ଅଜବ ଆମେରିକା: କରୋନା ରୋଗୀଙ୍କୁ ନେଇ ପାର୍ଟି


ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତା କରିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଖିବାକୁ ମିଳିଛି ଅଭୂତପୂର୍ବ ଦୃଶ୍ୟ । କରୋନା ସଂକ୍ରମଣ ଓ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ସର୍ବାଧିକ ରହିଛି । କିନ୍ତୁ ଏବେ ସେଠାରେ ଅତି ବିଚିତ୍ର କଥା ଘଟୁଛି । ଆମେରିକାର ବହୁ ଯୁବକ, ଯୁବତୀ ଓ ବିଶେଷ କରି କଲେଜ ଛାତ୍ରଛାତ୍ରୀ ଏକ ଅଜବ କାରେନା ପାର୍ଟି କରୁଛନ୍ତ,ଯେଉଁଥିରେ ଜଣେ କରୋନା ପଜିଟି ଆକ୍ରାନ୍ତ ରହିବାକୁ ବାଧ୍ୟ । ଏହାର ଆୟୋଜକ ମାନେ କହନ୍ତି, ଏହି ପାର୍ଟିର ବିଶେଷତ୍ୱ ହେଲା ଏଥିରେ ଜଣେ ହେଲେ କରୋନା ରୋଗୀ ରହିବେ । କାହିଁକି ଏପରି କରାଯାଉଛି ବୋଲି ପ୍ରଶ୍ନ ହେବାରୁ ଯୁବକ ଯୁବତୀଙ୍କ ଉତର ଥିଲା, ଆମେ କରୋନାକୁ ଏକ ପ୍ରତାରଣା ରୂପେ ମନେକରୁ । ସବୁଠାରୁ କୌତୁହଳର କଥର ହେଲା ଯେ ଏହି ପାର୍ଟିର ଆଦୃତି ଦିନକୁ ଦିନ ବଢୁଛି ବହୁ ସଂଖ୍ୟକ ଯୁବକ ଓ ଯୁବତୀ ଓ କଲେଜ ଛାତ୍ରଛାତ୍ରୀ ଯୋଗ ଦେଉଛନ୍ତି । ବିଶେଷତ୍ୱ ଆଲବାମା, ଟେକ୍ସା ଓ କେଂଟୁକିରେ ଏହି ଦୃଶ୍ୟ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

five × four =