ଜବାବ ଦିଅ ଗର୍ଲଫ୍ରେଣ୍ଡ

କରୋନା କାଳରେ ମୁମ୍ବାଇ ସହର ଥିଲା ସଟଡାଉନ । ୭ଜୁନ୍ ଯାଏ ସବୁକିଛି ଠିକଠାକ ଥିଲା । ଲକଡାଉନ୍ କାରଣରୁ ସୁଟିଂ ବନ୍ଦ ରହିଥିବା ବେଳେ ଘରୁ ବାହାରକୁ ଯିବା ଆସିବା ନଥିଲା ସୁଶାନ୍ତଙ୍କର । ସୁଶାନ୍ତ ଓ ତିନିଜଣ ସାଥି ଓ ସହକାରୀ ଗ୍ରାଉଣ୍ଡ ଫ୍ଲୋରରେ ରହୁଥିବା ବେଳେ ସୁଶାନ୍ତ ଓ ରିୟା ଏକାଠି ତିନିମାସ ଧରି ରହୁଥିଲେ ଫାଷ୍ଟ ଫ୍ଲୋରରେ । ତେବେ ୮ଜୁନ୍ ସକାଳୁ ସୁଶାନ୍ତଙ୍କୁ ସୂଚନା ମିଳିଲା କି ତାଙ୍କର ପୂର୍ବତନ ସେକ୍ରେଟେରି ଦିଶା ସାଲ୍ୟାନ ଆତ୍ମହତ୍ୟା କରିଛନ୍ତି । ଦିଶା ସୁଶାନ୍ତ ଓ ରିୟା ଉଭୟ ଉଭୟଙ୍କୁ ଜାଣିଥିଲେ ।

ଦିଶାଙ୍କୁ ସୁଶାନ୍ତଙ୍କ ସହ ଭେଟ କରାଇବା ଲୋକ ହିଁ ଥିଲେ ରିୟା । ଦିଶାଙ୍କ ଆତ୍ମହତ୍ୟାର ଖବର ମିଳିବା ପରେ ସୁଶାନ୍ତଙ୍କ ଘରର ମାହୋଲ ବଦଳି ଯାଇଥିଲା । ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡା ମଧ୍ୟାନ ବେଳକୁ ଅତି ଜୋର ଧରିଲା ଆଉ ତା ପରେ ସନ୍ଧ୍ୟା ବେଳକୁ ସୁଶାନ୍ତଙ୍କ ଘର ଛାଡି ଚାଲିଯାଇଥିଲେ ରିୟା ।ଯିବା ବେଳକୁ କହିଯାଇଥିଲେ ଆଉ କେବେ ଫେରି ଆସିବେନି । କେବଳ ଏତିକି ନୁହେଁ ସୁଶାନ୍ତଙ୍କ ନମ୍ବର ବି ବ୍ଲକ କରିଦେଇଥିଲେ ରିୟା । ତେବେ ଗୋଟେ ପଟେ ପୂର୍ବତନ ସେକ୍ରେଟେରିଙ୍କ ଆତ୍ମହତ୍ୟା ଓ ରିୟାଙ୍କ ଝଗଡା ପରେ ଘର ଛାଡିବା ଘଟଣା ସୁଶାନ୍ତଙ୍କୁ ଅଧିକ ବିଚଳିତ କରିଥିଲା । ସୁଶାନ୍ତ ମୁମ୍ବାଇରେ ରହୁଥିବା ତାଙ୍କ ଭଉଣୀ ନିତୁ ସିଂଙ୍କୁ ଫୋନ୍ କରନ୍ତି । ସେ ତାଙ୍କୁ ବୁଝାଇବାକୁ ଚେଷ୍ଠା କରନ୍ତି । ଏତିକି ବେଳେ ୯ଜୁନ୍ ସକାଳ ଖବରକାଗଜ ଓଲଟାନ୍ତି ତ ସେଥିରେ ଥିଲା ଦିଶା ସାଲ୍ୟାଙ୍କ ଆତ୍ମହତ୍ୟା ଖବର ରେ ଯୋଡି ହୋଇଥିଲା ତାଙ୍କର ନାଁ । ଅଧିକ ବିଚଳିତ ହୋଇ ଭଉଣୀଙ୍କୁ ଫୋନ୍ କରନ୍ତି ସୁଶାନ୍ତ । ଭାଈ କୁ ଅଧିକ ଚିନ୍ତିତ ଦେଖି ନିତୁ ସୁଶାନ୍ତଙ୍କ ଘରେ ପହଂଚନ୍ତି । ପୁରା ଘଟଣା ଜାଣିବା ପରେ ସୁଶାନ୍ତଙ୍କୁ ସାନ୍ତନା ଦେଇ ଘଟଣା ସମ୍ପର୍କରେ ଆମେରିକାରେ ରହୁଥିବା ଭଉଣୀ ସ୍ୱେତାଙ୍କୁ ଜଣାନ୍ତି । ଦିଶା ଙ୍କ ଆତ୍ମହତ୍ୟା ରିୟାଙ୍କ ଝଗଡା ଓ ଘରଛାଡିବା ପରେ ସେ ସୁଶାନ୍ତଙ୍କୁ ଆମେରିକା ଆସିଯିବାକୁ ହ୍ୱାଷ୍ଟ ଆପ୍ କରନ୍ତି । ୧୦ ଜୁନ୍ ସକାଳେ ସୁଶାନ୍ତ ଏହାର ଜବାବ ଦିଅନ୍ତି ଓ ଲେଖନ୍ତି ମୋର ବି ବହୁତ ଇଛା ଅଛି ଯିବାକୁ । ଏହି ହ୍ୱାଷ୍ଟ ଆପ୍ ଚାଟ୍ ର ସ୍କ୍ରିନ୍ ସଟ୍ ପରେ ସ୍ୱେତା ହି ସେୟାର କରିଛନ୍ତି ମିଡିଆକୁ । ଗୋଟେ ଦିନ ଭାଇଙ୍କ ସହ ରହି ନିତୁ ଫେରିଗଲେ ନିଜ ଘରକୁ । ନିତୁ ଯିବାର ଦୁଇ ଦିନ ପରେ ଅର୍ଥାତ୍ ୧୪ ଜୁନ୍ ଅପରାହ୍ନରେ ଆସିଲା ସୁଶାନ୍ତ ସିଂ ଙ୍କ ଆତ୍ମହତ୍ୟା ଖବର ।


୮ଜୁନ୍ ଦିଶା ସାଲ୍ୟାଙ୍କ ଆତ୍ମହତ୍ୟା । ୧୪ ଜୁନ୍ ରେ ଆସିଲା ସୁଶାନ୍ତ ସିଂଙ୍କ ମୃତ୍ୟୁ ଖବର । ମାତ୍ର ୭ଦିନରେ ଦୁଇଟି ରହସ୍ୟ ଜନକ ଆତ୍ମହତ୍ୟା ବଲିଉଡକୁ ଦୋହଲାଇ ରଖିଦେଇଛି । ତେବେ ଘଟଣା ବୁଝିବାକୁ ହେଲେ ୮ଜୁନ୍ ରେ ଘଟିଥିବା ପୁରା କାହାଣୀ ବୁଝିବାକୁ ପଡିବ । ଦିଶା ସାଲ୍ୟାନ ସୁଶାନ୍ତ ସିଂ ଙ୍କ ମ୍ୟାନେଜର ଭାବେ କାମ କରୁଥିଲେ । ସେ ଏପରି ଏକ କମ୍ପାନୀରେ କାମ କରୁଥିଲେ ଯାହା ସେଲିବ୍ରିଟିଙ୍କ କାମ ଦେଖାଶୁଣା କରେ । ରିୟାଙ୍କ ଜରିଆରେ ଦିଶାଙ୍କୁ ସୁଶାନ୍ତଙ୍କ ସହିତ ଭେଟ କରାଯାଇଥିଲା । କୌଣସି କାରଣରୁ ଦିଶା ଏହି କମ୍ପାନୀ ଛାଡିଦେଲେ ଏହା ସହିତ ସୁଶାନ୍ତ ସହିତ ଥିବା ସବୁ ଚୁ୍କ୍ତି ବି ଚ୍ଛିନ୍ନ ହୋଇଗଲା । ତେବେ କିଛି ସେଲିବ୍ରିଟିଙ୍କ ଠାରୁ ଦିଶା ସାଲ୍ୟାନ ନେଇଥିବା ଟଙ୍କା ଫେରେଇବାକୁ ନେଇ ଆର୍ଥିକ ସଙ୍କଟରେ ପଡିଥିଲେ । ଲକଡାଉନ କାରଣରୁ ସେ ଟଙ୍କା ଫେରାଇପାରି ନଥିଲେ । ଏସବୁ ଭିତରେ ଦିସାଙ୍କୁ ଆତ୍ମହତ୍ୟା ଖବର ଆସିଲା । ସୂଚନା ମିଳୁଛି ରିୟା ଦିସାଙ୍କ ଆତ୍ମହତ୍ୟା କାରଣରେ ସୁଶାନ୍ତଙ୍କୁ ଫସେଇବାକୁ ଧମକାଇ ଥିଲେ । ଯାହାକୁ ନେଇ ଅଧିକ ଚାପରେ ଥିଲେ ସୁଶାନ୍ତ । ରିୟା ସୁଶାନ୍ତଙ୍କ ଘରୁ ଯିବା ବେଳେ ସାଥିରେ ନେଇଯାଇଥିଲେ ସୁଶାନ୍ତଙ୍କ ଅନେକ ଡାକ୍ତରୀ ରିପୋର୍ଟ । ଯାହାକୁ ମିଡିଆରେ ଦେଇ ତାଙ୍କୁ ପାଗଳ ବୋଲି ବଦନାମ କରି ବଲିଉଡରୁ ବି ବାହାର କରିଦେବାକୁ ବି କରିଥିଲେ ପ୍ଲାନ । ଏପଟେ ରିୟା ଉଠାଉ ନଥିଲେ ସୁଶାନ୍ତଙ୍କ ଫୋନ କଲ୍ ସେପଟେ ସୁଶାନ୍ତଙ୍କ ଭିତରେ ବଢିଚାଲିଥିଲା ଅଜଣା ଭୟ । ନିଜ ଘର ଭିତରେ ଚାପଗ୍ରସ୍ତ ହୋଇ ରହୁଥିଲେ ସୁଶାନ୍ତ ।

ଆତ୍ମହତ୍ୟା ଆଗରୁ ଦିସାଙ୍କ ଶେଷ କଲ୍ ଥିଲା ସୁଶାନ୍ତଙ୍କୁ । କିଛି ଘଂଟା ପରେ ଆସିଲା ଆତ୍ମହତ୍ୟା ଖବର । ସୂଚନା ଅନୁସାରେ ଦିଶା ସାଲ୍ୟାନଙ୍କ ଆତ୍ମହତ୍ୟା ଆଗରୁ ତାଙ୍କୁ ଏକ ପାର୍ଟିକୁ ଡକାଯାଇଥିଲା । ଯେଉଁଥିରେ ଦିଶାଙ୍କ ଭାବି ସ୍ୱାମୀଙ୍କ ସହ ସଲମାନ ଖାନ୍ ଙ୍କ ଭାଇ ଆରବାଜ୍ ଖାନ୍ , ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତି , ସୁରଜ ପଂଚୋଲି ଓ ମହାରାଷ୍ଟ୍ର ରାଜନୀତିର ଜଣେ ଚିହ୍ନା ମୁହଁ ସାମିଲ ହୋଇଥିଲେ ।ସେହିଠାରେ ହିଁ ହୋଇଥିଲା ତାଙ୍କ ସହିତ ର୍ଦୁବ୍ୟବହାର । କୌଣସି ମତେ ସେଠାରୁ ଖସି ଆସି ସେ ଫୋନ୍ କରିଥିଲେ ସୁଶାନ୍ତଙ୍କୁ । ବାସ୍ ଏହାର ଘଂଟାକ ପରେ ସୁଶାନ୍ତଙ୍କୁ ମିଳିଥିଲା ତାଙ୍କର ଆତ୍ମହତ୍ୟାର ଖବର ।


ପୁଲିସ୍ ରିପୋର୍ଟ ଅନୁସାରେ ୮ଜୁନ ରେ ଦିଶାଙ୍କ ଆତ୍ମହତ୍ୟା ହୋଇଥିଲା । ଶବ ପୋଷ୍ଟମୋର୍ଟମ ହୋଇଥିଲା ୧୧ଜୁନ୍ରେ । ତେବେ ଶବ ବ୍ୟବଚ୍ଛେଦ ପାଇଁ କାହିଁକି ଏତେ ସମୟ ଲଗାଇଦେଲା ମୁମ୍ବାଇ ପୁଲିସ । ପ୍ରଶ୍ନ ଉଠୁଛି କାହା ଚାପରେ ପ୍ରମାଣ ନଷ୍ଟ କରିଦେବାକୁ ସମୟ ଦେଉଥିଲା ମୁମ୍ବାଇ ପୁଲିସ । ଦିଶାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ମୃତୁ୍ୟର କାରଣ ଆତ୍ମହତ୍ୟା ଆସିଛି । ଦିଶାଙ୍କ ଦେହରେ କୌଣସି ଦାଗ ନଥିବା ଉଲ୍ଲେଖ ରହିବା ପରେ ଘଟଣାକୁ ନେଇ ବଢୁଛି ସନ୍ଦେହ ।

Leave A Reply

Your email address will not be published.

one + eighteen =