ଖବରକାଗଜ ହକର୍ ଏବେ ୧୦ କୋଟି ଟଙ୍କାର ମାଲିକ

ଅଷ୍ଟ୍ରେଲିଆ: ୩୧ ବର୍ଷିୟ ଅମିର କୁତବ ଏବେ ଅଷ୍ଟ୍ରେଲିଆର ଏକ ଡିଜିଟାଲ ଫାର୍ମର ମାଲିକ । ଯାହାର ବାର୍ଷିକ ବ୍ୟବସାୟ ୧୦ କୋଟି ଟଙ୍କାରୁ ଅଧିକ । ୪ଟି ଦେଶରେ ରହିଛି ଅମିରଙ୍କ ବ୍ୟବସାୟ । ହେଲେ ଆପଣ ଜାଣିଲେ ଆଶ୍ଚିର୍ଯ୍ୟ ହେବେ ଯେ ଆମେ ଯେଉଁ ଅମିରଙ୍କ କଥା କହୁଛୁ ସେ କିଛିଦିନ ତଳେ ପେଟ ପୋଷିବାକୁ ଏୟାରପୋର୍ଟରେ ଝାଡୁ ମାରୁଥିଲେ । ଆହୁରି ଆଶ୍ଚିର୍ଯ୍ୟରୀ କଥା କି ସେ ଏୟାରପୋର୍ଟରେ ଝାଡୁ ମାରିବା କାମ ପାଇବା ପୂର୍ବରୁ ଗଳି ବୁଲି ଖବର କାଗଜ ବାଂଟୁଥିଲେ । ହେଲେ ନିଜର ବ୍ୟାପାର ବଢ଼ାଇବାକୁ ତାଙ୍କର ଏତେ ନିଶାଥିଲା ଯେ କୌଣସି ପ୍ରତିବନ୍ଧକ ତାଙ୍କୁ ରୋକି ପାରି ନଥିଲା । ଆଲିଗଡର ଏକ ମଧ୍ୟବିତ ପରିବାରରେ ଅମିରଙ୍କ ଜନ୍ମ । ବାପା ସରକାରୀ ଚାକିରୀ କରୁଥିବା ବେଳେ ମା’ ଗୃହିଣୀ ଥିଲେ । ବାପାଙ୍କର ସ୍ୱପ୍ନ ଥିଲା କି ପୁଅ ବଡ଼ ହେଲେ ଡାକ୍ତର କି ଇଂଜିନିୟର ହେବ । ଅମିର ଦ୍ୱାଦଶ ପାସ୍ କରିବା ପରେ ତାଙ୍କୁ ବିଟେକ୍ ମେକାନିକାଲ ବ୍ରାଂଚରେ ଆଡମିଶନ କରାଯାଇଥିଲା । ହେଲେ ସେଠରେ ପଢ଼ିବାକୁ ତାଙ୍କ ମନ ନଲାଗିବାରୁ ସେ ଅନ୍ୟ କିଛି କରିବାକୁ ଯୋଜପା କଲେ । ଏନେଇ କଲେଜରେ ସେ ଏକ ସୋସିଆଲ ନେଟେୱାର୍କ ଆପ୍ ପ୍ରସ୍ତୁତ କରିଥିଲେ । ସେତେବେେ ଫେରସବୁକ୍ କି ହ୍ୱାଟସପ୍ ନଥିବାରୁ ସିଧା ଗୁରୁଲ ସାଇଟରେ ଏହି ଆପ ପ୍ରସ୍ତୁତ କରି ସେଠାରେ କୋଡିଂ କରିବା ଆରମ୍ଭ କରିଦେଇଥିଲେ । ଏହା ପରେ ସଙ୍ଗେ ମାନଙ୍କ ସହ ମିଶି ପୁଣି ଥରେ ଏକ ଉନ୍ନତ ମାନର ସୋସିଆଲ ନେଟୱାକିଂ ଆପ ପ୍ରସ୍ତୁତ କରିତ ତାକୁ ଉଦଘାଟନ କିଥିଲେ ଗୋଟିଲ ସପ୍ତାହର ମଧ୍ୟରେ ଏହି ଆପ୍ ସହିତ ୧୦ ହଜାର ଲୋକ ଯୋଡି ହୋଇଥିଲେ । ଏହା ବି ସଫଳ ହୋଇଥିଲା । ଏହା ପରେ ରାଜନୀତିକୁ ଆସିବାର ଲକ୍ଷ ନେଇ ସେ କଲେଜ ନିର୍ବାଚନରେ ସଂପାଦକ ପଦ ପାଇଁ ଲଢ଼ିଥିଲେ ଓ ଜିତିଥିଲେ ବି । ଏଠାରେ ସେ ନେତୃତ୍ୱ ନେବାର କଳା ଶିଖି ଯାଇଥିଲେ । ଏହା ପରେ ସେ ଅନେକ ବ୍ୟାପାରର ମନ ନିବେଶ କରି ବିଫଳ ହେଲେ । ହେଲେ ମନୋବଳ ଦୁର୍ବଳ ନକରି ସେ ୱେବସାଇଟ୍ ଡିଜାଇନ କାମ ଆରମ୍ଭ କିରିଥିଲେ । ଯେଉଁଥିରେ କି ତାଙ୍କୁ ବିଭିନ୍ନ ଦେଶରୁ ଅର୍ଡର ମିଳିଥିଲା । ସେମାନଙ୍କ ମଧ୍ୟରୁ କିଛି ଲୋକ ତାଙ୍କୁ ବିଦେଶ ଯାଇ ଏଭଳି ବ୍ୟାପାର କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ଷ୍ଟୁଡେଂଟ ଭିସାରେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ସେଠାରେ ସେ ଏକ ଏମବିଏ କଲେଜରେ ବି ତାଙ୍କୁ ଆଡମିଶନ ମିଳିଯାଇଥିଲା । ଏମବିଏ ସରିବା ପରେ ସେ ଚାକିରୀ ପାଇଁ ଅନେକ କମ୍ପାନୀର ଦ୍ୱାରସ୍ଥ ହୋଇଥିଲେ ବି ବିଫଳ ହୋଇଥିଲେ । କାରଣ ଥିଲା କି ସେହି କମ୍ପାନୀମାନେ ଭାରତୀୟ ଯୋଗ୍ୟତା ଉପରେ ବିଶ୍ୱାସ କରୁନଥିଲେ । ଏଭଳି ୩ ମାସ କଟିଯିବା ପରେ ତାଙ୍କୁ ଏକ ଏୟାରପୋର୍ଟରେ ଝାଡୁଦାର ଚାକିରୀ ମିଳିଥିଲା । ଯେଉଁଠି କି ତାଙ୍କୁ ପ୍ରତି ଘଂଟା କାମ ପାଇଁ ୨୦ ଡଲାର ମିଳୁଥିଲା । କାର୍ଯ୍ୟ ସମୟ ଦିନରେ ଥିବାରୁ ତାଙ୍କୁ ପାଠ ପଢ଼ିବା କି ବ୍ୟାପାରରେ ମନୋବେଶ କରିବାକୁ ସମୟ ନଥିଲା । ଏହା ପରେ ସେ ରାତି ପାଇଁ ଚାକିରୀ ଖୋଜିଥିଲେ । ଯେଉଁଥିରେ କି ସେ ରାତି ୩ରୁ ସକାଳ ୭ଟା ଯାଏ ଖବର କାଗଜ ବାଂଟିବାର କାମ ମିଳିଯାଇଥିଲା । ଏହାପରେ ଅମିରଙ୍କୁ ଅଷ୍ଟେ୍ରଲିଆର ଏକ ସେମି ଭଗରମେଂଟ ଚାକିରୀ ମିଳିଯାଇଥିଲା । ସେଠାରେ ଦେଢ଼ ବର୍ଷ କାମ କରିବା ପରେ ଅମିରଙ୍କୁ ଜେନେରାଲ ମ୍ୟାନେଜର ପୋଷ୍ଟ ମିଳିଯାଇଥିଲା । ଏଠାରେ କିଛି ଭଲ ଟଙ୍କା ରୋଜଗାର ହେବା ପରେ ଅମିର ସେହି କମ୍ପାନୀ ଛାଡି ଦେଇଥିଲେ । କାହିଁକି ନା ଅମିରଙ୍କର ଗୋଟିଏ ନିଶା ଥିଲା କି ନିଜ କମ୍ପାନୀକୁ ଆଗକୁ ବଢ଼ାଇବା । ଏହାପରେ ସେ ଭାରତରେ ୪ଟି ପିଲାଙ୍କୁ ତାଙ୍କ କମ୍ପାନୀକୁ ଆଗକୁ ବଢ଼ାଇବା ଏହାପରେ ସେ ଭାରତରେ ୪ଟି ପିଲାଙ୍କୁ ତାଙ୍କ କମ୍ପାନୀ ସହିତ ଯୋଡିଥିଲା । ଯେଉଁମାନେ କି ଅଷ୍ଟେ୍ରଲିଆରୁ ମିଳୁଥିବା ୱେବ୍ ସାଇଟ୍ କାମ ଏଠାରେ କରି ପାରୁଥିଲେ । ଏହିଭଳି ଭାବେ କମ୍ପାନୀ ଚାଲୁଥିବା ବେଳେ ଅମିର ୫୦ ଲକ୍ଷ ଟଙ୍କାର ଋଣ ଭିତରେ ଫସି ଯାଇଥିଲେ । ଏହାକୁ ନେଇ ଅମିର ଚିନ୍ତାରେ ପଡିଯାଇଥିଲେ । ହେଲେ କିଛି ଅର୍ଥନୀତିଜ୍ଞଙ୍କ ପରାମର୍ଶ ପରେ ସେ ଜାଣିବାକୁ ପାଇଲେ ଯେ ସେ ବହୁତ୍ ଶସ୍ତାରେ କାମ କରୁଛନ୍ତି । ଏହା ପରେ ସେ କାମର ଦର ବଢ଼ାଇଲେ । ବର୍ତମାନ ତାଙ୍କ କମ୍ପାନୀ ବାର୍ଷିକ ୧୦ କୋଟି ଟଙ୍କରୁ ଅଧିକ ଟଙ୍କାର ବ୍ୟାପାର କରୁଛି ।

Leave A Reply

Your email address will not be published.

five × four =