ଆମେରିକା ଚୀନ୍ ମଧ୍ୟରେ ବଢୁଛି ବିବାଦ

ବେଜିଂ: କରୋନା ମହାମାରୀ ପରଠୁ ଆମେରିକା ଏବଂ ଚୀନ୍ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚୀନରେ ଥିବା ଆମେରିକା ବାଣିଜି୍ୟକ ଦୁତବାସକୁ ଚେଙ୍ଗଡୁ ବନ୍ଦ କରିବାପାଇଁ କହିଛି ଚୀନ୍ । ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ
ଆମେରିକାର ହ୍ୟୁଷ୍ଟନରେ ଥିବା ଚୀନର ଦୂତବାସକୁ ୭୨ ଘଂଟା ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଯେଉଁଥିପାଇଁ ଚୀନ୍ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି । ଏସବୁ ସମସ୍ୟା ପାଇଁ ଆମେରିକାକୁ ଦାୟୀ କରି ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଚୀନ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ସାମ୍ପ୍ରତିକ ପରିସ୍ଥିତି ଏବଂ ବାଣିଜି୍ୟକ ଦୂତବାସ ଚାଲୁରହୁ ବୋଲି ଚୀନ୍ ଚାହୁଁନାହିଁ । ଆମେରିକା ମଧ୍ୟ ଚୀନ୍ ଦୂତାବାସଙ୍କ ବିରୁଦ୍ଧରେ ଆମେରିକାରୁ କରୋନା ଔଷଧ କୈାଶଳକୁ ଚୋରି କରୁଥିବା ନେଇ ଅଭିଯୋଗ କରିଥିଲା । ଯେଉଁଥିପାଇଁ ଚୀନ୍ ଏହି ନିଷ୍ପତି ଉପରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରିବ ବୋଲି ଧମକ ଦେଇଥିଲା ।

Leave A Reply

Your email address will not be published.

5 + 13 =