ନ୍ୟୁୟର୍କ: ୟୁଘୁର ମୁସଲମାନଙ୍କ ଉପରେ ଅତ୍ୟାଚାର ନେଇ ଚୀନକୁ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି । ଏହି ପ୍ରସଙ୍ଗରେ ଜାତିସଂଘରେ ଚୀନ ଏକ ଘରକିଆ ହୋଇ ପଡ଼ିଛି ୩୯ ଦେଶ ଚୀନ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତ । ଚୀନ୍ ଜିନଜିଆଙ୍ଗରେ ପ୍ରାୟ ୨ ନିୟୁତ ୟୁଘୁର ମୁସଲମାନଙ୍କୁ ଅଟକ ରଖି ନିର୍ଯାତାନା ଦେଉଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ଚୀନ ମଧ୍ୟ ତିବ୍ବତାର ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନିର୍ଯାତନା ଦେଉଥିବା ଓ ହଂକଂ ଉପରେ ନୂତନ ଜାରତୀୟ ସୁରକ୍ଷା ଆଇନ ଲାଗୁ କରିଥିବା ଅଭିଯୋଗ ହୋଇଛି । ହଂକଂରେ ମାନବିକ ଅଧିକାରର ଉଲ୍ଲଘଂନ ତଥା ସାମାଜିକକ କର୍ମୀଙ୍କୁ ଜେଲକୁ ପଠାଇଥିବାରୁ ଚୀନ୍ ସରକାର କଡ଼ା ସମାଲୋଚନାର କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ଆମେରିକା, ୟୁରୋପୀୟ ସଂଘ, ଜାପାନ ସମେତ ୩୯ଟି ଦେଶ ଜାତିସଂଘ ମାନବ ଅଧିକାର ମୁଖ୍ୟ ମିସେଲ ବେଚଲେଟ୍ ଏବଂ ସ୍ୱାଧୀନ ପର୍ଯ୍ୟବେକ୍ଷକମାନଙ୍କୁ ଚୀନର ଜିନଜିଆଙ୍ଗ ଅଂଚଳକୁ ମୁକ୍ତ ଭାବରେ ଯିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି । ଏହା ସହିତ ଚୀନକୁ ମଧ୍ୟ ୟୁଘୁର ମୁସଲମାନ ଏବଂ ଦେଶରେ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଅନ୍ୟ ସଦସ୍ୟମାନଙ୍କୁ ଦିଆଯାଉଥିବା ନିର୍ଯାତନା ବନ୍ଦ କରିବାକୁ କୁହାଯାଇଛି । ମିଳିତ ଜାତିସଂଘ ମାନବ ଅଧିକାର କମିଟି ଦ୍ୱାରା ଜାରି ମିଳିତ ବିବୃତିରେ ୩୯ ଦେଶ ଚୀନ୍କୁ ହଂକଂର ଆର୍ଥିକ ସ୍ୱାଧୀନତା, ସ୍ୱାଧୀନତାର ଅଧିକାର ଏବଂ ନ୍ୟାୟପାଳିକାର ସ୍ୱାଧୀନତାକୁ ପୁନସ୍ଥାପନ କରିବାକୁ ଚୀନକୁ ପରାମର୍ଶ ଦେଇଛନ୍ତି । ମିଳିତ ଜାତିସଂଘରେ ଜର୍ମାନୀର ରାଷ୍ଟ୍ରଦୂତ କ୍ରିଜଟୋଫ ହେସଗେନ ପ୍ରକାଶ କରିଛନ୍ତି ଯେ, ଚୀନର ଏପରି ଆଭିମୁଖ୍ୟକୁ ଜାତିସଂଘର ଶକ୍ତିଶଳୀ ଦେଶଗୁଡ଼ିକ ଦ୍ୱାରା ପ୍ରତ୍ୟାଖାନ କରାଯାଇଥିଲା ।