ହାଥରସ ଗଣ ଦୁଷ୍କର୍ମ

ବହୁ ଚର୍ଚ୍ଚିତ ଦିଲ୍ଲୀର ‘ନିର୍ଭୟା’, ତେଲେଙ୍ଗାନାର ‘ଦୀଶା’ ଗଣ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡପରେ ଏବେ ଉତରପ୍ରଦୋର ହାଥରସରେ ଜଣେ ୧୯ ବର୍ଷିୟା ଦଳିତ ଯୁବତିଙ୍କୁ ଗଭଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ସମସ୍ତ ପାସବିକତା ଠାରୁ ବଳି ଯାଇଛି ବୋଲି ନିଃସନେ୍ଦହରେ କୁହା ଯାଇପାରିବ । ନିର୍ଭୟା ଓ ଦୀଶା ଘଟଣାରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସାମୀମାନଙ୍କୁ ଗିରଫ କରିଥିବା ବେଳେ ହାଥରସ ଘଟଣାରେ ପୋଲିସର ପକ୍ଷପାତିତା ଓ ନିଷ୍କି୍ରୟତା ପାଇଁ ଖୋଦ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି । ପ୍ରଧାନ ମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତ ଟିମ(ଏସଟିଏଫ) ଗଠନ କରାଯାଇଥିବା ବେଳେ ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଦେ୍ର୍ଧଶ ଦେଇଛନ୍ତି । ଏହି ଘଟଣା କେବଳ ଉତରପ୍ରଦେଶ ନୁହେଁ, ସାରା ଦେଶରେ ଘୋର ଆଲୋଚନା ସୃଷ୍ଟି କରିଛି ।
ଅବଶ୍ୟ ଦଳିତଙ୍କ ଉପରେ ସବର୍ଣ୍ଣ ବା ଠାକୁର ସମ୍ପ୍ରଦାୟର ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା କିଛି ନୁଆ ନୁହେଁ । ଉନ୍ନାଓ ଦୁଷ୍କର୍ମ ଓ ପୋଡି ହତ୍ୟା ଘଟଣା ମନରୁ ଲିଭିନଥିବା ବେଳେ ଯୋଗୀ ଆଦିତ୍ୟନାଥ ସରକାର ଅମଳରେ ଏହା ବୋଧ ହୁଏ ସବୁଠାରୁ ଅତି ବିଭତ୍ସ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ବୋଲି କହିଲେ ଭୁଲ ହେବ ନାହିଁ । ଗତ ମାସ ୧୪ ତାରିଖ ଦିନ ୧୯ ବର୍ଷିୟ ଦଳିତ ଯୁବତି ଠାକୁର ସମ୍ପ୍ରଦାୟର କେତେକ ବ୍ୟକ୍ତିଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହୋଇଥିଲା । କେବଳ ଦୁଷ୍କର୍ମ ନୁହେଁ ଆସାମୀମାନେ ଏତେ ନୃଂଶସ ଥିଲେଯେ, ସେମାନେ ଯୁବତିକୁ ପିଟି ପିଟି ମେରୁଦଣ୍ଡ ଭାଙ୍ଗି ପଙ୍ଗୁ କରିଦେବା ସହ ବାରମ୍ବାର ତଂଟି ଚିପି ହତ୍ୟା ଉଦ୍ୟମ କରିଥିଲେ । ସୌଭାଗ୍ୟ ବଶତଃ ଯୁବତି ଜଣଙ୍କ ବଞ୍ଚିଯାଇଥିଲେ ମଧ୍ୟ ଶେଷରେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ମଙ୍ଗଳବାର ଦିନ ଜୀବନ ଯୁଦ୍ଧରେ ହାରି ଯାଇଛି । ମୃତୁ୍ୟ ସତ୍ୱେ ଦଳିତ ଯୁବତିଙ୍କ ପିଛା ଛାଡି ନାହିଁ । ରାତା ରାତି ପୋଲିସ ପରିବାର ବର୍ଗ ତଥା ଯୁବତିର ବାପା ମାଙ୍କୁ ନଜଣାଇ ଅତି ତରବରିଆ ଗୋପନୀୟ ଭାବରେ ଦାହ ସଂସ୍କାର କରିଥିବା କୁହା ଯାଇଛି । ତେବେ ପ୍ରଶ୍ନ ଉଠୁଛି, ଗଣ ଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରିବର୍ତେ ମୃତ ଦେହକୁ ଏକାକୀ ପୋଡି ସଂସ୍କାର କରିବାର ଉଦେ୍ଧଶ୍ୟ ବୁଝାପଡୁନାହିଁ । ଏହି ଭିଭତ୍ସ ଘଟଣାରେ ପୋଲିସର ଭୁମିକା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହା ସତ୍ୟଯେ, ଗତ କିଛି ବର୍ଷ ଧରି ଉତରପ୍ରଦେଶ ପୋଲିସ ନିଜ କର୍ତବ୍ୟ, ଦାୟିତ୍ୱକୁ ଲୋକ ଦେଖାଣିଆଭାବେ ପାଳନ କରୁଛି । ଅଥଚ ଉତରପ୍ରଦେଶରେ ଏକ ଜାତୀୟବାଦୀ ସରକାର ଥିବା ସତ୍ୱେ ପୋଲିସ ବହୁବାର ଲକ୍ଷ୍ମଣରେଖା ଅତିକ୍ରମ କରିଛି । ସୁପି୍ରମକୋର୍ଟଙ୍କ ତାଗିଦ ସତ୍ୱେ କୌଣସି ପୋଲିସ ଅଫିସରଙ୍କୁ ଉତରଦାୟୀ କରାଯାଇନାହିଁ । ଗୋହତ୍ୟା ବିରୁଦ୍ଧରେ ଜାତୀୟ ନିରାପତା ଆଇନ(ଏନଏସଏ) ଳାଗୁ କରାଯାଇଛି । ସଂଖ୍ୟା ଲଘୁଙ୍କ ବିରୋଦ୍ଧରେ ୟୁପି ପୋଲିସ ଏନଏସଏକୁ ଏକ ଅସ୍ତ୍ରଭାବେ ବ୍ୟବହାର କରୁଛି କେବଳ ରାଜନୈତିକ ନେତାମାନଙ୍କୁ ଖୁସି କରିବା ପାଇଁ ବୋଲି କୁହାଯାଇପାରିବ । ସେହିପରି ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ବିରୋଧ କରୁଥିବା ଭିକ୍ଷୋଭକାରୀଙ୍କ ବିରୁଦ୍ଧରେ ଏନଏସଏ ଲାଗୁ କରିବା ପାଇଁ ପୋଲିସ ମଧ୍ୟ କଣ୍ଠ ବୋଧ କରିନାହିଁ ।
ଉଲ୍ଲେଖ୍ୟଯୋଗ୍ୟ ଯେ, ଏକ ଗଣତାନ୍ତ୍ରୀକ ରାଷ୍ଟ୍ରରେ ନାଗରିକମାନଙ୍କୁ ସୁରକ୍ଷା ଦେବା, ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ପିଡିତଙ୍କୁ ନ୍ୟାୟ ଦେବା ପାଇଁ ନ୍ୟାୟସଙ୍ଗତ କାର୍ଯ୍ୟ କରିବା ପୋଲିସ କର୍ତବ୍ୟ । ମାତ୍ର ପୋଲିସ ଏବେ କ୍ଷମତାଶୀଳଙ୍କ ହାତର କଣ୍ଢେଇ ସାଜିଛି । ହାଥରସ ଘଟଣାରେ ପୋଲିସ ଦଳିତ ପିଡିତାଙ୍କୁ ନ୍ୟାୟଦେବା ପରିବର୍ତେ କ୍ଷମତାଶୀଳଙ୍କୁ ସୁରକ୍ଷା ଦେଇଛି, ଯାହାକି ପୋଲିସ ଆଚରଣ ସଂକେତ ଦେଇଛି । ନିର୍ଭୟା ଘଟଣାରେ ପୋଲିସର ତ୍ୱରିତ କାର୍ଯ୍ୟାନୁÂାନ ଯୋଗୁଁ ଅପରାଧିମାନେ ବିଳମ୍ବରେ ହେଲେବି ଫାଶିଖୁଂଟରେ ଝୁଲିଥିବା ବେଳେ ଦିଶା ଘଟଣାରେ ପୋଲିସ ଏନକାଂଉଟରରେ ୪ଅଭିଯୁକ୍ତଙ୍କ ମୃତୁ୍ୟ ଘଟିଥିଲା । ମାତ୍ର ହାଥରସ ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କ ସୁରକ୍ଷା କବଚ ସାଜିଥିବା ଅଭିଯୋଗ ହୁଏ । ଯେଉଁଥିପାଇଁକି ଦେଶର ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି । ଅପରାଧିଙ୍କୁ ଗିରଫ କରିବା ଲାଗି ରାଜ୍ୟ ସରକାର ଏସଟିଏଫ ଗଠନ କରିବା ସହ ପିଡିତାଙ୍କ ପରିବାରର ଜଣଙ୍କୁ ଚାକିରୀ ଏବଂ ୨୫ଲକ୍ଷ ଟଙ୍କା ଅନୁକମ୍ପାମୁଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସତଯେ, ସରକାରୀ ଚାକିରୀ ଏବଂ ୨୫ ଲକ୍ଷଟଙ୍କା ସହାୟତା ଦଳିତ ପରିବାରର କ୍ଷତି ପୁରଣ କରିପାରିବ ନାହିଁ । ଦଳିତ ପରିବାରକୁ ନ୍ୟାୟ ମିଳିବା ଜରୁରୀ ।

Leave A Reply

Your email address will not be published.

8 + 4 =