ଆସୁଛି ତୃତୀୟ ଲହର?

କରୋନା ମହାମାରୀ ଦୀର୍ଘ ତିନି ବର୍ଷ ଧରି ହାତ ଗୋଡ ଲମ୍ବାଇ ବୁଢ଼ି ଅସୁରୁଣୀ ଭଳି ମଣିଷ ଜୀବନ ନେବାରେ ବ୍ୟସ୍ତ । ବିଶ୍ୱର ଏପରି କୌଣସି ରାଷ୍ଟ୍ରନାହିଁ, ଯେଉଁଠାରେ କରୋନା ମହାମାରୀରେ ଲୋକ ବାରମ୍ବର ଆକ୍ରାନ୍ତ ହୋଇନାହାନ୍ତି ବା ମରିନାହାନ୍ତି । କୋଭିଡ-୧୯ ଭାଇରସ ବିଶ୍ୱର ବିଭିନ୍ନ ଦେଶରେ ଏହାର ପ୍ରକୋପ ଥରକୁ ଥର ଜାରି ରଖିବା ସହ ସମ୍ପୃକ୍ତ ରାଷ୍ଟ୍ର ଗୁଡିକ ଏହାକୁ ନିୟନ୍ତ୍ରଣାଧୀନ କରିବାଲାଗି ପ୍ରତି ଥର ଲକ୍‌ଡାଉନ୍‌, ସଟ୍‌ଡାଉନ୍ ଓ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ୱ ରକ୍ଷା କରିବା ଆଦି ପଦକ୍ଷେପ ଗ୍ରହଣ କରିବା ସହିତ ସାମଗ୍ରିକ ଭାବେ ରାଷ୍ଟ୍ର ବହୁ ଦୁରାବସ୍ଥା ମଧ୍ୟ ଦେଇ ଗତି କରୁଛନ୍ତି । ଯଦି ଭାରତ କଥା କୁହାଯାଏ, ତେବେ ଏଦେଶରେ କରୋନାର ପ୍ରଥମ ଲହର ୨୦୨୦ ଆରମ୍ଭରୁ ଆସିବା ସହିତ ବର୍ଷ ଶେଷ ହେବାକୁ ଏହା କମିବାରେ ଲାଗିଥିଲା । କିନ୍ତୁ ୨୦୨୧, ଅର୍ଥାତ ଚଳିତ ବର୍ଷ ଯେପରି ଦ୍ୱିତୀୟ ଲହର ସାରା ଦେଶରେ ତାହାର ପ୍ରକୋପ ଜାରି ରଖିଛି, ତାହା ନିଶ୍ଚିତ ଭାବେ ଚିନ୍ତାଜନକ । ଏପରିକି ‘ହୁ’ ମଧ୍ୟ ପ୍ରକାଶ କରିଛି ଯେ, ବିଭିନ୍ନ ଦେଶରେ କରୋନା ଭୂତାଣୁ ଏହାର ରୂପ ବଦାଳଇଥିଲା ବେଳେ ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । କରୋନାର ଭୂତାଣୁର ଭାରତୀୟ ଷ୍ଟେନ୍ କୁହାଯିବାରୁ ଏଥିନେଇ ଆମ ଦେଶ ପକ୍ଷରୁ ପ୍ରତିବାଦ କରାଯିବା ‘ହୁ’ ନିକଟଅତୀତରେ ଭାରତୀୟ ଷ୍ଟେନ୍‌ର ନାମ ‘ଡେଲ୍‌ଟା’ ରଖିଛି । ଜୁନ୍ ମାସର ଆରମ୍ଭରୁ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା କ୍ରମଶଃ ହାସପାଇବାରେ ଲାଗିଛି । ତେବେ ନିକଟରେ ‘ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (ଏସବିଆଇ) ପକ୍ଷରୁ ତୃତୀୟ ଲହର ସଂକ୍ରମଣ ଦେଶରେ ହେବ କି ନା ; ସେ ସମ୍ପର୍କରେ ଆନ୍ତର୍ଜାତିକ ଅଭିଜ୍ଞତା ଭିତିରେ ଏକ ରୂପୋଟ ପ୍ରକାଶ କରିଛି । ଏଥିରେ କୁହାଯାଇଛି । ଦେଶରେ ତୃତୀୟ ଲହର ମଧ୍ୟ ଦ୍ୱିତୀୟ ଲହର ପରି ଭୟଙ୍କର ହୋଇପାରେ । ଦେଶରେ ତୃତୀୟ ଲହର ପ୍ରାୟ ତିନି ମାସ ଆଠ ଦିନ ଏହାର ପ୍ରକୋପ ଜାରି ରଖିପାରେ । ତେବେ ଅଦ୍ୟାବଧି କରାଯାଇଥିବା ମୁକାବିଲା ପ୍ରସ୍ତୁତି ସହିତ ଗ୍ରହଣ କରାଯାଉଥିବା ସତର୍କତାମୂଳକ ପଦକ୍ଷେପ ଯୋଗୁ ତୃତୀୟ ଲହର ବେଳେ ମୃତ୍ୟୁସଂଖ୍ୟା ଯଥେଷ୍ଟ କମିବ ବୋଲି ଆଶା କରାଯାଇପାରେ । ଚାଲିଥିବା ଦ୍ୱିତୀୟ ଲହରର ହାରାହାରି ଅବଧି ଉନ୍ନତ ଦେଶ ଗୁଡିକରେ ୧୦୮ ଦିନ ରହିଥିଲା ବେଳେ ତୃତୀୟ ଲହର ଯଦି ଆସି, ତେବେ ଏହା ହାରାହାରି ୯୮ଦିନ ରହିବା ଅସମ୍ଭବ ନୁହେଁ । ଦ୍ୱିତୀୟ ଲହରରେ ମୃତ୍ୟୁସଂଖ୍ୟା ଏକ ଲକ୍ଷ ୭୦ ହଜାର ହୋଇଥିଲା ବେଳେ ସମ୍ଭାବ୍ୟୟ ତୃତୀୟ ଲହରରେ ମୃତ୍ୟୁସଂଖ୍ୟା କମି ହାରାହାରି ୪୦ ହଜାର ମଧ୍ୟରେ ସୀମିତ ରହିପରେ । ତେବେ ଆମର କହିବାର କଥା ହେଲା ଯେ, ଆଉ ତୃତୀୟ ଲହର ନଆସୁ । ଆଉ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ନହେଉ । ଜନସାଧାଣଙ୍କୁ ଆଉ ମାସ୍କ ପିନ୍ଧିବା ଦରକାର ନପଡୁ । ବରଂ ଆମେ ଭାବିବା ଉଚିତ, ‘ନ ଗଙ୍ଗଦତ ପୁନରପି କୁପଂ’ । ଆମେ କରୋନା ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟଗତ ଯନ୍ତ୍ରଣା ପ୍ରଚୁର ଭୋଗିଲୁଣି । ଏହା ସହିତ ଆର୍ଥକ ଅବସ୍ଥା ଦିନକୁ ଦିନ ଅବଗତୀ ହେଉଥିବାରୁ ଏହା ମଧ୍ୟ ଉଭୟ ସରକାର ଓ ଜନସାଧାରଣଙ୍କୁ ଭୟଙ୍କର ଭାବେ ଆକ୍ରାନ୍ତ କରିଛି । ଯଦି ଦ୍ୱିତୀୟ ଲହର ପରେ ବ୍ୟାପକ ଟିକାକରଣ ହେବା ସମ୍ଭବ ହୋଇପାରନ୍ତା, ତେବେ ତୃତୀୟ ଲହର ଆପାତତଃ ଭାରତକୁ ଆସିଲେ ମଧ୍ୟ ଏହା ସେତେଟା ପ୍ରଭାବଶାଳୀ ହୋଇ ପାରନ୍ତା ନାହିଁ ବୋଲି ଅନେକ ଚିକିତ୍ସା ବିଶେଷଜ୍ଞ ମତ ପ୍ରକାଶ କରୁଛନ୍ତି । ତେବେ ଆଗକୁ ସମୟ ହିଁ କହିବ, ସମୟ କେତେ ବଳବାନ!

Leave A Reply

Your email address will not be published.

seventeen − two =