ଭୁବନେଶ୍ୱର(ଅରୁଣ କୁମାର ଦାଶ): ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଚାଲିଛି । ପରିସଂଖ୍ୟାନ କହୁଛି ଉପକୁଳ ଓଡିଶାର ପଜିଟିଭ ସଂଖ୍ୟା ବଢୁଛି ଓ ମୃତ୍ୟୁ ସଂଖ୍ୟା କମୁନି । ୫% ତଳେ ସଂକ୍ରମଣ ୨୪ ଜିଲ୍ଲାରେ ଥିଲାବେଳେ କଟକ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଓ ପୁରୀ ସମେତ ୬ଟି ଜିଲ୍ଲାରେ ଅବସ୍ଥା ଓ ବ୍ୟବସ୍ଥାର ବିଚାର କରି ଅନେକ ପୁର୍ବାନୂମାନ କରୁଛନ୍ତି ଯେ, ଏହି ସବୁ ଜିଳ୍ଲାରେ ଯେପରି ହେଲେ ଲକଡାଉନ ଜାରି ରଖିଲେ ଭଲ ହେବ । ଅଥଚ ଅନ୍ୟପଟେ, ଉଭୟ କଟକ ଓ ଭୁବନେଶ୍ୱର ଦ୍ୱୈତ୍ୱ ମହାନଗରୀରେ ବହୁ ପ୍ରମୁଖ କୋଭିଡ ମେଡିକାଲ ସମେତ ଏମ୍ସ ରହିôବାବେଳେ ଏଠାକୁ କରୋନା ସଂକ୍ରମିତମାନେ ଚିକିତ୍ସା ପାଇଁ ଆସୁଥିବା ଓ ସେମାନଙ୍କ ସଂଖ୍ୟା କରୋନା ପଜିଟିଭ ଦୈନନ୍ଦିନ ସଂଖ୍ୟାର ବହୁ ଭାଗ ହେଉଥିବାରୁ ଏହି ସବୁ ଜିଲ୍ଲାରେ ସଂକ୍ରମଣ ବଢୁଥିବା କୁହୌାଯିବା ସ୍ୱଭାବିକ । ତେବେ ରାଜ୍ୟରେ ଚତୁର୍ଥ ଥର ହୋଇଥିବା ଲକଡାଉନ ଅବଧି ଗୁରୁବାର ସକାଳ ସୁଦ୍ଧା ସରୁଥିବାରୁ ଏହା ପୁଣି ଲାଗୁ କରାଯିବ କି ନା, ସେଥିନେଇ ସରକାରୀ ସ୍ତରରେ ବିଚାର ବିମର୍ଷ ଚାଲିଛି । ନଈରେ ବର୍ଷା ଋତୁରେ ଏକାଧିକ ଥର ବଢି ଆସିବା ଯେପରି ସ୍ୱଭାବିକ, ସେପରି ପ୍ରତି ଦେଶରେ ଷ୍ଟ୍ରେନ ବଦଳାଇ ଚାଲିଥିବା କୋଭିଡ-୧୯ ମହାମାରୀ ଭୁତାଣୁର ଏକାଧିକ ଲହର ଆସିବା ମଧ୍ୟ ସ୍ୱଭାବିକ । ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବରିଷ୍ଠ ରାଜ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିସ୍ଥିତି ଆକଳନ ଓ ମୁଲ୍ୟାୟନ ପରେ ଲକଡାଉନ ବଢିବ ନା ଉଠିବ, ସେଥିନେଇ ନିଷ୍ପତି ନିଆଯିବା ପ୍ରାୟତଃ ନିଶ୍ଚିତ । ତେବେ ଲକଡାଉନ ବଢାଇବାକୁ ଯଦି ଠିକ କରାଯାଏ, ତେବେ ଏହାକୁ ପୁର୍ବବତ୍ ୧୫ ଦିନ ମଧ୍ୟରେ ସୀମାବଦ୍ଧ ନକରି ୧ ମାସ ବା ୨ ମାସ ଲାଗି କାର୍ଯ୍ୟକାରୀ କରାଗଲେ କରୋନା ଚେନ ଭାଙ୍ଗି ପାରିବ ଓ କରୋନା ଲହର କମିବା ଆରମ୍ଭ କରିବ । କେବଳ ୨ସପ୍ତାହ ପାଇଁ ଲକଡାଉନ ଚାରିଥର କରାଯାଇଥିଲେହେଁ ଏହା କରୋନା ଚେନ୍ ଭାଙ୍ଗିବା ଦିଗରେ ଅସମର୍ଥ ମନେହୁଏ । ଏଣୁ ଦିଲ୍ଲୀରେ ସମ୍ପ୍ରତି ପଜିଟିଭ ହାର କିପରି କମିଛି, ଏ ସମ୍ପର୍କରେ ଜୀବ ବିଜ୍ଞାନୀମାନେ ଅଧିକରୁ ଅଧିକ ଅନୁଶୀଳନ କରିପାରିବେ ଓ ଓଡ଼ିଶାରେ ଆବଶ୍ୟକ ପଡିଲେ ଏଥିଲାଗି ସର୍ବଭାରତୀୟ ସ୍ତରର ପ୍ରଖ୍ୟାତ ଚିକିତ୍ସକ ଏବଂ ଅର୍ନ୍ତଜାତୀୟ ସ୍ତରରେ ‘ହୁ’ମତାମତ ମଗାଇ ନିଜ ରାଜ୍ୟର ଅନୁଭୁତି ସହ ସମୀକରଣ ପରେ ଏଥିରୁ ନିଷ୍ପତି ନିଆଗଲେ ଲକଡାଉନ ରହୁ ବା ଉଠୁ, ଏହା କିନ୍ତୁ ସବୁ ଶ୍ରେଣୀର ବ୍ୟକ୍ତିଙ୍କ ମନରୁ ଦୁଶ୍ଚିନ୍ତା, ଦୁରପଣ ଆଦି ହଟାଇବାରେ ସାହାଯ୍ୟକରିପାରିବ । ସେପରି ହେଲେ ଲକଡାଉନ ଓ ପଜିଟିଭ ହାର ଯେଉଁ ଅବସ୍ଥାରେ ଥାଉ ନା କାହିଁକି ଏଥିନେଇ ସାମଗ୍ରୀକ ଦୃଷ୍ଟିକୋଣରୁ ନିଷ୍ପତି ନିଆଯାଇପାରିବ । ଏବେ ରାତି ପାହିଲେ ଲକଡାଉନର ଅବସ୍ଥା କ’ଣ ହେବ ତାହା ଜାଣିବା ମୁସ୍କିଲ, ତା ସହିତ ନିଷ୍ପତି ନେଲାବେଳେ ରୋଜଗାର, ବେକାରୀ, ଯୋଗାଯୋଗ, ସଡକ ପରିହନ ଓ ଶିକ୍ଷା ଆଦିକୁ ତର୍ଜମା କରି ଏହାର ଭବିଷ୍ୟତ ନେଇ ଶ୍ୱେତପତ୍ର ପ୍ରକାଶ କରାଯାଇପାରେ । ଏପରି ହେଲେ ଏହା ଅଧିକ ସମୟୋପଯୋଗୀ ହୋଇପାରିବ । ତତ୍ସହିତ ସଙ୍କୁଚିତ ହୋଇଯାଉଥିବା ବହୁ ଲାଭଦାୟକ ବ୍ୟବସାୟ, ବୃତିଗତ କାର୍ଯ୍ୟ ଏବଂ ଯୋଗାଯୋଗ ଆଦିକୁ କିପରି ସମ୍ପ୍ରସାରିତ କରିହେବ ଏବଂ ସେଥିଲାଗି ଲକଡାଉନ ରହିଲେ ବହୁ କଟକଣା କିପରି କୋହଳ କରାଯାଇପାରିବ, ସେ ସମ୍ପର୍କରେ ବ୍ୟାପକ ଆଲୋଚନା ସହିତ ଏକ ଜୋରଦାର ନିଷ୍ପତି ନିଆଯିବାର ମଧ୍ୟ ପ୍ରୟୋଜନ ରହିଛି । ଏ ସବୁ ବାଦ ରାଜ୍ୟର ସମସ୍ତ ୪କୋଟି ଲୋକଙ୍କୁ କିପରି ଶିଘ୍ର ଟିକା ଦିଆଯାଇପାରିବ, ସେଥିଲାଗି ‘ରୋଡମ୍ୟାପ’ ପ୍ରସ୍ତୁତ ହେବା ଜରୁରୀ । ଯଦି ରାଜ୍ୟର ୩ଭାଗରୁ ଅଧିକ ଲୋକ ୨ଡୋଜ୍୍ ଟିକା ନେଇପାରିଲେ ତେବେ ଲକଡାଉନର ଆବଶ୍ୟକତା ଆଉ ରହିବ କି? ଯଦି ନୁହେଁ, ତେବେ ରାଜ୍ୟରେ ସମସ୍ତେ ଟିକା ନେଲାଭଳି ବ୍ୟବସ୍ଥା ହେବା ନିତାନ୍ତ ଜରୁରୀ ଏବଂ ରାଜ୍ୟ ସରକାର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସବୁ ନାଗରିକଙ୍କୁ ବିନା ବୟସ ବିଚାରରେ ଟିକା ପ୍ରଦାନ କରିବା ଜରୁରୀ । ଲକଡାଉନ ଉପରେ ସମୟ ନଷ୍ଟ ନକରି ବରଂ ଟିକାକରଣ ଉପରେ ଅଧିକ ସମୟ ଦେବା ସବୁ ଦୃଷ୍ଟିକୋଣରୁ ଆବଶ୍ୟକ ।