କରୋନାର ନୂଆ ଷ୍ଟ୍ରେନ ୫୬% ଘାତକ

ଲଣ୍ଡନ: ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ରୂପ ସମ୍ପର୍କରେ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସୁଛି । ଏବେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଏହା ସଂକ୍ରାମିତ କରିବା ପାଇଁ ଅଧିକ ୫୬% କ୍ଷମତା ରଖିଛି । ଏହାଦ୍ୱାରା ଅଧିକ ଜୀବନ ମଧ୍ୟ ଯାଇପାରେ । ଏହାକୁ ରୋକିବାକୁ ହେଲେ ଯଥାଶୀଘ୍ର ଟିକାର ବ୍ୟବସ୍ଥା କରିବାକୁ ପଡିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି । ନଭେମ୍ବର ମାସରେ ଦକ୍ଷିଣ ଇଂଲଣ୍ଡରେ ପ୍ରଥମେ କରୋନାର ନୂଆ ରୂପ ଚିହ୍ନଟ ହୋଇଥିଲା । କରୋନାର ଏହି ନୂଆ ଷ୍ଟ୍ରେନଦ୍ୱାରା ଖୁବକମ ସମୟରେ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି ଓ ସେମାନଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତି ହେବାକୁ ପଡୁଛି । ଆଗକୁ ଏହା ଆହୁରି ମାରାତ୍ମକ ରୂପ ଧାରଣ କରିପାରେ ।

Leave A Reply

Your email address will not be published.

8 + twenty =