କାଠମାଣ୍ଡୁ : ନେପାଳର ରାଷ୍ଟ୍ରପତି ଭାବେ ରାମ ଚନ୍ଦ୍ର ପୋଡେଲ ନିର୍ବାଚିତ ହୋଇଛନ୍ତି । ନେପାଳୀ କଂଗ୍ରେସର ରାମ ଚନ୍ଦ୍ର ପୋଡେଲ ନେପାଳର ତୃତୀୟ ରାଷ୍ଟ୍ରପତି ଭାବେ ଏହି ଆସନ ଅଳଙ୍କୃତ କରିବେ । ନେପାଳୀ କଂଗ୍ରେସ ଓ ସିପିଏନ (ମାଓଇଷ୍ଟ) ସମେତ ୮ଟି ରାଜନୈତିକ ଦଳର ମିଳିତ ପ୍ରାର୍ଥୀ ଭାବେ ଶ୍ରୀ ପୋଡେଲ ଫେଡେରାଲ ସଭ୍ୟଙ୍କ ୩୧୩ଟିରୁ ୨୧୪ଟି ଭୋଟ ପାଇଥିବା ବେଳେ ଆସେମ୍ବ୍ଲି ସଭ୍ୟଙ୍କ ୫୧୮ଟିରୁ ୩୫୨ଟି ଭୋଟ ପାଇଛନ୍ତି । ଆଜି ସେଠାରେ ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ମତଦାନ ପ୍ରକ୍ରିୟାରେ ଉଭୟ ସଂସଦୀୟ ଏବଂ ସ୍ଥାନୀୟ ଅଂଚଳ ମତଦାନ ପାଇଁ ଅଲଗା ମତଦାନ କେନ୍ଦ୍ର କରାଯାଇଥିଲା । ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା ।