ସ୍କଚ୍ ହୁଇସ୍କି ଦିବସ

ପ୍ରତିବର୍ଷ ଜୁଲାଇ ୨୭ ତାରିଖରେ ‘ସ୍କଚ୍ ହୁଇସ୍କି ଦିବସ’ ପାଳନ କରାଯାଏ । ସ୍କଚ୍ ହୁଇସ୍କିର ଜନ୍ମ ସ୍କଟ୍ଲାଣ୍ଡରେ ହୋଇଥିଲା । ଏହା ପ୍ରଥମେ ଘରୋଇ ଭାବେ ପ୍ରସ୍ତୁତ କରାଯାଉଥିଲା । ପ୍ରଥମ ବ୍ୟବସାୟିକ ଉତ୍ପାଦନ ୧୪୯୫ରେ ଜଣେ ସନ୍ୟାସୀ ଜନ୍ କୋର୍ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେ ଏଥିପାଇଁ ଆବଶ୍ୟକୀୟ ରାଜକୀୟ ଅନୁମୋଦନ ଲାଭକରିଥିଲେ । ସ୍କବ୍ ହୁଇସ୍କି ୫ ପ୍ରକାରର ହୋଇଥାଏ ..
ସିଙ୍ଗଲ୍ ମଲ୍ଟ, ସିଙ୍ଗଲ୍ ଗ୍ରେନ୍, ବ୍ଲେନ୍ଡେଡ୍ ମଲ୍ଟ ବା ପିଓର ମଲ୍ଟ , ବ୍ଲେନ୍ଡେଡ୍ ଗ୍ରେନ୍ ଓ ବ୍ଲେନ୍ଡେଡ୍ । ପ୍ରତ୍ୟେକ ପ୍ରକାରର ସ୍କଚ୍ ହୁଇସ୍କି ତିଆରିର ନିର୍ଦ୍ଧିଷ୍ଟ ପଦ୍ଧତି ତଥା ବିଧି ରହିଛି । ପ୍ରସ୍ତୁତି ପରେ ଏହାକୁ ଅନୁ୍ୟନ ତିନି ବର୍ଷ ଓଜ୍ ପିମ୍ପାରେ ରଖାଯାଏ । ଓଜ୍ ପିମ୍ପାରେ ଯେତେ ଅଧିକ ବର୍ଷ ରହିବ ସେତେ ଅଧିକ ମୂଲ୍ୟବାନ୍ । ୨୦୧୫ ରେ ହଂକଂରେ ଏକ ବୋତଲ ସ୍କଚ୍ ହୁଇସକି ୬୨୮୨୦୫ଡଲାରରେ ବିକ୍ରି ହୋଇଥିଲା । ସ୍କଟଲାଣ୍ଡରୁ ପ୍ରତି ସେକେଣ୍ଡରେ ୩୮ ବୋତଲ ହୁଇସ୍କି ବିଦେଶକୁ ରପ୍ତାନି ହୁଏ । ସ୍କଟଲାଣ୍ଡର ଜନସଂଖ୍ୟା ୫୩ ଲକ୍ଷ ଏବଂ ସେଠାରେ ଅଛି ଦୁଇ କୋଟି ଓକ୍ ପମ୍ପ

Leave A Reply

Your email address will not be published.

3 × 3 =