ରୁଷରୁ ଭାରତ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଏବେ ଆତଙ୍କ ଖେଳାଇଛି । ଏପରିକି ମାର୍ଚ୍ଚରେ ଏହା ଭାରତକୁ ସଂକ୍ରମିତ ହୋଇଥିଲା ବେଳେ ମାତ୍ର ୬ ମାସ ମଧ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାର ତୃତୀୟ ସ୍ଥାନରେ ଭାରତ ପହଂଚିଥିବା ଉଦ୍ବେଗର ବିଷୟ । ଏପରିକି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପୂର୍ବାମାନ ଅନୁଯାୟୀ ଖୁବ୍ଶିଘ୍ର ୧ନମ୍ବରରେ ଥିବା ତାଙ୍କ ଦେଶକୁ ଭାରତ ଟପିଯିବା ସୁନିଶ୍ଚିତ । ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିଛି । ବିଶ୍ୱରେ ଏବେ ମୋଟ ୨ କୋଟି ୧ ଲକ୍ଷ ୨୦ ହଜାର ୬୦୪ ଜଣ କରୋନା ଆକ୍ରାନ୍ତ ହୋଇଥିଲା ବେଳେ ୭ ଲକ୍ଷ ୩୫ ହଜାର ୬୬୭ ଜଣ ପ୍ରାଣ ହରାଇଛନ୍ତି । କେବଳ ଆମେରିକା ଓ ବ୍ରାଜିଲରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ୬୬ ହଜାର ୭୫୩ରେ ପହଂଚିଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୧୪ ହଜାର ୧୩୭ ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିଲା ବେଳେ ମୃତ୍ୟୁସଂଖ୍ୟା ୪୪ ହଜାର ୪୬୬ରେ ପହଂଚିଛି । ଭାରତର ପ୍ରଦେଶ ଗୁଡ଼ିକୁ ବିଚାରକୁ ନେଲେ ଓଡ଼ିଶାରେ ଏବେ କରୋନା ଭାଇରସ ଦୂତଗତିରେ ମାଡିଚାଲିଛି । କରୋନା ଏବଂ ଅନ୍ୟାନ ଜଟିଳ ରୋଗରେ ଏ ପର୍ଯ୍ୟନ୍ତ ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ କେବଳ କରୋନାରେ ଓଡ଼ିଶାର ୨୮୬ ପାଣ ହରାଇଛନ୍ତି । ଏଥିରେ ସମଗ୍ର ରାଜ୍ୟର ୪୭, ୪୫୫ କରୋନା ଭୁତାଣୁ ଦ୍ୱାର ଆକ୍ରାନ୍ତ ହୋଇଛନ୍ତି । ତେବେ ଆନନ୍ଦର ବିଷୟ ହେଲା ଯେ, ଭାରତର ସ୍ୱାଭାବିକ ବନ୍ଧୁରାଷ୍ଟ୍ର ରୂପେ ପରିଚିତ ରୁଷ୍ରେ କରୋନା ଟିକା ପଞ୍ଜିକରଣ ଆଉ ୨୪ ଘଂଟା ମଧ୍ୟରେ ହେବାକୁ ଯାଉଥିଲା ବେଳେ ପ୍ରାୟତଃ ଗୁରୁବାର ଠାରୁ ଏହି ଟିକା ସାଧାରଣ ବ୍ୟକ୍ତିଙ୍କୁ ଦିଆଯିବା ଲାଗି ରୁଷ ସରକାର ନିଷ୍ପତି ନେଇଛନ୍ତି । ଭାରତରେ ମଧ୍ୟ ‘ଭାରତ ବାୟୋଟେକ୍-ଆଇସିଏମଆର’ ପକ୍ଷରୁ ହାଇଦ୍ରାବାଦରେ କରୋନା ଟିକା ପ୍ରସ୍ତୁତ କରାଯାଉଛି । ଏଠାରେ ମଧ୍ୟ ମାନବ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟକୁ ସଫଳ ଭାବେ ଅତିକ୍ରମ କରିଥିବାରୁ ଆଇସିଏମଆର ଅଗଷ୍ଟ ୧୫ରେ ଏହାର ଶୁଭାରମ୍ଭ କରିବାକୁ ହେଉଥିଲା ବେଳେ ଭାରତ ବାୟୋଟେକ୍ ଅଧିକ ଯାଂଚ ଉପରେ ଗୁରୁତ୍ୱ ଦେଇଛି । ତେବେ ଟିକାକୁ କିପରି ମାତ୍ର ୨୫୦ ଟଙ୍କାରେ ଦିଆଯାଇପାରିବ ସେଥିଲାଗି ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଉଦ୍ୟମ ଚଲାଇଛନ୍ତି । ତେବେ ରୁଷ୍ ହେଉ ବା ଭାରତ; ଯେକୌଣସି ଦେଶ ଅଗଷ୍ଟ ୧୫ ସୁଦ୍ଧା ସାଧାରଣ ଲୋକଙ୍କୁ ଟିକା ଦେବାରେ ସଫଳ ହେଲେ ଏହା ସମଗ୍ର ମାନବ ଜାତିର ସର୍ବବୃହତ ବିଜୟ ବୋଲି କୁହାଯାଇପାରିବ ।

Leave A Reply

Your email address will not be published.

1 × 2 =