ନାସା ମହାକାଶଚାରୀ କକ୍ଷପଥରେ: ଇତିହାସ ସୃଷ୍ଟି କଲା ‘ସ୍ପେସ୍ଏକ୍ସ’

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ଶନିବାର ଦିନ ଫ୍ଲୋରିଡାରୁ ଦୁଇଜଣ ଆମେରିକୀୟ ମହାକାଶଚାରୀ ଙ୍କୁ କକ୍ଷପଥରେ ପହଂଚାଇ ପ୍ରଥମ ଘରୋଇ ରକେଟ୍ କମ୍ପାନୀ ହିସାବରେ ‘ସ୍ପେସ୍ଏକ୍ସ୍’ ଇତିହାସ ସୃଷ୍ଟି କରିଛି । ନଅ ବର୍ଷରୁ ଉଦ୍ଧ୍ୱର୍ ବ୍ୟବଧାନ ପରେ ଆମେରିକୀୟ ମାଟିରୁ ନାସା ମହାକାଶଚାରୀଙ୍କର ଏହା ପ୍ରଥମ ମହାକାଶ ଯାତ୍ରା ହୋଇଥିବାରୁ ଏହି ଅଭିଯାନର ଯଥେଷ୍ଟ ଗୁରୁତ୍ୱ ରହିଛି ।
ଅପରାହ୍ଣ ୩.୨୨ ସମୟରେ ‘ସ୍ପେସ୍ଏକ୍ସ୍’ର ଫାଲ୍କନ୍ ୯ ରକେଟ୍ରେ କେନେଡି ସ୍ପେସ୍ ସେଂଟରରୁ ମହାକାଶଚାରୀ ଡୁଉଗ୍ ହର୍ଲି ଏବଂ ବବ୍ ବେନ୍କେନ୍ ଯାତ୍ରା କରିଛନ୍ତି । ‘ସ୍ପେସ୍ଏକ୍ସ୍’ର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ରେ ୧୯ ଘଂଟା ଯାତ୍ରା କରିବା ପରେ ସେମାନେ ଇଂଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପହଂଚିବେ । ନାସା କହିବା ଅନୁସାରେ, ୩.୩୫ରେ କ୍ରୁ ଡ୍ରାଗନ୍ ଏହାର ସେକେଣ୍ଡ ଷ୍ଟେଜ୍ ବୁଷ୍ଟରରୁ ବିଚ୍ଛିନ୍ନ ହୋଇ କକ୍ଷପଥ ମଧ୍ୟକୁ ପ୍ରବେଶ କରିଛି । ଉତ୍କ୍ଷେପଣ ଦେଖିବାକୁ ଫ୍ଲୋରିଡାର କେପ୍ କାର୍ଣ୍ଣିଭାଲ୍ସ୍ଥିତ କେନେଡି ସ୍ପେସ୍ ସେଂଟରରେ ଉପସ୍ଥିତ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ, କ୍ଷମତା, ପ୍ରଯୁକ୍ତିବିଦ୍ୟା ଅତୁଳନୀୟ । ଦେଖିବା ଭଳି ସୁନ୍ଦର ଦୃଶ୍ୟଟିଏ । ‘ସ୍ପେସ୍ଏକ୍ସ୍’ର ମାଲିକ ଉଦ୍ୟୋଗୀ ଏଲନ୍ ମସ୍କ୍ କହିଛନ୍ତି, ଏଇଟା ବାସ୍ତବ ବୋଲି ବିଶ୍ୱାସମ କରିବା କଷ୍ଟକର । ମୋର ଏବଂ ସ୍ପେସ୍ଏକ୍ସ୍ର ସମସ୍ତଙ୍କର ସ୍ୱପ୍ନ ସାକାର ହୋଇଛି । ଅନେକ ବୁଦ୍ଧିଆ ଲୋକଙ୍କ କଠିନ ପରିଶ୍ରମର ଫଳ ହିଁ ଆଜି ଭଳି ଦିନଟିଏ ସୃଷ୍ଟି କରିପାରିଛି ।
ମହାକାଶଚାରୀ ୫୩ ବର୍ଷିୟ ହର୍ଲି ଏବଂ ୪୯ ବର୍ଷିୟ ବେନ୍କେନ୍ ଇଂଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ରେ କିଛି ସପ୍ତାହ ରହି ଘୂର୍ଣ୍ଣୀୟମାନ ପରୀକ୍ଷାଗାରରେ ଲୋକ ଆବଶ୍ୟକ କରୁଥିବା କ୍ରୁ’ ମାନଙ୍କୁ କାମରେ ସାହାଯ୍ୟ କରିବେ ।

Leave A Reply

Your email address will not be published.

15 − four =