ୱାଶିଂଟନ,୧ ।୦୬(ଏଜେନ୍ସି): ମିନ୍ନିଆପଲିସ୍ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତୁ୍ୟ ଘଟଣା ନେଇ ପ୍ରତିବାଦ ତୀବ୍ରରୂପ ଧାରଣ କରିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୱାଶିଂଟନ ସମେତ ଦେଶର ୪୦ଟି ସହରରେ କର୍ଫୁ୍ୟ ଜାରି କରାଯାଇଛି  । ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଣ୍ଡରଗ୍ରାଉଣ୍ଡକୁ ନିଆଯାଇଥିବା କୁହାଯାଇଛି  ।
ରାଷ୍ଟ୍ରପତି ଟ୍ରମ୍ପ ବଙ୍କରରେ ପ୍ରାୟ ଏକ ଘଂଟା ବିତାଇଥିଲେ  । ପରେ ତାଙ୍କୁ ବାହାରକୁ ଅଣାଯାଇଥିଲା  । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଏହା କରାଯାଇଛି ରାଷ୍ଟ୍ରପତି ଟ୍ରମ୍ପ ଏବଂ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ଏବଂ ତାଙ୍କ ପୁଅ ବରୁଣଙ୍କୁ ମଧ୍ୟ ବଙ୍କରକୁ ନିଆଯାଇଥିଲା ବୋଲି ସୂଚନା ମିଳିଛି  ।
ଆଇନ ଶୃଙ୍ଖଳା ସୂତ୍ରରୁ ପ୍ରକାଶ ଯେ ପ୍ରୋଟୋକଲ ଅନୁଯାୟୀ ଯଦି ସୁରକ୍ଷା ଅଧିକାରୀମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଙ୍କରକୁ ନେଇଯାଆନ୍ତି, ତେବେ ରାଷ୍ଟ୍ରପତିଙ୍କ ସମ ସୁରକ୍ଷା ପ୍ରାପ୍ତ ଅନ୍ୟ ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ସେଠାକୁ ନେବାକୁ ପଡ଼ିବ, ଅର୍ଥାତ ଉଭୟ ମେଲାନିଆ ଏବଂ ବରୁଣଙ୍କୁ ନେବା ଆବଶ୍ୟକ  ।
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଯଦି ହ୍ୱାଇଟ ହାଉସରେ ଥିବା ବିପଦ ସୂଚକାଙ୍କ ଲାଲ ହୋଇଯାଏ ତେବେ ସୁରକ୍ଷା ପ୍ରାବଧାନ ଅନୁସାରେ ରାଷ୍ଟ୍ରପତିଙ୍କୁ ସେଠାରୁ ଜରୁରୀକାଳୀନ ଅପରେସନ୍ ସେଂଟର ବା ବଙ୍କରକୁ ନିଆଯାଏ  । ତେବେ ମେଲାନିଆ ଟ୍ରମ୍ପ, ବରୁଣ ଟ୍ରମ୍ପ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସେଠାକୁ ନେବାକୁ ପଡ଼ିବ  ।
ଗତ ସପ୍ତାହରେ ମିନ୍ନିଆପଲିସ୍ରେ ଜର୍ଜ ଫ୍ଲୋଏଡଙ୍କ ମୃତୁ୍ୟ ପରେ ଶୁକ୍ରବାର ରାତିରେ ହ୍ୱାଇଟ ହାଉସ ବାହାରେ ହୋଇଥିବା ବିରୋଧର ମୁକାବିଲା ପାଇଁ ଟ୍ରମ୍ପ ପରଦିନ ସିକ୍ରେଟ ସେବାକୁ ପ୍ରଶଂସା କରିଥିଲେ  । ରାଷ୍ଟ୍ରପତିଙ୍କୁ ବଙ୍କରକୁ ନିଆଯିବା ଖବର ପ୍ରଥମେ ନୁ୍ୟୟର୍କ ଟାଇମ୍ସ ଦ୍ୱାରା ପ୍ରକାଶିତ ହୋଇଥିଲା  ।                                      
 
			