ପିତା ଓ ପରିବାର

ଇତିମଧ୍ୟରେ ୨୪ ଘଂଟା ପୂର୍ବରୁ ସାରା ବିଶ୍ୱରେ ପିତୃ ଦିବସ ପାଳନ କରାଯାଇଛି । ବିଶ୍ୱରେ ଏହି ଦିବସ ପାଳନ କରିବା ଦ୍ୱାରା ପରିବାର ମଧ୍ୟରେ ପାରିବାରିକ ସ୍ନେହ , ସୁଖ ଓ ସୌହାର୍ଦ୍ଧ୍ୟ ବହୁ ଗୁଣିତ ହେବା ସହିତ ପୁତ୍ର ଓ କନ୍ୟା ସଦାସର୍ବଦା ପିତାଙ୍କୁ ଆକାଶ ତୁଲ୍ୟ ମନେକରିଥାନ୍ତି । ଏଥିଲାଗି ସଂସ୍କୃତ ସାହିତ୍ୟରେ କୁହାଯାଇଛି, ‘ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମ ତପଃ/ପିତରି ପ୍ରିତିମା ପନ୍ନେ ନିୟନ୍ତେ ସର୍ବ ଦେବତା’ । ପିତାଙ୍କୁ ସନାତନି ସଭ୍ୟତାରେ ସଦାସର୍ବଦା ଆକାଶ ତୁଲ୍ୟ କୁହାଯାଇଥିଲା ବେଳେ ସନ୍ତାନସନ୍ତତିଙ୍କ ଲାଗି ସେ ହେଉଛନ୍ତି ବିରାଟ ବଟ ବୃକ୍ଷ କନ୍ୟାମାନଙ୍କ ପାଇଁ ସେମାନଙ୍କ ପିତା ଏକ ସ୍ୱତନ୍ତ୍ର ପରିଭାଷା ହୋଇଥିଲା ବେଳେ ପୁତ୍ରଙ୍କୁ ପିତାଙ୍କ ଯୋଗୁ ମିଳିଥାଏ ସ୍ୱତନ୍ତ୍ର ପରିଚୟ । ସେଥିଲାଗି ଓଡ଼ିଶା ଭାଷାରେ ଏକ ପ୍ରବାଦ ପ୍ରଚଳିତ ଓ ତାହା ହେଲା, ‘ବାପ ଥିଲା ପୁଅ ସଭାରେ ହାରେନି’ । ଉପନିଷଦ ଅନୁଯାୟୀ ଧର୍ମ, ଅର୍ଥ, କାମ ଓ ବୃକ୍ଷ; ଏହି ଚତୁଃବର୍ଗ ଫଳପ୍ରପ୍ତିର ମୂଲଧାର ହେଉଛନ୍ତି । ପିତା ପିତ୍ରୁ ଶତ୍ୟପାଳନ କରିବାକୁ ଏହି ଦେଶରେ ରାଜା ଶ୍ରୀରାମ ଚନ୍ଦ୍ର ୧୪ ବର୍ଷ ବନବାସ କରିଥିଲେ । ‘ପିତା’ ଚରିତ୍ରର ସଜ୍ଞା ଯେତିକି ସୁଦୀର୍ଘ, ସେତିକି ବ୍ୟାପକ । ପିତା କହିଲେ ପୁତ୍ର କନ୍ୟାଙ୍କ ଲାଗି ସେମାନେ ହେଉଛନ୍ତି ବିରାଟ ଆଶ୍ରା, ଯାହା ବିପୁଲ ଆକାଶ ସହ ତୁଳନୀୟ । କଥାରେ କୁହାଯାଇଛି ‘ବାପ ଥିଲା ପୁଅ ସଭାରେ ହାରେନି’ । ଏହି ଚରିତ୍ରର ବିଶେଷତ୍ୱ ହେଲା ନିଜକୁ ଅଳ୍ପକେ ସନ୍ତୁଷ୍ଟ କରିବା ଓ ପୁତ୍ରକନ୍ୟାଙ୍କ ଲାଗି ସେମାନଙ୍କ ଇଛାଙ୍କୁ ଯେପରି ହେଲେ ପୁରଣ କରିବା । ପିଲାମାନଙ୍କ ନିକଟରେ ବାପ ହେଉଛି ସୃଷ୍ଟି, ଶକ୍ତି ଓ ସମ୍ବଳରର ଅଭିବ୍ୟକ୍ତି ପିତାଙ୍କ ସ୍ଥାନ କେହି ନେଇପାରିବ ନାହିଁ । ପୁତ୍ରକନ୍ୟାଙ୍କ ଆଦ୍ୟ ଜୀବନର ପ୍ରଥମ ଗୁରୁ ମା’ ହେଲେ ଦ୍ୱିତୀୟ ଗୁରୁ ପିତାଙ୍କ ବ୍ୟତିତ ଅନ୍ୟ କେହି ହେବାର ପ୍ରଶ୍ନ ଉଠିନପାରେ । ପରିବାରରେ ସ୍ଥିରତା, ପାରସ୍ପରିକ ସେହ୍ନ ଶ୍ରଦ୍ଧା ଓ ପୁତ୍ରକନ୍ୟାଙ୍କ ଅଭିଳାଷ ପୁରଣ ଦିଗରେ ପିତା ହେଉଛନ୍ତି ଏକମାତ୍ର ଉତମ ବନ୍ଧୁ ଓ ଅର୍ଥ ପ୍ରଦର୍ଶକ । ସନ୍ତାନମାନଙ୍କ ଲାଗି ଅସରନ୍ତି ତ୍ୟାଗର ହିମାଳୟ କହିଲେ ପିତାଙ୍କୁ ବିଝାଏ । ଜୀବନରେ ଏକୁଟିଆ ଚାଲିବାର ରାସ୍ତା, ଅନ୍ୟର ଅଙ୍ଗୁଳି ଛାଡି ଏକୁଟିଆ ଛିଡା ହେବାର ପ୍ରୟାସ, ଆଗକୁ ବଢ଼ିବାର ଅନୁଚିନ୍ତା ଓ ଜୀବନରେ ସଫଳ ମଣିଷ ହେବାର ଇଛାଶକ୍ତିକୁ ଜାଗ୍ରତ କରିବାରେ କେବଳ ପିତା ହିଁ ଧୂରିଣ । ସେ ହେଉଛନ୍ତି ଧୈର୍ଯ୍ୟ, ସାହାସ ଏବଂ ପ୍ରେମର ଏକ ନିଛକ ପ୍ରତିମୁର୍ତି । ନିଜର ଇଛାକୁ କାଂଟଛାଂଟ କରି ପୁତ୍ରକନ୍ୟାଙ୍କ ଅଭିଳାଷ ପୁରଣ କରିବା ଦିଗରେ ପିତା ହିଁ ଅନନ୍ୟ । ତେଣୁ କେବଳ ଅ।ମ ଦେଶ ଭାରତବର୍ଷ ନୁହେଁ, ସାରା ବିଶ୍ୱରେ ପୁତ୍ରପୁତ୍ରୀଙ୍କ ପ୍ରତି ପିତାଙ୍କ ଅବଦାନ ସଦାସର୍ବଦା ପ୍ରତି ଯୁଗରେ ଅଭିସ୍ମରଣୀୟ ।

Leave A Reply

Your email address will not be published.

one × one =