଜ୍ୟରେ ସ୍ୱଭାବିକ ବର୍ଷର ପରିମାଣ ହେଉଛି ୧୧୯୫ ମିଲିମିଟର । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ଥିଲା ବେଳେ ୧୧୪୦.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାରୁ ଏଥର ମଧ୍ୟ ବର୍ଷା ସ୍ୱାଭାବିକ ଥିବା କୁହାଯାଇପାରେ । ଏହି ବର୍ଷାର ପରିମାଣ ୯୯ପ୍ରତିଶତ ଥିଲାବେଳେ ହଠାତ୍ ଅକ୍ଟୋବରରେ ୩ଟି ସପ୍ତାହ ମଧ୍ୟରେ ୩ଟି ଲଘୁଚାପ ସୃଷ୍ଟି ହେବା ପାଣିପାଗଜନିତ ପରିବର୍ତର୍ନ ପ୍ରତି ଅଙ୍ଗୁଳି ନିର୍ଦେଶ କରିଥାଏ । ବିଷେଶତଃ ଅକ୍ଟୋବର ତୃତୀୟ ସପ୍ତାହରେ କେବଳ ୩ଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବା ଦତ ୧୦ ବର୍ଷ ମଧ୍ୟରେ ଏହି ମହାସାଗର କ୍ଷେତ୍ରରେ ଏକ ନୂଆ ରେକର୍ଡ । ରାଜ୍ୟ ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଶରତ ସାହୁଙ୍କ କହିବା ଅନୁଯାଇ । ଚଳିତ ବର୍ଷ ମୌସୁମୀ ବର୍ଷା ସଭାବିକ ରହିଛି । ଲଘୁଚାପ ନଥିବାରୁ ଅଧିକ ବର୍ଷା ମଧ୍ୟ ହୋଇଛି । ଏହାର କାରଣ ହେଲା ଆରୋପସାଗରରୁ ବାୟୁପ୍ରଭାବ । କିନ୍ତୁ ଅକ୍ଟୋବରରେ ବଙ୍ଗୋପସାଗରରେ ଲଘୁଚାପ ସଂଖ୍ୟା ବୃଦ୍ଧି ହେତୁ ଅଧିକ ବର୍ଷା ହୋଇଛି । ତେବେ ଅନ୍ୟତମ ପାଣିପାଗ ବିଷେଶଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହନ୍ତି ଚଳିତ ବର୍ଷ ବାୟୁ ଚଳନରେ ସଭାବିକତା ନାହିଁ, ଯାହା ପାଣିପାଗରେ ପ୍ରତିଫଳିତ ହୋଇଛି । ବାୟୁମଣ୍ଡଳରେ ଉଭୟ ତାପମାତ୍ରା ଓ ଆର୍ଦ୍ରତା ଅଧିକ ରହିବା କାରଣରୁ ଏଭଳି ସ୍ଥିତି ଦେଖା ଦେଇଛି । ଅକ୍ଟୋବରରେ ଉତରପୂର୍ବ ମୌସୁମୀ ସୃଷ୍ଟି ସମୟ ଆସିଯାଇଥିଲେ ହେଁ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ନଫେରିବା ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି । ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରୟ ବଙ୍ଗୋପସାଗରରେ କେବଳ ଅକ୍ଟୋବରରେ ଅଧିକ ଲଘୁଚାପ ସୃଷ୍ଟି ହେବା ଏକ ଅସ୍ୱାଭାବିକ ଘଟଣା ସାଧାରଣତଃ ଅଗଷ୍ଟରୁ ସେପ୍ଟେମ୍ବର ଭିତରେ ଅଧିକ ଲଘୁଚାପ ଏଥିରେ ସୃଷ୍ଟି ହୋଇଥାଏ । ମୋଟାମୋଟି ଭାବେ ପାଣିପାଗ ଓ ପରିବର୍ତିତ ଜଳବାୟୁ ଏହି ଲଘୁଚାପ ଗୁଡିକୁ ପ୍ରଭାବିତ କରିଚାଲିଛି । ଆଗକୁ ଏହାଦ୍ୱାରା ପାଣିପାଗ ପ୍ରଭାବିତ ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବା ପରିବର୍ତେ କେନ୍ଦ୍ରପାଣିପାଗ ବିଭାଗ ଏ ସମ୍ପର୍କରେ ବ୍ୟାପକ ଗବେଷଣା ଓ ସମୀକ୍ଷା କରିବା ଆବଶ୍ୟକତା ଏଣିକି ସୃଷ୍ଟି ହୋଇଛି ବୋଲି କୁହାଯାଇପାରେ ।

Leave A Reply

Your email address will not be published.

fifteen − thirteen =