ଭୟ ମଣିଷକୁ ଦୁର୍ବଳ ନକରୁ

ସମ୍ପ୍ରତି କରୋନା ମହାମାରୀ ସାରା ବିଶ୍ୱକୁ ବ୍ୟତିବ୍ୟସ୍ତ କରିସାରିଲାଣି । ଏହାର ଭୂତାଣୁ ସର୍ବ ପ୍ରଥମେ ଚୀନ୍ କହିବାନୁଯାୟୀ ଉହାନ ପ୍ରଦେଶର ଏକ ବାଦୁଡି ମାର୍କେଟରୁ ଲୋକଙ୍କୁ ବ୍ୟାପିଛି । ତେବେ ସାରା ବିଶ୍ୱରେ ଏହି ଭୂତାଣୁ ଜନିତ ଆକ୍ରନ୍ତଙ୍କ ସଂଖ୍ୟା ଏବେ ଏକ କୋଟି ଟପି ସାରିଲାଣି । ପ୍ରାୟତଃ ସର୍ବଶେଷରେ ଭାରତକୁ ଏହି ମହାମାରୀ ଚଳିତ ବର୍ଷ ଆରମ୍ଭରୁ ଲୋକଙ୍କୁ ଆକ୍ରାନ୍ତ କରିଛି । ଏଥିରେ ବିଶ୍ୱର ଲକ୍ଷ୍ୟାଧିକ କୋଭିଡ ପଜେଟିଭ ଆକ୍ରାନ୍ତ ଇତି ମଧ୍ୟରେ ପ୍ରାଣ ହରାଇ ସାରିଥିଲା ବେଳେ ଆମ ଦେଶରେ ତଥା ଆମ ରାଜ୍ୟ ଓଡ଼ିଶାରେ ପଜେଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଆକୁମାରୀ ହିମାଚଳ ସବୁ ରାଜ୍ୟରେ କରୋନାର ପ୍ରକୋବ ଏବେ ସମାଜରେ ଅଚଳାବସ୍ଥା ସୃଷ୍ଟି କରିଛି । ଆମ ରାଜ୍ୟରେ ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଏବେ ହଟ୍ସ୍ପଟ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତ ୨୪ ଘଂଟା ମଧ୍ୟରେ ଏଠାରୁ ୧୫୦୩ ପଜେଟିଭ ଚିହ୍ନଟ ହୋଇଥିଲା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ମଧ୍ୟ ଏହି ସମୟ କାଳ ମଧ୍ୟରେ ଅଧିକ ୪୯୯୩୧ ପଜେଟିଭ ଚିହ୍ନଟ ହେବା ସହ ୭୦୮ ଜଣଙ୍କ ମୃତ୍ୟୁ ଘଟିଛି ।
ତେବେ ଏଠରେ ଆମେର କହିବାର କଥା ହେଲା ଯେ, ଅନେକ ଦେଶ ଏହାର ପ୍ରତିଷେଧକ ଟିକା କରୁଥିଲା ବେଳେ ଏହା ଚୁଡାନ୍ତ ପର୍ଯ୍ୟାୟରେ ପହଂଚିବା ଉପରେ । କିନ୍ତୁ ଯେପରି ଭାବେ ସ୍ୱାବ ପରୀକ୍ଷା କରାଯାଉଛି ଏବଂ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ନିଆଯାଉଛି, ତାହା ସମୀକ୍ଷା ହେବା ଉଚିତ । ଗତ ଦୁଇ ଦିନ ତଳେ ପୁରୀର ପେଣ୍ଠକଟା ଲୋକମାନେ ପ୍ରଶାସନ ନିକଟରେ ଆପତି ଜଣାଇ ପ୍ରଶ୍ନ କରିଥିଲେ ଯେ ସ୍ୱାବ ପରୀକ୍ଷା କରାଯାଉଥିଲେ ହେଁ ରିପୋର୍ଟ ନଦେଖାଇ ଲୋକଙ୍କୁ ସିଧାସଳଖ ହସ୍ପିଟାଲ ଦିଆଯିବା କାରଣ କ’ଣ? ଲୋକଙ୍କ ଏପରି ହସ୍ପିଟାଲ ଯିବାକୁ ଦିଆଯିବନି ବୋଲି ସେମାନେ ଦାବି କରିବାରୁ ସେମାନଙ୍କୁ ପ୍ରଶାସନିକ ଅଧିକାରି ମାନେ ବୁଝାସୁଝା କରିଥିଲେ । ତେବେ ସ୍ୱାବ ରିପୋର୍ଟ ଯଦି ନେଗେଟିଭ ଆସିଥାଏ ଏବଂ ସମ୍ପୁକ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲ ନିଆଯାଉଥାଏ, ତେବେ ଏହା ଉକ୍ତ ବ୍ୟକ୍ତିଙ୍କ ସହିତ ତାଙ୍କ ପରିବାରର ମନୋବଳ ଦୁର୍ବଳ କରି ଦେବନି କି? କରୋନା ପାଇଁ ଔଷଧ ଓ ଟିକା ନଥିବାରୁ ବ୍ୟକ୍ତି ଯଦି ମାନସିକ ସ୍ତରରେ ଦୁର୍ବଳ ହୁଏ, ତେବେ ତାହାର ରୋଗ ପ୍ରତିରୋଧମୂଳକ ଶକ୍ତି ନକରାନକ ଭାବେ ହ୍ରାସ ପାଇବା ଓ ସେ ରୋଗରେ ଆକ୍ରାନ୍ତ ହେବା ଅସମ୍ଭବ ନୁହେଁ । ତେଣୁ ଏବେ କରୋନା ପାଇଁ ମଣିଷ ମନକୁ ଦୁର୍ବଳ କରାଯିବା ଅନୁଚିତ । ଡାକ୍ତର ଯାହା କହୁଛନ୍ତି ଏବଂ ଯେଉଁ ପ୍ରକ୍ରିୟାରେ ଗଲେ କରୋନା ଅନ୍ୟକୁ ଡେଇଁବା ଅସମ୍ଭବ, ସେପରି କରାଯିବା ଆବଶ୍ୟକ ।

Leave A Reply

Your email address will not be published.

fifteen − 12 =