ୱାଶିଂଟନ୍: କରୋନା ସଂକ୍ରମଣ ତଥା ଚୀନର ବିସ୍ତାରବାଦୀ ନୀତି ପରିପ୍ରେକ୍ଷୀରେ ଏହି ରାଷ୍ଟ୍ର ତଥା ଏହାର ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ପ୍ରତି ବିଶ୍ୱର ପ୍ରମୁଖ ରାଷ୍ଟ୍ରର ଜନତା ବିଶ୍ୱାସ ହରାଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ‘ପିଉ ରିସର୍ଚ୍ଚ ସେଂଟର୍’ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୧୪ଟି ରାଷ୍ଟ୍ରବାସୀ ଚୀନ ଓ ଜିନ୍ପିଙ୍ଗଙ୍କ ପ୍ରତି ଘୃଣାଭାବ ପ୍ରକାଶ କରିଛନ୍ତି । ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଛନ୍ତି ଆମେରିକା, ଇଂଲଣ୍ଡ, ଅଷ୍ଟେ୍ରଲିଆ, କାନାଡା, ଜର୍ମାନୀ, ଫ୍ରାନ୍ସ, ସ୍ପେନ, ସ୍ୱିଡେନ, ଡେନମାର୍ଗ, ନେଦରଲାଣ୍ଡ, ବେଲ୍ଜିୟମ, ଇଟାଲୀ, ଦକ୍ଷିଣ ଓ ଜାପାନ । ଚଳିତ ବର୍ଷ ଜୁନ୍ ୧୦ରୁ ଅଗଷ୍ଟ ୩ ମଧ୍ୟମରେ ଅନୁଷ୍ଠିତ ଏହି ସର୍ଭେରେ ପ୍ରତି ରାଷ୍ଟ୍ରର ୭ ଜଣରେ ଜଣେ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ସେହି ଅନୁସାରେ ୧୪, ୨୭୬ ଜଣ ପ୍ରାପ୍ତବୟସ୍କଙ୍କ ମତାମତ ଟେଲିଫୋନ୍ ଯୋଗେ ଗ୍ରହଣ କରାଯାଇଥିଲା । ସର୍ବାଧିକ ବ୍ୟକ୍ତି ଚୀନ ଓ ଜିନ୍ପିଙ୍ଗଙ୍କ ବିରୋଧରେ ମତ ଦେଇଥିଲେ । ଅଷ୍ଟେ୍ରଲିଆବାସୀ ସର୍ବାଧିକ ୮୧% ଅଧିକ । ସେହିଭଳି ଇଂଲଣ୍ଡର ଏକ ତୃତୀୟାଂଶ ମତଦାତା ଚୀନ୍ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଚୀନ୍ ବିରୋଧରେ ମନ୍ତବ୍ୟ ୨୦% ବୃଦ୍ଧି ଘଟିଥିବା ଏହି ସର୍ଭେରୁ ଜଣାପଡ଼ିଛି । କରୋନା ଭୂତାଣୁକୁ ଚୀନ ଲୁଚାଇବା ଓ ବିଶ୍ୱବ୍ୟାପୀ ଏହାର ସଂକ୍ରମଣକୁ କରିବା ନେଇ ଚୀନ୍ ବିରୋଧରେ ବିଶ୍ୱବ୍ୟାପୀ ପ୍ରତିକୂଳ ମନୋଭାବ ବୃଦ୍ଧି ପାଇଛି । ଚୀନର ଏଭଳି କାର୍ଯ୍ୟ ଅନୁଚିତ ବୋଲି ପ୍ରଥମ ସର୍ଭେରେ ୬୧% ମତ ଦେଇଥିବା ବେଳେ ୭୮% କହିଛନ୍ତି ଯେ ବିଶ୍ୱ ବ୍ୟାପାରରେ ଜିନ୍ପିଙ୍ଗଙ୍କ ଉପରେ ନାହିଁ । ଏହି ପରିପ୍ରେକ୍ଷୀରେ ଜିଙ୍ଗପିନ୍ଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ଏମିତିକି ଚୀନ ସପକ୍ଷରେ ମତ ଦେଇଥିବା ଓ ନିନ୍ପିଙ୍ଗ ଉପରେ ଆସ୍ଥା ରଖୁଥିବା ବ୍ୟକ୍ତିମାନେ ମଧ୍ୟ ଜିନ୍ପିଙ୍ଗଙ୍କ ବିରୋଧୀ ଆଭିମୁଖ୍ୟ ପୋଷଣ କରିଥିବା କହିଛନ୍ତି ।