ସ୍ୱାଗତ ଯୋଗ୍ୟ: ଅଧିକ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉ

ଦେଶରେ ଚାକିରି ଆଶାୟୀଙ୍କ ପାଇଁ ପୃଥକ ପୃଥକ ରେଲୱେ ରିକ୍ରୁଟମେଂଟ ବୋର୍ଡ (ଆରଆରବି), ଷ୍ଟାଫ ସିଲେକସନ କମିଶନ (ଏସଏସସି), ବ୍ୟାଙ୍କିଙ୍ଗ ପରୀକ୍ଷା (ଆଇବିପିଏସ) ପରୀକ୍ଷା ପରି ଅଣ-ଗେଜେଟେଡ ପଦବୀ ଲାଗି ଗୋଟିଏ ପରୀକ୍ଷା କରିବା ପାଇଁ ଜାତୀୟ ନୁଯୁକ୍ତି ଏଜେନସି (ଏନଆରଏ) ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର କ୍ୟାବିନେଟର ନିଷ୍ପତି ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପ୍ରଶାସନିକ ସଂସ୍ଥାର ମୂଳକ ପଦକ୍ଷେପ ବୋଲି ନିସଂନେ୍ଦହରେ କୁହଯାଇପରିବ । କହିବା ଉଚିତ ହେବ ଯେ, ଏଭଳି ଏକ ପରୀକ୍ଷା ପାଇଁ ଦେଶର ଚାକିରିଆଙ୍କୁ ନିଯୁକ୍ତି ପରୀକ୍ଷା ଦେବାଲାଗି ଆଉ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ କି ଦୀର୍ଘ ଯାତ୍ରା ପାଇଁ ଆଉ ଅଧିକ ସମୟ ଅପଚୟ କରିବାକୁ ହେବନାହିଁ । କେବଳ ଏତିକି ନୁହେଁ, ଏହା ଦ୍ୱାରା ଦେଶର କୋଟି କୋଟି ନୁଯୁକ୍ତି ଆଶୟୀ ଲାଭବାନ ହେବା ନିଶ୍ଚିତ, ଆହୁରି ମଧ୍ୟ ଗୋଟିଏ ପରୀକ୍ଷା ଦ୍ୱାରା ନିଯୁକ୍ତି ଆଶୟୀ ଅଧିକ ଭାରାକ୍ରାନ୍ତ ହେବେନାହିଁ । ଏହା ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସ୍ୱଛତା ଆଣିବ । ଏନଆରଏରେ, ରେଳବାଇ ନିଯୁକ୍ତି ବୋର୍ଡ, ଷ୍ଟାଫ ସିଲେକସନ କମିଶନ, ଇନଷ୍ଟିଟୁ୍ୟଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକସନର ପ୍ରତିନିଧିମାନଙ୍କ ସହ ରେଳ ମନ୍ତ୍ରାଳୟ, ଅର୍ଥମନ୍ତ୍ରାଳୟର ପ୍ରତିନିଧିମାନେ ରହିବେ । ତେଣୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ସମସ୍ତ ପ୍ରକାର ବୈଷୟିକ ଜ୍ଞାନ କୌଶଳକୁ ମଧ୍ୟ ବ୍ୟବହାର କରିବା ପାଇଁ ନିଷ୍ପତି ନେଇଛି । ଏନଆରଏ ଦ୍ୱାରା ଆୟୋଜିତ କମନ ରିଲିଜିବିଲିଟ ଟେଷ୍ଟ (ସିଇଟ୍) ରେ ଚାକିରି ଆଶୟୀମାନେ ଯେଉଁ ନମ୍ବର ବା ର୍ୟାଙ୍କ ରଖିବେ ତାହା ୩ବର୍ଷ ପର୍ଯ୍ୟନ୍ତ କାଏମ ରହିବ । ଏହାର ଆଧାରରେ ଜଣେ ଆଶୟୀ ନିଜର ଯୋଗ୍ୟତା ଓ ଇଛା ମୁତାବକ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଁ ଆବେଦନ କରିପାରିବ । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ହେଉଛି ଜଣେ ଆଶୟୀ ଯୌତେଥର ଚାର୍ହିଁବେ ସେତେଥର ସିଇଟି ପରୀକ୍ଷା ଦେଇପାରିବେ । ଏଥି ପାଇଁ କୌଣସି କଟକଣା ନାହିଁ । ସିଇଟି ପରୀକ୍ଷାର ଯୋଗ୍ୟତା ହାସଲକାରୀ ଯେକୌଣସି ନିଯୁକ୍ତି ଏଜେନସି ନିକଟରେ ଉଚ୍ଚସ୍ତରୀୟ ପରୀକ୍ଷା ପାଇଁ ଆବେଦନ କରିପାରିବେ । ଉଲ୍ଲେଖ୍ୟ ଯୋଗ୍ୟ ଯେ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ରମଣ ପାର୍ଲିଆମେଂଟରେ ୨୦୨୦-୨୧ଆର୍ଥୀକ ବର୍ଷରେ ଦେଶ ପାଇଁ ଗୋଟିଏ ପରୀକ୍ଷା ପ୍ରଚଳନ କରାଯିବ ଏବଂ ଏଥି ଲାଗି ଜାତୀୟ ନିଯୁକ୍ତି ସଂସ୍ଥା ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ । ଏନଆରଏ ଏକ ସ୍ୱାଧିନ ପେସାଦାର ଏବଂ ଏକ ବିଶେଷକୀ ସଂଗଠନ ହେବ । କହିବା ବାହୁଲ୍ୟ ଯେ, ରେଳବାଇ ହେଉଛି ଦେଶର ସର୍ବର୍ବୃହତ ନିଯୁକ୍ତି ସଂସ୍ଥା, ମାତ୍ର ଏହି ସଂସ୍ଥା ଏବେ ଘରୋଇ କରଣ ପ୍ରସ୍ତାବ ଥିବାରୁ ନିଯୁକ୍ତି କ୍ଷେତ୍ର ସଙ୍କୁୁଚିତ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅବସ୍ଥା ମଧ୍ୟ ଅନୁରୁପ । ଦେଶର ୧୨ ଜାତୀୟ କରଣ ବ୍ୟାଙ୍କର ମିଶ୍ରଣ ଏବେ ୪ଟି ବୃହତ ବ୍ୟଙ୍କ ପ୍ରତିଷ୍ଠା ଯୋଗୁଁ ଏବେ ନିଯୁକ୍ତି କ୍ଷେତ୍ର ମଧ୍ୟ ସଙ୍କୁଚିତ ହେବା ସମ୍ଭବନା ରହିଛି । ଅନ୍ୟ ପକ୍ଷରେ ଦେଶରେ ନିଯୁକ୍ତିି ଆଶାୟୀ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ଏବେ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଗତ ୪୫ ବର୍ଷ ମଧ୍ୟରେ ଦେଶରେ ବେକାରୀଙ୍କ ସଂଖ୍ୟା ଏବେ ସର୍ବୋଚ୍ଚ ସ୍ତରରେ ପହଂଚିଛି । ଏବେ ମହାମାରୀ କରୋନା ଭୁ୍ତାଣୁ ସଂକ୍ରମଣ ଏବଂ ଲକଡାଉନ ଯୋଗୁଁ ୧କୋଟି ୮୧ଲକ୍ଷ ନିଯୁକ୍ତି ହରାଇଛନ୍ତି । ଦେଶରେ ବେକାରୀ ସଙ୍କଟ ଏତେ ଉକ୍ରଟ ଯେ, ଗୋଟିଏ ପଦବୀ ପାଇଁ ହଜାର ହଜାର ଆଶାୟୀ ଆବେଦନ କରିଥାନ୍ତି । ରିପୋର୍ଟ ପ୍ରକାଶ ପାଇଛିଯେ, ମଧ୍ୟପ୍ରଦେଶରେ ୪୫ଟି ଚତୁର୍ଥଶ୍ରେଣୀ ପଦବୀ ପାଇଁ ଇଂଜିନିୟରିଂ ଛାତ୍ରଛାତୀମାନେ ଆବେଦନ କରିଥିଲେ । ଏଥିରୁ ଦେଶର ବେକାରୀ ସ୍ଥିତି କ’ଣ, ତାହା ସହଜରେ ଅନୁମାନ କରାଯାଇପାରେ ।
ଗୋଟିଏ ପଟେ କେନ୍ଦ୍ରୀୟ ସଂସ୍ଥାରେ ପଦବୀ ସଙ୍କୁଚିତ ହୋଇଯାଇଥିବା ବେଳେ କରୋନା ମହାମାରୀ ଯୋଗୁଁ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ନୁତନ ନୁଯୁକ୍ତି ଉପରେ କେତେକ ରାଜ୍ୟ ସରକାର କଟକଣା ଯାରି କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଦେଶରେ ନିଯୁକ୍ତି ସଙ୍କୁଚିତ ହୋଇ ଆସିଥିବା ବେଳେ ଏନଆରଏ ପ୍ରତିଷ୍ଠା କେଉଁ ସ୍ୱାର୍ଥ ପୁରଣ କରିବ? ଏପରି ପ୍ରଶ୍ନ ଉଠିବା ସ୍ୱଭାବିକ । ଏନଆରଏ ବା ଜାତୀୟ ନିଯୁକ୍ତି ସଂସ୍ଥା ପ୍ରତିଷ୍ଠା ସ୍ୱାଗତ ଯୋଗ୍ୟ, ଏଥିପାଇଁ ଦେଶରେ ଅଧିକରୁ ଅଧିକ ପଦବୀ ବା ନିଯୁକ୍ତିର ଆବଶ୍ୟକତା ରହିଛି । ଏଥିପ୍ରତି କେନ୍ଦ୍ର ସରାକାର ଧ୍ୟାନ ଦେବା ଜରୁରୀ ।

Leave A Reply

Your email address will not be published.

seven + 8 =