ଋଷ ଦେଲା ଚୀନକୁ ଝଟକା : ଏସ୍-୪୦୦ କ୍ଷେପଣାସ୍ତ୍ର ଚୀନକୁ ନୁହେଁ,ଭାରତକୁ ମିଳିବ

ମସ୍କୋ: ଚୀନକୁ ବଡ ଝଟକା ଦେଇଛି ଋଷ ।ପ୍ରଚଣ୍ଣ ଶକ୍ତିଶଳୀ କୁହାଯାଉଥିବା ଏବଂ ବାୟୁରୁ ବାୟୁରେ ପ୍ରତିପକ୍ଷ ବିମାନକୁ ଧ୍ୱସଂ କରିବାକୁ ସକ୍ଷମ ଏସ୍-୪ହହ କ୍ଷେପଣାସ୍ତ୍ର ସିଷ୍ଟମ ରୋକିବା ନିମନ୍ତେ ସୂତ୍ର ସନ୍ଧାନ କରିବାର ଚୀନ ଗୁଇନ୍ଦା ଲାଗିଥିବା ମସ୍କୋ ଅଭିଯୋଗ କରିଥିଲା ।ସେଂଟ ପିଟର୍ସବର୍ଗ ଆର୍କାଟିକ ସୋସିଆଲ ସାଇନସେସ ଏକାଡେ଼ମୀର ଅଧକ୍ଷ ବାଲେରୀ ମିଟୋଙ୍କ ଉପରେ ଚୀନକୁ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତି ନକ୍ସା ଓ ଅନ୍ୟାନ୍ୟ ସୂତ୍ର ଗୋପନରେ ଯୋଗାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ୍ୟ କରିଛି ଋଷ । ଏବେ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ବନ୍ଦ କରିବା ଦ୍ୱାରା ଏହି ଘଟଣାରେ ସତ୍ୟତାଥିବା ଅନୁମାନ କରାଯାଉଛି । ଋଷ ଏପରି ଏକ ସମୟରେ ଏହି କ୍ଷେପଶାସ୍ତ୍ର ବ୍ୟବସ୍ଥା ରୋକିବାକୁ ନିଷ୍ପତି ନେଇଛି , ଯେତେବେଳେ କି ଚୀନ ବିଭିନ୍ନ ଦେଶ ସହ କୁଟନୈତିକ ସ୍ତରରେ ଲଢେଇ ଆରମ୍ଭ କରିଛି । ପୂର୍ବ ଲଦାଖରେ ଚୀନ ଭାରତ ସହ ରକ୍ତାକ୍ତ ସଂଘର୍ଷ ଚଳାଇଛି, ଏଠାରେ ସ୍ଥିତି ଅତ୍ୟନ୍ତ ସ୍ପର୍ଶକାତାର ରହିଛି । ସେପଟେ ହଂକଂ ଓ ଚୀନ ସାଗରରେ ନିଜର ଦାଦାଗିରି ପାଇଁ ଚୀନ ଆମେରିକା ଓ ୟୁରୋପିୟ ଦେଶ ସହ ମୁହାଁମୁହିଁ ହୋଇଛି । ଅନ୍ୟପକ୍ଷରେ ଜାପାନ, ଅଷ୍ଟେ୍ରଲିଆ, ଭିଏତନାମ, କାମ୍ବୋଡିଆ, ଇଣ୍ଡୋନେସିଆ ସହ ଚୀନ ନିଜର ସାମ୍ରାଜ୍ୟବାଦୀ ମନୋଭାବ ଯୋଂଗୁ ସମ୍ପର୍କ ତିକ୍ତରୁ ତିକ୍ତତର ହୋଇଛି । ଏହି ସ୍ଥିତିରେ ଏସ୍-୪୦୦ କ୍ଷେପଣରସ୍ତ୍ର ସିଷ୍ଟମ ଯୋଗାଇବା ଉପରେ ଋଷ ପ୍ରତିବନ୍ଧକ ଲଗାଇବା ଦ୍ୱାରା ଚୀନ ଚିନ୍ତିତ ହୋଇଛି । ଅନ୍ୟପକ୍ଷରେ ଆନ୍ତର୍ଜାତିକସ୍ତରରେ ଚୀନକୁ କ୍ଷେପଣରସ୍ତ୍ର ସିଷ୍ଟମ ଯୋଗାଇବାରେ ଋଷର ପଦକ୍ଷେପକୁ ୟୁରୋପୀୟ ଦେଶ ଓ ଆମେରିକା ପ୍ରଶଂସା କରିଛନ୍ତି ।ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଋଷ ଭାରତକୁ ଏହି କ୍ଷେପଣାସ୍ତ୍ର ସିଷ୍ଟମ ଯୋଗାଇବା ନେଇ ନିଜର ପ୍ରତିଶୃତି କୁ ଦୋହରାଇଛି । ଭାରତକୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସିଷ୍ଟମ ଚଳିତ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ ବୋଲି ଋଷ କହିଛି

Leave A Reply

Your email address will not be published.

1 × 5 =