ପୂରାଣ ପ୍ରସିଦ୍ଧ ଦ୍ୱାରକା ନଗରୀକୁ ନେଇ ସବୁ ଭାରତୀୟଙ୍କ ମଧ୍ୟରେ ଏକ ଭିନ୍ନ ଆବେଗ ରହିଛି । ଭାରତୀ ସଂସ୍କୃତି ଏବଂ ସନାତନ ଧର୍ମର ପ୍ରମୁଖ ଦେବତା ପ୍ରଭୁ ଶ୍ରୀକୃଷ୍ଣର ନିଳାଖେଳା ସହ ଜଡିତ ଏହି ପୂରାଣ ପ୍ରସିଦ୍ଧ ନଗରୀ ସମ୍ପର୍କରେ ମହାଭରତ ଠାରୁ ଆରମ୍ଭ କରି ଲୋକକଥା ଯାଏଁ ସବୁଠି ସବୁବେଳେ ଚର୍ଚ୍ଚା ହୁଏ । ମାତ୍ର ଦ୍ୱାରକା ନଗରୀ ରହିଛି । କେଉଁଠି କାହିଁ ଏହାର ଅସ୍ଥିତ୍ୱ ହିନ୍ଦୁ ଧର୍ମକୁ ଶ୍ରଦ୍ଧା କରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ପ୍ରମୁଖ ଗୁରୁ ସନ୍ୟାସୀ ଦ୍ୱାରିକା ନଗରୀକୁ ଖୋଜିବାକୁ ଯାଇ ନିରାସ ହୋଇଥିଲେ । ଏଭଳିକି ଏହି ଐତିହାସିକ ଏବଂ ଗବେଷକକୁ ମଧ୍ୟ ଏନେଇ ନିରାଶ ହେବାକୁ ପଡିଥିଲା । ତେବେ କିଛି ଦଶନ୍ଧି ତଳେ ଏହି ପୂରାଣ ପ୍ରସିଦ୍ଧ ଦ୍ୱାରିକା ନଗରୀ ଅବଶେଷ ଗୁଜୁରାଟ ସମଦ୍ର ଉପକୂଳରେ ଠାବ ହେବା ପରେ ଅନେକଙ୍କ ଆଖି ଖୋସି ହୋଇଯାଇଥିଲା । ଦ୍ୱାରିକା ନଗରୀର କାହାଣୀ ମିଛ ନୁହେଁ ଏବଂ ଏହା ଭାରତୀୟ ସଂସ୍କୃତି ସହ ଜଡିତ । ଏବଂ ମହାନ ଐତିହାସିକ ସତ୍ୟତାକୁ ପ୍ରମାଣିତ କରିଥିଲା । ଏହା ପରେ ପ୍ରାଶ୍ନ ଉଠିଥିଲା ଯେ, ଏତେ ବଡ ନଗରୀ ସମୁଦ୍ର ବର୍ଗ ମଧ୍ୟକୁ ଗଲା କିପରି । ବର୍ତମାନ ସୁଦ୍ଧା ଏନେଇ ବରିଷ୍ଠ ପ୍ରାମାଣିକ ତଥ୍ୟ ମିଳିପାରି ନାହିଁ । ମାତ୍ର ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ସମୁଦ୍ରର ଜଳସ୍ଥର ବୃଦ୍ଧି ପାଇବା ହେତୁ ଏହା ଦ୍ୱାରିକାକୁ ନିଜଗର୍ଭକୁ ନେଇଯାଇଛି । ଏବେ ବି ଭାରତୀୟଙ୍କ ମଧ୍ୟରେ ଯେତିକି ଆସ୍ତର୍ଯ୍ୟ ପ୍ରକାଶ ପାଇଛି । ତାହାଠୁ ଅଧିକ ଦୁଃଖ ଖେଳିଯାଇଛି । ଏଇତ୍ ଇତିହାସ ମାତ୍ର ସୋମବାର ଦିନ ଜାତିସଂଘ ଜଳବାୟୁ ପରିବର୍ତନ ସଂକ୍ରାନ୍ତ ଅର୍ନ୍ତ ସରକାରୀ କମିଟି ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଏବେ ପରିବେଶ ବିଜ୍ଞାନୀକୁଚିନ୍ତାରେ ପକାଇ ଦେଇଛି । ରିପୋର୍ଟର ଉଲ୍ଲେଖ ରହିଛି ଯେ, ଆସନ୍ତା ଦିନରେ ବିଶ୍ୱର ତାପମାତ୍ରା ଅଶ୍ୱାଭିକ ଭାବେ ବୃଦ୍ଧି ପାଇ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଆଣିବ । ଏହା ଦ୍ୱାରା ମେରୁ ଅଞ୍ଚଳରେ ବରଫ ତରଳିବ ଏବଂ ଉଚ୍ଚ ପର୍ବତ ଅଞ୍ଚଳରେ ହିମସ୍ପଳନ ହୋଇ ସମୁଦ୍ର ଗତକୁ ୧୦ରୁ ୧୨ ଫୁଟ ପର୍ଯ୍ୟନ୍ତ ବଢାଇ ଦେବ । ପରେ ଏହି ରିପୋର୍ଟକୁ ଭିତି କରି ଆମେରିକାର ମହାକାଶ ଗବେଷକ ସଂସ୍ଥା ନାସା ଆଉ ଏକ ଭୟଙ୍କର ସତର୍କ ବାଣୀ ଶୁଣାଇଛି । ତାହା କିଛି ଯେ, ଚଳିତ ଶତାଦ୍ଧୀ ଶେଷ ସୁଦ୍ଧା ଭାରତର୧୨ଟି ଭଗ୍ନଉପକୂଳବର୍ତୀ ବଡସହର ସମୁଦ୍ର ଗର୍ତକୁ ଚାଲିଯିବ । ଏଥି ମଧ୍ୟରୁ ଓଡିଶାର ପାରାଦୀପ ବନ୍ଦର ସହ ମୁମ୍ବାଇ, ଚେନ୍ନାଇ, ବିଶାଖାପାଟଣା, ମାଙ୍ଗାଲୋର,ଖଡଗ୍ପୁର, କୋଚି. ମାରାମାଗାଁ, କାଣ୍ଡାଲା, ଭାଉନଗର, ଓଖା, ବୁଢିକୋରି ଆଦି ପାଣିରେ ବୁଡିଯିବ । କେବଳ ଭାରତର ବନ୍ଦର ସହର ନୁହେଁ ସାରା ବିଶ୍ୱର ଏକାଧିକ ବନ୍ଦର ସହର ଏପରି ସ୍ଥିତିରେ ସମ୍ମୁଖିନ ହେବ । ଏବଂ ପ୍ରାୟ ୧୦୦କୋଟି ଲୋକ ପ୍ରଭାବିତ ହେବେ । ଦ୍ୱିରିକା ନଗରୀକୁ ନେଇ ଯାହା ଇତିହାସରେ ଘଟିଥିଲା ଏବେ ଏହାର ପୁର୍ନ୍ନରାବୃତି ହେବାକୁ ଯାଉଛି । ତାହା ହେଲେ କ’ଣ ସବୁ ବନ୍ଦର ସହର ଇତିହାସ ହୋଇଯିବ । ଏହାକୁ ରୋକିବାକୁ କିଛି ବାଟ ନାହିଁ । କାହିଁକି ନାଁ ଜଳସ୍ତର ବଢୁଛି ଏହାକୁ କିଭଳି ରୋକାଯିବ ତାପମାତ୍ରା ଅଟକାଇବାକୁ ପଡିବ । ଜଳବାୟୁ ପରିବର୍ତନକୁ ରୋକିବା ପାଇଁ ପୃଥିବିର ବାୟୁମଣ୍ଡଳକୁ ପ୍ରାକୃତି ସ୍ଥିତିମଧ୍ୟରେ ଛାଡିଦେବାକୁ ହେବ । ସମସ୍ତେ ଯୁଦ୍ଧ କାଳୀନ ଭିତିରେ ଏନେଇ ସତେନତ ଭିତିକ କାର୍ଯ୍ୟନକଲେ ମାଡିଆସୁଥିବା ବିପଦି ଅଟକାଇବାକୁ ଦୂରୁହ ବ୍ୟାପାର ହେବ ।