ଲେଉଟୁଛି କରୋନା…

ଦେଶରେ ଏବେ ସର୍ବତ୍ର ଗୋଟିଏ ବିଷୟ ଉପରେ ଚର୍ଚ୍ଚା ଚାଲିଛି । ତା’ ହେଲା, କରୋନା ମହାମାରୀ ପୂର୍ନବାର ଫେରୁଛି । ଏପରିକି ଏଥିନେଇ ବୁଧବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆହ୍ୱାନ ଦେଇ କରୋନା ପୁଣି ଫେରୁଥିବା ସମ୍ପର୍କରେ ସଚେତନ କରାଇ ଦ୍ୱିତୀୟ ଲହରକୁ ରୋକିବା ଲାଗି ନିର୍ଣ୍ଣାୟକ ପଦକ୍ଷପ ଦେବାକୁ ସେ ସତର୍କ କରାଇଦେଇଛନ୍ତି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ସାରା ଦେଶରେ ୨୮ ହଜାର ୯୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୮୮ ଜଣଙ୍କ ଏଥିରେ ମୃତୁ୍ୟ ଘଟିଛି । ଲୋକଙ୍କୁ ଏଦିଗରେ ସଚେତନ କରାଇବା ଓ ପ୍ରଶାସନିକ ବ୍ୟବସ୍ଥାରେ କାର୍ଯ୍ୟରତ ଅଧିକାରୀମାନେ ଅଧିକ ସତର୍କ ହେବା ହସିତ ଟେଷ୍ଟିଙ୍ଗ ସଂଖ୍ୟା ବଢ଼ାଇବା ଉପରେ ମୋଦି ବୃରିତ୍ୱ ଦେଇଛନ୍ତି । ଗତ ଏକ ବର୍ଷ ଧରି କରୋନା ବିରୋଧି ଲଢେ଼ଇରେ ଯେଉଁ ଅତ୍ମବିଶ୍ୱାର ଦେଶବାସି ହାସଲ କରିଛନ୍ତି ତାହ ଅବହେଳାରେ ପରିଣତ ନ ହେଉବୋଲି ସତର୍କ କରାଇବା ସହ କହିଛନ୍ତି ଯେ, ପ୍ରତେକ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୁବ କମ୍ ସମୟରେ ଚିହ୍ନଟ କରିବା ଏବଂ ଆର୍ଟି-ପିସିଆର୍ ଟେଷ୍ଟେ ହାରକୁ ୭୦ ପ୍ରତିଶତରୁ ଅଧିକ ବଢ଼ାଇବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ଏପରିକି ଏ ସମ୍ପର୍କରେ ଉଦାହରଣ ସୃଷ୍ଟି କରିଥିବା ରାଜ୍ୟ ଗୁଡିକ କେରଳ, ଛତିଶଗଡ଼, ଉତରପ୍ରଦେଶ ଏବଂ ଓଡ଼ିଶା ବୋଲି ଦର୍ଶାଇ ସେ ଉଲ୍ଲେଖ କରିଛନ୍ତି ଯେ, ଟେଷ୍ଟିଙ୍ଗ ଓ ଟିକାକରଣ କ୍ଷେତ୍ରରେ ଯେପରି ମଛରତା ସୃଷ୍ଟି ନହୁଏ । ସେ ମଧ୍ୟ ସୁଚାଇ ଦେଇଛନ୍ତି ଯେ, ତେଲେଙ୍ଗାନା ଓ ଆନ୍ଧ୍ର ଭଳି ରାଜ୍ୟରେ ସର୍ବାଧିକ ଟିକା ନଷ୍ଟ ହେଉଥିବାରୁ ଓ ଏହା ପ୍ରାୟ ୧୦ ପ୍ରତିଶତ ହେଉଥିବା ଯୋଗୁ ଏହାକୁ ରୋକିବାକୁ ହେଲେ ପ୍ରତ୍ୟେକ ଦିନ ସବୁ ରାଜ୍ୟରେ ଟିକା ନଷ୍ଟ ହେବାର କାରଣ ସମ୍ପର୍କରେ ସମୀକ୍ଷା ହେବା ନିତ୍ୟାନ୍ତ ଆବଶ୍ୟକ । ଦେଶର ୭୦ଟି ଜିଲ୍ଲାରେ କରୋନା ସଂକ୍ରମଣ ୧୫୦ ପ୍ରତିଶତ ବଢ଼ିଥିବା ସେ ଦର୍ଶାଇ ଛନ୍ତି । ଦ୍ୱିତୀୟ ବାର ହେଉଥିବା ସଂକ୍ରମଣର ୭୧.୧୦ ପ୍ରତିଶତ କେବଳ ୫ଟି ରାଜ୍ୟ ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡୁର ହୋଇଥିଲା ବେଳେ କେରଳ ଏହା ପଛକୁ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ହୋଉଥିବା ଜଣା ପଡିଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, ଓଡ଼ିଶା କ୍ଷୟକ୍ଷତିକୁ ନୁୟନ୍ତ୍ରଣରେ ରକ୍ଷି ପାରିଛି । ଆମେ ପୁଣି ଥରେ ଲକ୍ଡାଉନ୍ ବ୍ୟବସ୍ଥାକୁ ଫେରିନଯାଇ କିପରି କରୋନା ମହାମାରୀକୁ ମୁକାବିଲା କରିପାରିବା ସେଥିନେଇ ସଚେତନ ରହିବା ଲାଗି ସେ ଆହ୍ୱାନ ଦେଇଛନ୍ତି । ଅର୍ଥନୀତି ଓ ଜିବିକା ଉପରେ ଏହାର ପ୍ରଭାବ କିଛି କମ୍ ପଡିନାହିଁ ବୋଲି ପ୍ରକାଶ କରି ଶ୍ରୀ ପଟ୍ଟନାୟକ ମଧ୍ୟ କହିଛନ୍ତି ଯେ, ଜନବହୁଳ ରାଷ୍ଟ୍ର ଭାରତବର୍ଷରେ ଗୋଷ୍ଠୀଗତ ପ୍ରତିରୋଧକ କ୍ଷମତା ସୃଷ୍ଟି ପାଇଁ ଅଧିକ ସମୟ ଲାଗିବା ସ୍ୱାଭାବିକ ଏବଂ ଏଥିଲାଗି ସତର୍କ ରହିବା ସହ କେନ୍ଦ୍ରସରକାର ସବୁ ପ୍ରକାର ସହଯୋଗ ଯୋଗାଇବେଦା ଆବଶ୍ୟକ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, କରୋନା ମହାମାରୀ ଅନେକ ଦେଶରେ ଦ୍ୱିତୀୟ ଥର ଲେଉଟିବା ସହିତ ବାରମ୍ବାର ଭାଇରସ ଷ୍ଟେ୍ରନ୍ ବଦଳିବାରେ ଲାଗିଛି, ଯାହା ବିପଜ୍ଜନକ । ବ୍ରିଟେନ ଓ ଦକ୍ଷିଣଆଫ୍ରିକା ଆଦି ଏହାର ନମୁନା । ସେହି ପରିପ୍ରେକ୍ଷୀରେ ଭାରତବର୍ଷରେ କରୋନାର ଦ୍ୱିତୀୟ ଲହର ଆସୁଥିଲା ବେଳେ ଭାଇରସ ଷ୍ଟେ୍ରନ୍ ଯେପରି ରୂପାନ୍ତରିତ ନହୁଏ ଏବଂ ଲକ୍ଡାଉନ୍ ନ ଫେରେ, ସେଥିଲାଗି ଦେଶର ଆବାଳବୃଦ୍ଧବନିତା ସଚେତନ ରହି ସାମାଜିକ ଦୁରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବା ଏବଂ ରୋଜଗାର କରିବାଲାଗି ଆତ୍ମବିଶ୍ୱାସ ସୃଷ୍ଟି କରିବା ଏକାଧାରରେ ଏକାନ୍ତ ବାଞ୍ଝନୀୟ ।

Leave A Reply

Your email address will not be published.

5 × three =