ବିବାଦୀୟ କୃଷି ଆଇନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କେନ୍ଦ୍ରସରକାର ଇତିମଧ୍ୟରେ କୃଷି ଓ କୃଷକମାନଙ୍କ ବିକାଶ ଲାଗି ତିନୋଟି ନୂତନ କୃଷି ଆଇନ ପ୍ରଣୟନ କରିଥିଲା ବେଳେ ଏହା ବିରୋଧରେ ସମଗ୍ରହ ଉତର ଭାରତର ଚାଷୀମାନେ ଏକତ୍ରିତ ହୋଇ ଆନେ୍ଦାଳନ ଚଳାଇବା ସହିତ ଏଥିନେଇ ଯେଉଁମାମଲା ସୁପ୍ରିମକୋର୍ଟରେ ହୋଇଥିଲା, ତାହା ଉପରେ ସୁପ୍ରେମୋକୋର୍ଟ ଟିପ୍ପଣି ଦେବା ସହିତ ନିଜଆଡୁ ଏହି ସମସ୍ୟାର ସମାଧାନ ଆଲୋଚନା ଜରିଆରେ ତ୍ୱରାନିତ କରିବାକୁ କେନ୍ଦ୍ରକୁ କହିଥିଲେ ହେଁ ଏଯାବତ୍ ଏକାଧିକବାର ଆଲୋଚନା ସତ୍ୱେ ସମସ୍ୟାର ସମାଧାନର ସୂତ୍ର ବାହାରିନପାରିବା ଓ ବାରମ୍ବାର ବିଫଳ ହେବ ସହିତ କୃଷକ ଆନ୍ଦାଳନରୁ ଜାରି ରହିବାରୁ ଏଥିନେଇ ସୁପ୍ରିମକୋର୍ଟ ମାତ୍ର ଦିନକ ପୂର୍ବରୁ ସରକାରଙ୍କୁ ଚେତାବନି ଦେବା ସହିତ ସମସ୍ୟାର ସମାଧାନ ବାଟ ଖୋଜି ବାହାର କରିବାକୁ ଦେଇଥିବା ନିଦେ୍ର୍ଧଶ ବିଫଳ ହେବା ଯୋଗୁ ମଙ୍ଗଳବାର ଏହି ତିନୋଟି ବିବାଦୀୟ କୃଷି ଆଇନ ଉପରେ ଅନ୍ୟାଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି । କୋର୍ଟ ପକ୍ଷରୁ ମଧ୍ୟ ଏଦିଗରେ ସରକାର ଗ୍ରହଣ କରିଥିବା ପରବର୍ତୀ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ସତ୍ୟ ପାଠ ଦାଖଲ କରିବାକୁ କୁହାଯାଇଛି । ତତ୍ ସହିତ କୃଷି ଆଇନ ଗୁଡିକ କେତେ ଦୁର କୃଷକଙ୍କ ଲାଭରେ ଆସିପାରିବ ତାହା ଅନୁଧ୍ୟାନ କରିବାଲାଗି ସର୍ବୋଚ କୋର୍ଟ ମଧ୍ୟ ତିନୋଟି ନୂତନ ଆଇନର ସମିକ୍ଷାଲାଗି ଏକ ୪ ଜଣିଆ କମିଟି ଗଠନ କରିଛନ୍ତି । ଦୁଇ ଜଣ କୃଷକ ନେତା ଏବଂ ଆଉ ଦୁଇ ଜଣ କୃଷି ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି କମିଟି ତିନି ବିବାଦୀୟ କୃଷି ଆଇନ ସମିକ୍ଷା କରିବା ଲାଗି ଉଦିଷ୍ଟ । ଯେଉଁମାନେ ଏଥିରେ ସଦସ୍ୟ ରହିଛନ୍ତି ତନ୍ମଧ୍ୟରେ ଦୁଇ ଚାଷୀ ନେତା ହେଲେ ଜିତେନ୍ଦ୍ର ସିଂ ମାନଣ୍ ଓ ପ୍ରମୋଦ ଜୋଶୀ ଓ ଅନ୍ୟପକ୍ଷରେ ଏଥିରେ ସଦସ୍ୟ ଥିବା ଦୁଇ କୃଷି ବିଶେଷଜ୍ଞ ହେଲେ ଅନିଲ ଧନୱନ୍ତ ଓ ଅଶୋକ ଗୁଲାଟି । ତେବେ ଏଠାରେ ଆମର କହିବା କଥା ହେଲା ଯେ, କୃଷି ଆଇନ ଜଦି କୃଷକମାନଙ୍କ ମଙ୍ଗଳ ପାଇଁ ଉଦ୍ଧି୍ଷ୍ଟ, ତେବେ ଦେଢ଼ମାସରୁ ଅଧିକ ସମୟ ଧରି ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଯେଭଳି ହଜାର ହଜାର ଚାଷୀ ଶୀତ ଓ ବର୍ଷାରେ ପଡିରହିଛନ୍ତି । ତାହା ଦୁଃଖଯୁକ୍ତ କହି ସର୍ବୋଚ କୋର୍ଟ ଉଦ୍ଧବେଗ ପ୍ରକାଶ କରିଛନ୍ତି । ତେବେ ମାତ୍ର ୧୨ଘଂଟା ନ ପୁରୁଣୁ ଏହି କୃଷି ଆଇନ ଉପରେ କୋର୍ଟ ପକ୍ଷରୁ ଯେପରି ଭାବରେ ଏହି ତିନୋଟି ଆଇନକୁ ସାମୟୀକ ଭାବେ ଶୁଣାଣି କରିବା ସହିତ ଏଗୁଡ଼ିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି, ତାହା ଅତ୍ୟନ୍ତ ନୈରାୟଶ୍ୟଜନକ । ଏଠାରେ ଦର୍ଶାଯାଇପାରେ ଯେ, ଏହି ତିନୋଟି ନୂତନ ଆଇନ ଅଗ୍ରାହ୍ୟ କରିବାକୁ ପ୍ରକାରାନ୍ତରେ ଯେପରିଭାବେ ଚାଷୀମାନେ ଗୋଟିଏ ପଟେ ଓ କେନ୍ଦ୍ର ସରକାର ଅନ୍ୟ ଗୋଟିଏ ପଟେ ଆଇନର ତର୍ଜମା କରିବା ଅରମ୍ଭ କରିଛନ୍ତି, ତାହା ‘ନଜଜୌ ନତସ୍ତୌ’ ପରିସ୍ଥିତି ସୃଷ୍ଟି କରିଥିବାରୁ ଓ ଆଲୋଚନା ଲାଗି କେହି ଆଗେଇ ଆସିବା ପରିସ୍ଥିତି ସୃଷ୍ଟି ହୋଇପାରୁ ନଥିବାରୁ ଏହା ଯେଉଁ ଅଚଳାବସ୍ତା ଉପôନ୍ନ କରିଛି, ତାହା ସମ୍ଭବତଃ କୋର୍ଟଙ୍କ ସ୍ଥଗିତାଦେଶ ପରେ ଅଲୋଚନା ଲାଗି ଉଭୟ ପଟେ ଏକ ସକରାତ୍ମକ ବାରାବରଣ ସୃଷ୍ଟି କରିବା ଅସମ୍ଭବ ନୁହେଁ ।

Leave A Reply

Your email address will not be published.

four × 4 =