ଫାଇଜର ଟିକାକୁ ଆମେରିକାର ଅନୁମତି


ୱାଶିଂଟନ୍: କରୋନା ମୁକାବିଲା ପାଇଁ ଫାଇଜର ଟିକାକୁ ଆମେରିକା ଆଜି ଅନୁମତି ପ୍ରଦାନ କରିଛି । ପୂର୍ବରୁ ବ୍ରିଟେନ ଓ ବାହାରିନ ଫାଇଜର ଟିକାକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।
ପ୍ରାଥମିକ ଅବସ୍ଥାରେ ଆମେରିକାର ବିଶେଷଜ୍ଞ ଟିମ୍ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଏହି ବିଶେଷଜ୍ଞ କମିଟି ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟେ୍ରସନ ଗଠନ କରିଥିଲା । କମିଟିରେ ଥିବା ସଦସ୍ୟଙ୍କ ମଧ୍ୟରୁ ୧୭ଜଣ ଟିକା ସପକ୍ଷରେ ଭୋଟ ଦେଇଥିବା ବେଳେ ୪ଜଣ ବିପକ୍ଷରେ ମତ ରଖିଥିଲେ । ଜଣେ ସଦସ୍ୟ ଭୋଟ ଦାନରୁ ବିରତ ରହିଥିଲେ । ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ନେବା ଦ୍ୱାରା ୧୬ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଉପରେ ଏହାର ପ୍ରଭାବ କ’ଣ ରହୁଛି, ସେକଥା କମିଟିକୁ ଯାଞ୍ଚ କରିବାକୁ କୁହାଯାଇଥିଲା । ଯାଞ୍ଚ ବେଳେ କମିଟିର ସଦସ୍ୟମାନେ ଫାଇଜର ପକ୍ଷରୁ ଦାଖଲ ସମସ୍ତ ବିଜ୍ଞାନ ଭିତିକ ରିପୋର୍ଟକୁ ତର୍ଜମା କରିଥିଲେ । ଏହାପରେ ସେମାନେ ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଏବେ ଆମେରିକା ଫୁଡ ଆଣ୍ଡ ଡ୍ରଗଆଡମିନଷ୍ଟେ୍ରସନ କମିଟିର ପରାମର୍ଶ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବ ଓ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବ ବୋଲି ଜଣାପଡିଛି । ଫେଜ-୩ ଟ୍ରାଏଲ ପରେ ବ୍ରିଟେନ, କାନାଡା, ବାହାରିନ ଓ ସାଉଦି ଆରବରେ ଫାଇଜର ଟିକା ଲୋକଙ୍କୁ ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।

Leave A Reply

Your email address will not be published.

5 − three =