ଲଣ୍ଡନ: ବ୍ରିଟେନ ଦୃତ ଗତିଶିଳ ନୂଆ ଷ୍ଟେ୍ରନ୍ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବା ବେଳେ ଆଜି ବ୍ରିଟେନ୍ସରକାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି ବ୍ରିଟେନ । କରୋନାର ନୂଆ ଷ୍ଟେ୍ରନର ଭୟ ମଧ୍ୟରେ ଆଷ୍ଟେ୍ରଜେନିକା ଟିକାକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଫାଇଜର ଟିକାର ବ୍ୟବହାର ନେଇ ବ୍ରିଟେନ ଅନୁମତି ଦେଇଥିଲେ । ଟିକାର ଗୁଣବତା ଓ ନିରାପତା ସମ୍ପର୍କରେ କମ୍ପାନୀ ଅଧିକ ତଥ୍ୟ ଦେବା ପରେ ବ୍ରିଟେନ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛି ।
ବି୍ରଟେନର ଔଷଧ ନିୟାମକ ମେଡିସିନସ ଆଣ୍ଡ ଓ ହେଲଥ କେୟାର ପ୍ରଡକ୍ଟସ ରେଗୁଲେଟାରୀ ଏଜେନସି ଏ ନେଇ ଆବଶ୍ୟକ ଅନୁମତି ଦେଇଚି । ବ୍ରିଟେନ ସରକାର ଆଷ୍ଟ୍ରାଜେନିକାର ୧୦ କୋଟି ଡୋଜ୍ କିଣିବାକୁ ବରାଦ ଦେଇସାରିଛନ୍ତି । ଅକ୍ସଫୋର୍ଡ ଟିକାକୁ ବ୍ରିଟେନର ଅନୁମତି ପରେ ଭାରତ ବି ଏହାକୁ ଅନୁମତି ଦେବା ଆଶା ବଢିଛି । ବର୍ତମାନ କରୋନାର ନୂଆ ଷ୍ଟେ୍ରନ୍ ବିଶ୍ୱବାସୀଙ୍କ ଚିନ୍ତାକୁ ବଢାଇଦେଇଛି । ଏଥିପାଇଁ ପ୍ରତିଷେଧକ ଟିକା ଉପରେ ସମସ୍ତଙ୍କ ନଜର ରହିଛି । ବ୍ରିଟେନ ଓ ଆମେରିକାରେ ବଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି ।
ଭାରତରେ ଆସନ୍ତା ମାସରୁ ଟିକାକରଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖବର ଅନୁସାରେ, ଆସନ୍ତା ମାସରେ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ । କମ୍ପାନୀ ସମସ୍ତ ତଥ୍ୟ ଦେବା ପରେ ଭାରତର କେନ୍ଦ୍ରୀୟ ଔଷଧ ମାନବ ନିୟନ୍ତ୍ରଣ ସଙ୍ଗଠନ ଏହାକୁ ଅନୁମତି ଦେବ । ଦେଶରେ ୬ରୁ ଅଧିକ ଟିକାର ପ୍ରସ୍ତୁତି ଓ ପରୀକ୍ଷା ଚାଲିଥିବାବେଳେ କୌଣସି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ତେଣୁ ପ୍ରଥମ ଟିକା ଭାବେ କୋଭିସିଲ୍ଡକୁ ଅନୁମତି ମିଳିବା ସମ୍ଭାବନା ରହିଛି । କୋଭାସିଲ୍ଡ କମ ଆୟକାରୀ ଦେଶ ପାଇଁ ଉପ ଯୋଗୀ ସାବ୍ୟସ୍ତ ହେବା ଆଶା କରାଯାଉଛି । ଏହା ସବୁଠାରୁ ଶସ୍ତା ଓ ସାଧାରଣ ଫ୍ରିଜରରେ ମଧ୍ୟ ଅଧିକ ସମୟ ରହିପାରିବ ।
ପ୍ରଥମ ଦେଶ ଭାବେ ଅକ୍ସଫୋଡ-ଆଷ୍ଟ୍ରାଇଜେନ୍ କରୋନା ଟିକାକୁ ବ୍ରିଟେନ ସରକାର ଅନୁମତି ଦେବା ପରେ ଭାରତ ସରକାର ଖୁବ ଶିଘ୍ର ଏହାକୁ ଅନୁମତି ଦେଇପାରନ୍ତି ବୋଲି ବିଶେଷ ସୁତ୍ରରୁ ଜଣାଯାଇଛି । ଭାରତ ପାଇଁ ଅକ୍ସଫୋଡ ୫ ଲକ୍ଷରୁ ଉଦ୍ଧ୍ୱର୍ ଡୋଜ ରଖିଥିବା ଏହି ସୁତ୍ରରୁ ଜଣାଯାଇଛି ।