ଅସ୍ତ୍ରବିରତି ଉଲଘଂନ: ପାକିସ୍ତାନକୁ ଜାତିସଂଘର ତାଗିଦ

ଜାତିସଂଘ:ମହାମାରୀ କୋଭିଡ -୧୯ ସମୟରେ ଅସ୍ତ୍ର ବିରତି ଉଲଘଂନରୁ ବିରତ ରହିବା ପାଇଁ ପାକିସ୍ତାନକୁ ତାଗିଦ କରିଛି ଜାତିସଂଘ । ଜାମ୍ମୁ-କାଶ୍ମୀର ସଂଲଗ୍ନ ଆନ୍ତର୍ଜାତୀୟ ସୀମା ରେଖା ଇଲାକାରେ ପାକିସ୍ତାନ ସେନା ବାରମ୍ବାର ଗୁଳି ମାଡ କରୁଥିବାା ନେଇ ଭାରତ ଅଭିଯୋଗ କରିବା ପରୀପ୍ରେକ୍ଷୀରେ ଜାତିସଂଘ ମହା ସଚିବ ଆଟୋଂନିଓ ଗୁଟେରେସ କହିଛନ୍ତି ଯେ ଅସ୍ତ ବିରତି ଉଲଘଂନକୁ ସମଗ୍ର ବିଶ୍ୱ ମାନିବା ଉଚିତ । ଗୁରୁବାର ଦିନ ପୁଞ୍ଚ ଜିଲାରେ ପାକିସ୍ତାନ ସେନାଙ୍କ ଗୁଳି ମାଡରେ ଜଣେ ଭାରତୀୟ ନାଗରିଗଙ୍କର ମୃତ୍ୟୁ ହୋଇଥିଲା । ଜାତିସଂଘ ନିକଟରେ ଭାରତ ଏହାର ଦୃଢ଼ ପ୍ରତିବାଦ କରିଥିବାବେଳେ ପାକିସ୍ତାନ ପାଲଟା ଅଭିଯୋଗ କରି କହିଛି ଯେ ଭାରତୀୟ ସେନାଙ୍କ ଗୁଳି ମାଡରେ ଆମର ଜଣେ ସୈନିକ ଓ ଦୁଇ ଜଣ ମହିଳା ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.

6 − one =