ଆମେରିକାରେ ଫେରିଲା ମାସ୍କ ପରିଧାନ

ନ୍ୟୁୟର୍କ: ଆମେରିକାରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ଆଉ ୬୦ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଥିବା ଦେଖି ପୁଣି ମାସ୍କପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି । କିିଛି ଦିନ ପୂର୍ବରୁ ସଂକ୍ରମଣ କମିବା ପରେ ମାସ୍କ ପିନ୍ଧିବା ନେଇ ଆମେରିକା ସରକାର କଟକଣା ହଟାଇଥିଲେ ।
ଏବେ ବୃଦ୍ଧି ପାଉଥିବା ସଂକ୍ରମଣ ଡେଲଟା ଭାରିଆଣ୍ଟ ବୋଲି ସୂଚନା ମିଳିଛି । ଏଠାରେ ପ୍ରତି ଏକ ଲକ୍ଷଙ୍କର ୧୦୦ ରୁ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ପ୍ରାଥମିକ ତଥ୍ୟରୁ ଜଣାପଡିଛି । ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରଭିନେସନ ଡିରେକ୍ଟର ସମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଟିକା ପ୍ରଭାବଶାଳୀ ମାତ୍ର କରୋନାର ଡେଲଟା ଭାରିଆଣ୍ଟ କାରଣରୁ ଅଧିକ ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଉଛି ।
ଯେଉଁ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ସେଠାରେ ଟିକାର ଉଭୟ ପାନ ନେଇଥିବା ଲୋକେ ମଧ୍ୟ ତୁଣ୍ଡି ପିନ୍ଧିବା ଆବଶ୍ୟକ ବୋଲି କୁହାଯାଇଛି ।
ଉତ୍ତର-ପୂର୍ବରେ ଅଧିକାଂଶ ସ୍ଥାନରେ ଟିକାକରଣ କରାଯାଇଛି । ଏଯାବତ ଏହି ସମସ୍ତ ଅଞ୍ଚଳରେ ଅଧିକ ସଂକ୍ରମିତ ସେତେ ଅଧିକ ନାହାନ୍ତି ।

Leave A Reply

Your email address will not be published.

20 + 8 =