ଷ୍ଟେରଏଡ୍ ଓ କରୋନା

ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିଲା ବେଳେ ଯେପରିଭାବେ ଏଥିରେ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହେବା ସହିତ ମୃତ୍ୟୁ ବରଣ କରୁଛନ୍ତି, ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇପଡିଛି । ମୃତ୍ୟୁ କ୍ଷେତ୍ରରେ ଆମେରିକା ସବୁଠାରୁ ଆଗରେ ରହିଥିଲା ବେଳେ ଭାରତ ସଂକ୍ରମଣ କ୍ଷେତ୍ରରେ ତାଲିକାର ସର୍ବାଗ୍ରେ ରହିଛି । ଏପରିସ୍ଥଳେ ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ପ୍ରକାର ଔଷଧର ପ୍ରୟୋଗ କରାଯାଉଥିଲେ ହେଁ ଏଗୁଡ଼ିକର ଯେତିକି ସୁଫଳ ମିଳିବା କଥା, ତାହା ମିଳିପାରୁନାହିଁ । ଅନ୍ୟପଟେ ପ୍ରତିଷେଧକ ଟିକା ବାହାରକରିବାକୁ ବହୁ ରାଷ୍ଟ୍ର ଗବେଷଣା ଚଳାଇଥିଲା ବେଳେ ଋୁଷ, ଆମେରିକା, ବ୍ରିଟେନ୍ ଓ ଆଉକେତେକ ରାଷ୍ଟ୍ର ଏଥିନେଇ ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଯ୍ୟୟ ପରୀକ୍ଷଣରେ ସଫଳ ହୋଇଥିବା ଦାବି କରୁଛନ୍ତି । ଏହା ସତ୍ୱେ ଏହି ଟିକା ବଜାରକୁ ଆସିବା ଲାଗି ଆହୁରି ୩ ମାସ ଲାଗିବା ଅସମ୍ଭବ ନୁହେଁ । ୨୦୨୧ ଜାନୁଆରୁ ବେଳକୁ ଟିକା ଆସିପାରେ ବୋଲି ଅନେକ ଆଶା ରଖିଛନ୍ତି । ତେବେ ସେପର୍ଯ୍ୟନ୍ତ ମୃତୁ୍ୟ ହାର କମାଇବା ଓ ସଂକ୍ରମିତ ମାନଙ୍କ ଭଳ କରିବା ଲାଗି କେଉଁ ପ୍ରକାରର ଔଷଧ ଦିଆଯିବ ସେଥିନେଇ ବିଶ୍ୱ ସ୍ତରରେ ଗବେଷଣା ଜାରିରହିଛି । ସମ୍ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମିତ ଗୁରୁତର ରୋଗିଙ୍କୁ ଚିକିତ୍ସା ଲାଗି ରେମଡେସିଭିର ଦିଆଯାଇପାରେ । କାରଣ କେତେକ କ୍ଷେତ୍ରରେ ଏହା ସଫଳ ହୋଇପାରିଛି । ସେହିପରି ରୋଗପ୍ରତି ରୋଧ କ୍ଷମତା ବଢ଼ାଇବା ଓ ଯନ୍ତ୍ରଣା କମାଇବା ଆଜିପାଇଁ ଡେକ୍ସାମିଥାସୋନ୍, ହାଇଡ୍ରୋକୋର୍ଟିସୋନ୍ ଓ ମିଥାଇଲପ୍ରେଡ୍ନିସୋଲୋନ୍ ବ୍ୟବହାର କରାଯାଉଛି । ଏହା ବ୍ୟତୀତ ଅନ୍ୟାନ ଷ୍ଟେରଏଡ୍ ଚିକିତ୍ସାରେ ସହାୟକ ହେବ ବୋଲି ୩ ମାସ ତଳୁ ଗବେଷକମାନେ କହିସାରିଛନ୍ତି । ଏବେ କିନ୍ତୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଧିଷ୍ଟ ଭାବେ ଗୋସଣା କରୁଛି ଯେ, ଗୁରୁତର କରୋନା ଆକ୍ରାନ୍ତଙ୍କୁ ଷ୍ଟେରଏଡ୍ ଚିକିତ୍ସା କରାଯାଇପାରେ । ୭ଟି ପରୀକ୍ଷାପରେ ମିଳିଥିବା ତଥ୍ୟରୁ ଏହି ସିଦ୍ଧାନ୍ତରେ ବୈଜ୍ଞାନିକମାନେ ପହଂଚିନ୍ତି । ସେମାନଙ୍କ ମତ ହେଲା ଯେ, କୋର୍ଟିକୋଷ୍ଟରଏଡ୍କୁ ଗୁରୁତର କରୋନା ରୋଗୁଙ୍କ ପ୍ରଥମିକ ଚିକିତ୍ସା ପାଇଁ ବ୍ୟବହାର କଲେ ଏହା ମୃତୁ ଆଶଙ୍କାକୁ କମାଇ ଦେଉଛି । ତେବେ ଦେଖିବାର କଥା ଷ୍ଟେରଏଡ୍ ଚିକିତ୍ସା କେତେଦୁର ସଫଳ ହୋଇଛି?

Leave A Reply

Your email address will not be published.

twenty − twelve =