ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପରିବାରକୁ ଆସିଛନ୍ତି ନୂଆ ଅତିଥି। ଆଜି ତାଙ୍କ ପୁଅ ଆକାଶ ଓ ବୋହୂ ଶ୍ଳୋକା ବାପା ମା’ ହୋଇଛନ୍ତି। ଶ୍ଳୋକା ଆଜି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେବା ପରେ ଅମ୍ବାନୀ ପରିବାରରେ ଖୁସିର ବାତବରଣ ସୃଷ୍ଟି ହୋଇଛି। ଜେଜେବାପା ଓ ଜେଜେ ମା’ ହୋଇଥିବା ମୁକେଶ ଏବଂ ନୀତା ଅମ୍ବାନୀ ମଧ୍ୟ ବେଶ ଆନନ୍ଦିତ ଥିବା ଅମ୍ବାନୀ ପରିବାରର ମୁଖପାତ୍ର ସୂଚନା ଦେଇଛନ୍ତି। ଅମ୍ବାନୀ ପରିବାର ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭଗବାନ କ୍ରୀଷ୍ଣାଙ୍କ ଆର୍ଶୀବାଦ ଓ କୃପାରୁ ଆକାଶ ଏବଂ ଶ୍ଳୋକା ଗର୍ବିତ ବାପା ମା’ ହୋଇଛନ୍ତି। ମୁମ୍ବାଇରେ ଶ୍ଲୋକା ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ପୁଅ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ଖବର ଅମ୍ବାନୀ ଓ ମେହେତା ପରିବାରରେ ଉତ୍ସବର ମାହୋଲ ସୃଷ୍ଟି କରିଛି। ଆକାଶ ହେଉଛନ୍ତି ମୁକେଶ ଓ ନୀତା ଅମ୍ବାନୀଙ୍କ ବଡ଼ ପୁଅ। ସେହିପରି ହୀରା ବ୍ୟବସାୟୀ ରସେଲ ମହେତା ଓ ମୋନାଙ୍କ ଝିଅ ହେଉଛନ୍ତି ଶ୍ଲୋକା। ପିଲା ବେଳୁ ଆକାଶ ଓ ଶ୍ଳୋକା ପରସ୍ପରକୁ ଜାଣିଛନ୍ତି। ଉଭୟ ଏକାଠି ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢ଼ୁଥିଲେ। ଗତବର୍ଷ ମାର୍ଚ୍ଚ ମାସରେ ସେମାନଙ୍କର ବିବାହ ଶେଷ ହୋଇଥିଲା।