ଆମେରିକାକୁ ଚୀନର ସତର୍କବାଣୀ

ତାଇୱାନ: ତାଇୱାନ୍ ପ୍ରସଙ୍ଗରେ ହସ୍ତକ୍ଷେପ ବନ୍ଦ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାକୁ ସତର୍କ ସୂଚନା ଦେବା ସହ ତାଇୱାନ୍ ସରକାରୀ ଅଧିକାରୀମାନଙ୍କ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ ଅବରଧରେ ଦେଖା ସାକ୍ଷାତ୍ୟ କରିବା ପ୍ରସଙ୍ଗ ଉପରେ ମଧ୍ୟ ଆପତ୍ତି ଉଠାଇଛି । ଚୀନ୍ କହିଛି ଯେ, ତାଇୱାନ୍ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ଅସୁବିଧାରେ ପଡିବ । ସୂଚନାନୁସାରେ, ତାଇୱାନ୍‌କୁ ଚୀନ୍ ନିଜ ଦେଶର ଅଂଶ ବୋଲି ଦାବି କରିଆସୁଛି ସ୍ୱଂୟଶାସିତ ତାଇୱାନ୍ ସହ ସମ୍ପର୍କ ନିବିଡ କରିବା ଲାଗି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ନିଷ୍ପତି ଗ୍ରହଣ କରିବା ପରେ ଚୀନ୍ ତାଇୱାନ୍ ଚାରିପଟେ ସାମରିକ କାର୍ଯ୍ୟକଳାପ ବଢାଇ ଦେଇଛି । ତାଇୱାନର ‘ଏୟାର୍ ଡିଫେନ୍ସ’ ଜୋନ୍ ଭିତରକୁ ମଧ୍ୟ ପ୍ରାୟ ଦୈନିକ ଚୀନ୍ ବାୟୁସେନାର ବିମାନ ଅନୁପ୍ରବେଶ କରୁଛି । ଚୀନ୍ ବୈଦେଶିକ ବିଭାଗର ମୁଖପାତ୍ର ସାଓ ଲିଜିଆନ୍ ମଙ୍ଗଳବାର ଦିନ ସାମ୍ବାଦିକ ମାନଙ୍କୁ କହିଛନ୍ତି , ଯୁକ୍ତରାଷ୍ଟ୍ର ଆମେରିକାକୁ ସେମାନେ ଏ ପ୍ରସଙ୍ଗରେ ତଥ୍ୟ ଆଧାରରେ ପ୍ରତିବାଦ ଦାଖଲ କରିଛନ୍ତି । ତାଇୱାନ୍ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ହସ୍ତକ୍ଷେପ ନକରୁ ବୋଲି ମଧ୍ୟ ଚୀନ୍ କହିଛି । ଏଥିସହ ଆମେରିକାକୁ ଚୀନ୍ କହିଛି , ତୁରନ୍ତ ଆମେରିକା- ତାଇୱାନ୍ ସରକାରୀ ଅଧିକାରୀସ୍ତରୀୟ ଯୋଗାଯୋଗ ବନ୍ଦ କରାଯାଉ । ସତର୍କତା ଏବଂ ସମୁଚ୍ଚିତ ଭାବେ ସମସ୍ୟାର ପରିଚାଳନା କରାଯାଉ । ଚୀନ୍‌- ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କ ଖରାପ ନ ହେବା ଏବଂ ତାଇୱାନ୍ ପ୍ରଣାଳୀରେ ଶାନ୍ତି ଓ ସ୍ଥ୍‌ିରତା ବଜାୟ ରଖିବାକୁ ହେଲେ ‘ତାଇୱାନ୍ ସ୍ୱାଧୀନତା ସେନା’ କୁ କୌଣସି ଭୁଲ୍ ସଙ୍କେତ ଦିଆ ନ ଯାଉ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

eighteen + twenty =