ସଂସ୍କୃତି ନା ଅପସଂସ୍କୃତି

ସାଂସ୍କୃତି କହିଲେ ସାଧାରଣତଃ ଗୋଟିଏ ଦେଶ ବା ରାଜ୍ୟ ଅଥବା ଏକ ଜିଲ୍ଲାର ସାଂସ୍କୃତିକ ପ୍ରତିବଦ୍ଧତାକୁ ବୁଝାଇଥାଏ । ଯେଉଁ ଦେଶର ସଂସ୍କୃତି ଅତି ମହାନ ବୋଲି ଦାବି କରାଯାଇଥାଏ, ସେ ଦେଶର ସାଂସ୍କୃତିକ ମାହୋଲ୍ ସେତିକି ମୂଲ୍ୟବାନ ହୋଇଥାଏ । ନିକଟରେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ରହିଥିବା ବିଧାନସଭା ଗୃହ ମଧ୍ୟରେ ହଠାତ୍ କରୋନା ମହାମାରୀ ସମ୍ପର୍କରେ ଆଲୋଚନା ଅବ୍ୟାହତ ରହିଥିଲା ବେଳେ ଏହାକୁ କେନ୍ଦ୍ର କରି ବିରୋଧି ଦଳ ବିଜେପି ପକ୍ଷରୁ ବାଚସ୍ପତିଙ୍କ ‘ପୋଡିୟମ’ ଉପରକୁ ଜୋତା, ଇୟରଫୋନ୍, କଲମ, ଡଷ୍ଟବିନ ଆଦି ଫିଙ୍ଗା ଯାଇଥିଲା । ଏହା ପରେ ବାଚସ୍ପତି ଯାଂଚ ପ୍ରକ୍ରିୟା ଶେଷ କରିବା ସହିତ ଗୃହରେ ଉପରୋକ୍ତ ଘଟଣାନେଇ ସେ ନିଜ ନିଷ୍ପତି ଶୁଣାଇଥିଲେ । ଗୃହ ଭିତରକୁ ଚଳିତ ଅଧିବେଶନର ବାକି ଦିନ ଗୁଡିକରେ ଜୟନାରାୟଣ ମିଶ୍ର ବିଷ୍ଟୁ ସେଠି ଓ ମୋହନ ମାଝି ଯୋଗ ନଦେବା ଲାଗି ନିଷ୍ପତି ଶୁଣାଇ ଦିଆଯାଇ ଥିଲା । ଏପରିକି ଗୃହରୁ ନିଲମ୍ବିତ ଉପରୋକ୍ତ ୩ ଜଣ ତୁରନ୍ତ ଗୃହଛାଡିବାକୁ କୁହାଯିବାରୁ ସେମାନେ କକ୍ଷବାହାରକୁ ଯାଇଥିଲେ । ଏହା ପରେ ପରେ ଏପରି ନିଷ୍ପତି ପ୍ରତିବାଦରେ ବିଜେପି ସଦସ୍ୟମାନେ ବାହାରକୁ ଆସି ଗାନ୍ଧୀ ପ୍ରର୍ତିମୂତି ତଳେ ଧାରଣା ଦେଇଥିଲେ ।
ତେବେ ଏଠାରେ ଆମେ କହିବାର କଥା ହେଲା ଯେ, ଗୃହରେ କଂଗ୍ରେସ ବିଧାୟକଦଳ ନେତା ଓ ବାଚସ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ଜଚଲିଥିଲା ବେ ଗୃହରେ ମଧ୍ୟ ହଟ୍ଟଗୋଳ ଜାରି ରହିଥିଲା ଏହି ସମୟରେ ୩ଟି ରିପୋର୍ଟ ଉପସ୍ଥାପନ ଲାଗି ବାଜସ୍ପତି ନିଦେ୍ର୍ଧଶ ଦେଇଥିଲାେ । ବିରୋଧୀଦଳ ନେତା କିଛି କହିବାକୁ ଚାହିଥିଲେ ହେଁ ଏଥିପାଇଁ ତାଙକ୍ୁ ସୁରଜଚ ମିଳିନଥିଲା ଓ ପ୍ରତିବାଦରେ ବିଜେପି ସଭ୍ୟମାନେ ନାରାବାଜି କରିହିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ହେଡଫୋନ. ଚପଲ, ପେନଷ୍ଟାଣ୍ଡ ଓ ଡସ୍ପିନି ଫୋପାଡିଥିଲା ଦେଖିବାକୁ ମିଳିଥିଲା । ଗୃହ ଏଥିଏଗେି ମୁଳତବୀ ରହିବା ସହିତ ଉଭୟ କଂଗ୍ରେସ ଓ ଶାସକ ବିଜେଡି ସଦସ୍ୟମାନେ ଚପଲ ଫିଙ୍ଗା ଘଟଣାରରେ କାର୍ଯ୍ୟନୁÂନ ଲାଗି ଦାବୀ କରିଥିଲେ । ତଦଅନୁଯାୟୀ ବିଧାନସଭା କାର୍ଯ୍ୟପରିଚାରଣା ଓ କାର୍ଯ୍ୟବିଧି ଆଇନ ଉଲଂଘନ କରିଥିବା ଉପରୋକ୍ତ ତିନି ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଯାଇଛି । ପରେ ପରେ ବାଚସ୍ପତି ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳଲାଗି ମୂଲତବି ରଖାଯାଇଥିଲା ।
ତେବେ ଏଠାରେ ପ୍ରଶ୍ନ ଉଠେ, କେଉଁଟା ଠିକ୍ ଓ କେଉଁଟା ଭୁଲ୍? ବିରୋଧି ଦଳର ନେତାଙ୍କୁ ସାଧରଣତ ଃ ‘ଛାୟା ମୁଖ୍ୟମନ୍ତ୍ରୀ’ (ସାଡୋ ଚିଫ ମିନିଷ୍ଟର) ବୋଲି କୁହାଯାଇଥାଏ । ଏହା ସୂଚାଇ ଦେଉଛି ଯେ, ଗୃହରେ ଯେତେବେ ସେ କହିବାକୁ ଚାହିଁବେ ସେତେବେଳେ ତାଙ୍କୁ ଅନୁମତି ମିଳିବା ସ୍ୱଭାବିକ । କିନ୍ତୁ ବିରୋଧି ଦଳ ନେତାଙ୍କ କ୍ଷେତ୍ରରେ ଶନିବାର ତାହା ମିଳିଥିଲା କି?ଗୃହରେ ବାଚସ୍ପତି ସର୍ବେସର୍ବା ହୋଇଥିବାରୁ କାହାକୁ କହିବାକୁ ଅନୁମତି ଦିଆଯିବ, ତାହା ତାଙ୍କ ଉପରେ ନିଭରକରେ । ଏହା ବ୍ୟତିହ ବିଜେପି ସଭ୍ୟମାନେ ଯଦି ଉତକ୍ଷିପ୍ତ ହୋଇଥାନ୍ତି, ତେବେ ସେମାନଙ୍କୁ ସ୍ୱାଭାବିକ ପରିସ୍ଥିତିକୁ ଆଣିବା ଦାୟିତ୍ୱ ମଧ୍ୟ ବାଚସ୍ପତିଙ୍କର । ଅବସ୍ୟ ପରେ ବାଚସ୍ପତି ଧାରଣା ସ୍ଥଳକୁ ଯାୟୀ ବିଜେପି ବିଧାୟକମାନଙ୍କୁ ଭେଟିଥିଲେ ଓ ପରେ କହିଥିଲେ ଯେ, ସରକାରୀ ଦଳର ପ୍ରସ୍ତାବ ଆଧାରରେ ନିଲମ୍ବନ ନିଷ୍ପତି ନିଆଯାଇଛି । ଏ ସମସ୍ତ ଘଟଣା ଗଣତନ୍ତ୍ରର ମନ୍ଦିର ଭିତରେ ବସୁଥିବା ଭିନ୍ନ ଭିନ୍ନ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଘଟୁଥିଲେ ହେଁ ଏହା ବାରମ୍ବାର ପୁନରାବୃତି ହେବା ନିଶ୍ଚିତ ଭାବେ ଦୁଃଖ ଦାୟକ ।

Leave A Reply

Your email address will not be published.

20 + 4 =