ମେକ୍ସିକୋ: ମେକ୍ସିକୋରେ ଏକ ଦୁଃଖଦ ଘଟଣା ଘଟିଛି । ମେକ୍ସିକୋସିଟିର ମେଟ୍ରୋ ଟ୍ରେନ ଓଭରବ୍ରିଜ ଉପରେ ଯାଉଥିବା ସମୟରେ ହଠାତ୍ ଏହା ଖସି ପଡିଥିବା ନେଇ ଖବର ମିଳିଛି । ଓଭର ବ୍ରିଜ ଭୁଷୁଡି ପଡିବା କାରଣରୁ ଚଳନ୍ତା ଟ୍ରେନ ସଡକରେ ଖସି ପଡି ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି । ଟ୍ରେନଟି ଜନ ଗହଳି ପୂର୍ଣ୍ଣ ରାସ୍ତା ଉପରେ ଖସିପଡିବାରୁ ବହୁ ଯାନ ଏହା ତଳେ ଚାପିହୋଇ ରହିଛି । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ନେଇ ମେକ୍ସିକୋ ସିଟି ମେୟର ସୂଚନା ଦେଇଛନ୍ତି । ଏହି ଘଟଣା ମେକ୍ସିକୋ ସହରରେ ଶୋକର ଛାୟ ଖେଳାଇ ଦେଇଥିଲା ବେଳେ ଦୁର୍ଘଟଣା ସ୍ଥଳି ଏବେ ଲୋକାରଣ୍ୟ ରହିଛି ।