କରୋନା ଭୂତାଣୁ ମୋବାଇଲ ସ୍କ୍ରିନ ଉପରେ ୪ ସପ୍ତାହ ସକ୍ରିୟ

ସିଡନୀ: କରୋନା ଭୂତାଣୁ ସାର୍ସ-ସିଓଭି-୨ ମୋବାଇଲ ସ୍କ୍ରିନ ଉପରେ ପ୍ରାୟ ୪ ସପ୍ତାହ (୨୮ଦିନ) ସକ୍ରିୟ ରହିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ଅଷ୍ଟେ୍ରଲିଆର ନ୍ୟାସନାଲ ସାଇନ୍ସ ଏଜେନ୍ସି ଅଧୀନ, କମନୱଲଥ ସାଇଂଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରଆର ରିସର୍ଜ ଅର୍ଗାନାଇଜେସନ (ସିଏସଆଇଆରଓ) ବୈଜ୍ଞମାନିକମାନେ ଗବେଷଣାରରୁ ଜାଣି ପାରିଛନ୍ତି ଯେ ଗ୍ୟାଙ୍କ ନୋଟ୍, ଗ୍ଲାସ, ଇସ୍ପାତ ଭଳି ପୃଷ୍ଠ ଉପରେ କରୋନା ଭୂତାଣୁ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ପ୍ଲାଷ୍ଟିକ ବ୍ୟାଙ୍କ ନୋଟ ତୁଳନାରେ କାଗଜ ନୋଟରେ ଏହି ଭୂତାଣୁ ଦୀର୍ଘ ଦିନ ସକ୍ରିୟ ରହିଥାନ୍ତି । ତେଣୁ ଏହି ସବୁ ପୃଷ୍ଠକୁ ନିୟମିତ ଭାବେ ବିଶୋଧନ କରାଯିବ ଦରକାର ।

Leave A Reply

Your email address will not be published.

5 × four =