ରାମ ଜନ୍ମ ଭୁମି ଓ କୋଭିଡ ଯୋଦ୍ଧା

ଅଯୋଧ୍ୟାରେ ରହିଥିବା ରାମ ଜନ୍ମ ଭୁମି ଯୁଗ ଯୁଗ ଧରି ଭାରତୀୟଙ୍କ ଅତି ପ୍ରିୟ ଓ ଧର୍ମଭାବବେଗର ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଯାହାକୁ ନେଇ ପୁରୁଷ ପୁରୁଷ ଧରି ଏହି ଆଯୋଧ୍ୟାରେ ବହୁ ରାମ ଭକ୍ତ ଦେଖିବାକୁ ମିଳିଥାନ୍ତି । ପରବର୍ତି ଆବସ୍ଥାରେ ଦେଶ ଯେତେବେଳେ ବାହ୍ୟ ଶକ୍ତିର କବଳିତ ହୁଏ, ସେତେବେଳେ ରାମଲାଲା ମନ୍ଦିର (ଯାହା ଆକାରରେ ଅତି କ୍ଷୁଦ୍ର) ଚତୁଃର୍ପାଶ୍ୱର୍ରେ ତଥାକଥିତ ମୋଗଲ ସାମ୍ରାର୍ଜ୍ୟ ମୁଖ୍ୟ ଏକ ବିବାଦୀୟ ସୌଧ ନିର୍ମାଣ କରିଥିଲେ, ଯାହା ବାବ୍ରୀ ମସଜିଦ୍ ରୂପେ ନାମିତ ହୋଇଥିଲା । ଇତିହାସର କରାଳ ସ୍ରୋତ ସହ ଏହି ବାବ୍ରୀ ମସଜିଦ୍ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତି ସମ୍ମିଳିତ ହେବାପରେ କୁଆଡେ ଓଜନ ସହି ନପାରି ଭାଙ୍ଗି ପଡିଥିଲା । ପରବର୍ତି ପର୍ଯ୍ୟାୟରେ ଦଶନ୍ଧି ଦଶନ୍ଧି ଧରି ବିଭିନ୍ନ କୋର୍ଟରେ ଚାଲିଥିବା ବହୁ ମାମଲାକୁ ଏକାଠି କରି ସୁପ୍ରିମକୋର୍ଟରେ ବିଚାର ଆରମ୍ଭ ହୋଇଥିଲା । ତେବେ ପରବର୍ତି ପର୍ଯ୍ୟାୟରେ ରାମ ଜନ୍ମ ସ୍ଥଳିରେ ରହିଥିବା ୧୦ ଏକର ଜାଗା ବିଧିବଦ୍ଧ ଭାବେ ରାମମନ୍ଦିର ନିର୍ମାଣ ପାଇଁ ଦିଆଯାଇଥିଲା ବେଳେ ଅନ୍ୟ ପଟେ ମୁସଲିମ୍ ସମ୍ପ୍ରଦାୟର ସ୍ଥାନୀୟ ଅନୁଷ୍ଠାନକୁ ଅନ୍ୟ ଏକ ସ୍ଥାନରୁ ମଧ୍ୟ ୫ ଏକର ଜମି ଦିଆସରିଛି । ସୂଚନା ଯୋଗ୍ୟ ପ୍ରଥମେ ଯେଉଁ କାରଣରୁ ହେଉ ପଛେ, ରାମଲାଲ ରହିଥିବା ମନ୍ଦିର ନିକଟରେ ବୁଧବାର ଭୁମି ପୁଜନ କରାଯାଇଛି । ଶିଲାନ୍ୟାସ ପାଇଁ ମାତ୍ର ମଧ୍ୟାହ୍ନରେ ୧୨ଟା ୪ ମିନିଟ ୮ ସେକେଣ୍ଡରୁ ୧୨ଟା ୪ ମିନିଟ ୪୦ ସେକେଣ୍ଡ ମଧ୍ୟରେ ଶୁଭମୁହୂର୍ତ ପଡୁଥିବାରୁ ସେହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ଶିଲାନ୍ୟାସ କରିବେ । ଏଥି ପାଇଁ ୧୭୫ ଅତିଥିଙ୍କୁ ନିମନ୍ତ୍ରଣ ମିଳିଛି । ମଂଚ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଟ୍ରଷ୍ଟମୁଖ୍ୟ ଓ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗୱତ ଉପସ୍ଥିତ ରହିବେ । ଭୂମି ପୂଜା ପାଇଁ ଦେଶର ୨୫୭୮ ଧର୍ମପୀଠରୁ ମାଟି ସଂଗ୍ରହ କରି ଅଯୋଧ୍ୟା ପଠାଯାଇଥିଲା ବେଳେ ଆଜି ଭୂମିପୂଜନ କରାଯାଇଛି । ମୋଟ ୧୦ ଏକର ଜମିରେ ରାମ ମନ୍ଦିର ଏବଂ ରାଜ୍ୟ ସରକାରଙ୍କ ପ୍ରଦତ ବାକି ୫୭ ଏକ ଜମିରେ ମନ୍ଦିର ପରିସରକୁ ସୁନ୍ଧର କରାଯିବା ଲାଗି ୪ଟି କ୍ଷୁଦ୍ର ମନ୍ଦିର ନିର୍ମାଣ କରାଯିବ । ତେବେ ଆଗାମୀ ସମୟହିଁ କହିବ, ରାମ ମନ୍ଦିରର ନୂତନ ରୁପରେଖ ଭାରତୀୟ ସଂସ୍କୃତି ଓ ଗଣତନ୍ତ୍ର ତଥା ହିନ୍ଦୁତ୍ୱ ଓ ଧାର୍ମିକ ସଦ୍ଭାବନା ଉପରେ କି ପ୍ରଭାବ ପକାଉଛି!

Leave A Reply

Your email address will not be published.

nineteen − eight =