ଭାରତ ଫେରିବ ନିରବ ମୋଦୀ

ଲଣ୍ଡନ: ୧୩୫୦ କୋଟି ଟଙ୍କାର ବ୍ୟାଙ୍କ ଠକେଇରେ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ଲାଗି ଲଣ୍ଡନର ଫେଡେରାଲ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତକୁ ପ୍ରତ୍ୟାର୍ପଣ ପାଇଁ ସିବିଆଇ ଓ ଇଡିର ଆବେଦନ ଉପରେ ଶୁଣାଣୀକରି ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖିବା ସହ ଦୈନିଦିନ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ତାଙ୍କୁ ସ୍ପଷ୍ଟ ରାୟ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଦେଶର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ୧୩୫୦ କୋଟି ଟଙ୍କା ଠକେଇ କରି ସେ ଦିର୍ଘ ଦୁଇବର୍ଷରୁ ଉର୍ଧ ସମୟ ଧରି ଭାରତରୁ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.

3 + seven =