ali faza ମା’ଙ୍କର ଦେହାନ୍ତ!

ବଲିଉଡ୍‌ ଅଭିନେତା ଅଲ୍ଲି ଫଜଲ ମା’ଙ୍କର ଗତକାଲି ଦେହାନ୍ତ ହୋଇଛି । ଅଲ୍ଲି ଫଜଲଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ହଠାତ୍‌ ଅଲ୍ଲିଙ୍କ ମା’ଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନୌଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ଅଲ୍ଲି ତାଙ୍କ ଟ୍ୱିଟ୍‌ରେ ତାଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଫଜଲ ତାଙ୍କ ମା’ଙ୍କ ଫଟୋକୁ ସେୟାର କରି ଲେଖିଛନ୍ତି,‘ତୁମ କଥା ମନେ ପଡିବ ଆମ୍ମା. ମୋ ସହ ତୁମେ ଏପର୍ଯ୍ୟନ୍ତ ଥିଲ. ତୁମେ ମୋ ପାଇଁ ପ୍ରେରଣାର ଉତ୍ସ ଥିଲ, ତୁମେ ମୋର ସବୁକିଛି ଥିଲ ମା’। ତୁମର ପ୍ରିୟର ଅଲ୍ଲି’।

Leave A Reply

Your email address will not be published.

14 − 9 =